FOLLOW US ON SOCIAL

  1. Home
  2. »
  3. ରାଜ୍ୟ
  4. »
  5. ସାମ୍ବାଦିକ ଅରିନ୍ଦମ ଦାସଙ୍କ ପରିବାରକୁ ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ସାମ୍ବାଦିକ ଅରିନ୍ଦମ ଦାସଙ୍କ ପରିବାରକୁ ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ସାମ୍ବାଦିକ ଅରିନ୍ଦମ ଦାସଙ୍କ ପରିବାରକୁ ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ
SHARE NOW :

ଭୁବନେଶ୍ୱର,୨୫.୯(ଲାଇଭ୍ ଓଡିଶା ନ୍ୟୁଜ୍‌): ସାମ୍ବାଦିକ ଅରିନ୍ଦମ ଦାସଙ୍କ ପରିବାର ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୪ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି । ଜର୍ଣ୍ଣାଲିଷ୍ଟ ୱେଲଫେୟାର ଫଣ୍ଡରୁ ଏହି ସହାୟତା ରାଶି ଘୋଷଣା କରାଯାଇଛି । ଏନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ରାଜ୍ୟ ସରକାରଙ୍କର ଗଣମାଧ୍ୟମ ପରାମର୍ଶ ଦାତା ମାନସ ମଙ୍ଗରାଜ ।


ଗତକାଲି ମୁଣ୍ଡଳିରେ ଫସିଥିବା ହାତୀକୁ ଉଦ୍ଧାର ପାଇଁ ଯାଇଥିବା ଓଡ୍ରାଫ୍ ବୋଟରେ ଥିଲେ ଦୁଇ ଗଣମାଧ୍ୟମ ପ୍ରତିନିଧି । ବୋଟ୍ ଓଲଟି ପଡିବା ଯୋଗୁଁ ଭାସି ଯାଇଥିଲେ ଅରିନ୍ଦମ ଦାସ । ଆଉ ଦୁର୍ଭାଗ୍ୟବଶତଃ ଅରିନ୍ଦମଙ୍କ ଅକାଳ ବିୟୋଗ ହୋଇଥିଲା ମୃତ୍ୟୁନେଇ ସୂଚନା ଦେଇଥିଲେ ଏସସିବି ଜରୁରୀକାଳୀନ ଅଧିକାରୀ ଭୁବନାନନ୍ଦ ମହାରଣା ।

Leave a Reply

Your email address will not be published. Required fields are marked *

Related Posts