ମୁଖ୍ୟମନ୍ତ୍ରୀ ଙ୍କ ମହାନତା,ଇଞ୍ଜିନିୟରିଂ ଆଡମିସନ ପାଇଁ କଲେ ସାହାଯ୍ୟ

SHARE NOW :
ଭୁବନେଶ୍ୱର(ନୀଳାଚଳ ଲାଇଭ ଓଡିଶା ବ୍ୟୁରୋ) : ସ୍ୱାସ୍ଥ୍ୟ , ସୌନ୍ଦର୍ଯ୍ୟ ,ଶିକ୍ଷା ଓ ବିକାଶ ସବୁଥିରେ ରାଜ୍ୟକୁ ଆଗେଇ ନବାରେ ସୁଖ୍ୟମନ୍ତ୍ରୀଙ୍କ ଅପ୍ରାଣ ଉଦ୍ୟମ ଜାରି ରହିଛି । ରାଜ୍ୟରେ ସ୍ୱାସ୍ଥ୍ୟସେବାରୁ କେହି ଯେମିତି ବର୍ତ୍ତି ନଯାନ୍ତୁ ସେ ନେଇ ଦିନ ରାତି ଉଦ୍ୟମ ଜାରି ରଖିଛନ୍ତି । ବଲାଙ୍ଗିର ବଙ୍ଗମୁଣ୍ଡା ତହସିଲର ଜଣେ ପ୍ରତିଭାବାନ ଛାତ୍ର ତାରାଚାନ୍ ରଣାଙ୍କ ଇଞ୍ଜିନିୟରିଂ ପାଠ ପଢିବା ସ୍ୱପ୍ନକୁ ପୂରଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅର୍ଥ ଅଭାବରୁ ତାଙ୍କର ନାମଲେଖା ପ୍ରକ୍ରିୟାରେ ବାଧା ସୃଷ୍ଟି ହେଉଥିବା ସମ୍ପର୍କରେ ଜାଣି ମୁଖ୍ୟମନ୍ତ୍ରୀ ତାଙ୍କ ପାଇଁ ୯୬,୫୦୦ ଟଙ୍କା ମଞ୍ଜୁର କରିଛନ୍ତି ।
ସୂଚନାଯୋଗ୍ୟ, ବଲାଙ୍ଗିର ଜିଲ୍ଲାର ସିନ୍ଧେକେଲା ବଡ଼ପଡ଼ା ଗାଁର ଜଣେ ପ୍ରତିଭାବାନ ଛାତ୍ର ହେଉଛନ୍ତି ତାରାଚାନ୍ ରଣା । ବାପା ଉପସୁ ରଣାଙ୍କ ବାର୍ଷିକ ରୋଜଗାର ମାତ୍ର ୪୫ ହଜାର ଟଙ୍କା । ଚଳିତ ବର୍ଷ ଇଞ୍ଜିନିୟରିଂ ପାଇଁ ପ୍ରବେଶିକା ପରୀକ୍ଷା ଜେଇଇ ମେନରେ ୯୯.୩୫ ପ୍ରତିଶତ ମାର୍କ ରଖି ଏନଆଇଟି ୱାରାଙ୍ଗଲରେ ପଢ଼ିବା ପାଇଁ କୃତକାର୍ୟ୍ୟ ହୋଇଛନ୍ତି । କିନ୍ତୁ ଏଥିରେ ଅର୍ଥ ସାଜିଥିଲା ତାଙ୍କ ପାଇଁ ମୁଖ୍ୟ ବାଧକ । କଷ୍ଟେମଷ୍ଟେ ସେ ଅଳ୍ପ କିଛି ଟଙ୍କା ସଂଗ୍ରହ କରି ନାମଲେଖା ପାଇଁ ସ୍ଥାନ ସୁରକ୍ଷିତ ରଖିପାରିଛନ୍ତି । ତାଙ୍କର ବାକି ଅର୍ଥ ପ୍ରଦାନ ପାଇଁ ସେ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ । ଏହା ଜାଣିବା ପରେ ମୁଖ୍ୟମନ୍ତ୍ରୀ ତୁରନ୍ତ ତାଙ୍କର ଆଡମିଶନ ପ୍ରକ୍ରିୟା ପୂରଣ କରିବା ପାଇଁ ୯୬,୫୦୦ ଟଙ୍କା ମଞ୍ଜୁର କରିଛନ୍ତି । ଟଙ୍କା ମଞ୍ଜୁର କରିବା ସହିତ ମୁଖ୍ୟମନ୍ତ୍ରୀ ଏହି ପ୍ରତିଭାବାନ ଛାତ୍ରଙ୍କୁ ଏହି ସଫଳତା ପାଇଁ ଅଭିନନ୍ଦନ ଜଣାଇବା ସହିତ ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି ।ମୁଖ୍ୟ ମନ୍ତ୍ରୀ ଙ୍କ ଏହି ସାହାଯ୍ୟ ପାଇଁ ତାରାଚନ୍ ଏବଂ ତାଙ୍କ ପରିବାର ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି ।