FOLLOW US ON SOCIAL

  1. Home
  2. »
  3. ରାଜ୍ୟ
  4. »
  5. ବଲାଙ୍ଗୀର ଗସ୍ତରେ ନବୀନ

ବଲାଙ୍ଗୀର ଗସ୍ତରେ ନବୀନ

ବଲାଙ୍ଗୀର ଗସ୍ତରେ ନବୀନ
SHARE NOW :

୨୨.୯(ଲାଇଭ୍ ଓଡିଶା ନ୍ୟୁଜ୍ ):ମୁଖ୍ୟମନ୍ତ୍ରୀଙ୍କ ବଲାଙ୍ଗୀର ଗସ୍ତ । ବିଭିନ୍ନ ପ୍ରକଲ୍ପର ଲୋକାର୍ପଣ ଓ ଶିଳାନ୍ୟାସ କରିବା ସହ ବିଜୁ ସ୍ୱାସ୍ଥ୍ୟ ସ୍ମାର୍ଟ କାର୍ଡ ବଣ୍ଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ଅବସରରେ ବଲାଙ୍ଗୀରରେ ୨୦୮.୨୦ କୋଟିର ପ୍ରକଳ୍ପର ଲୋକାର୍ପଣ , ୫୯୬.୭୧ କୋଟି ପ୍ରକଳ୍ପର ଭିତ୍ତିପ୍ରସ୍ଥର କରିବା ସହ ବିଶୁଦ୍ଧ ପାନୀୟ ଜଳ ଯୋଗାଇଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଟିଟଲାଗଡରେ ପହଁଞ୍ଚି ୪ଲକ୍ଷ ୫୧ହଜାର ୬୪ ଜଣ ଙ୍କୁ ସ୍ମାର୍ଟ କାର୍ଡ ବଣ୍ଟନ କରିଛନ୍ତି । ଏହି ସ୍ମାଟଁକାର୍ଡ ଯୋଗେ ମହିଳା ମାନଙ୍କୁ ବର୍ଷକୁ ୧୦ଲକ୍ଷ ଟଙ୍କାର ସୁବିଧା ମିଳିବ ଏବଂ ରାଜ୍ୟର ୩.୪ କୋଟି ପରିବାର ଉପକୃତ ହେବେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଟିଟଲାଗଡର ବାସିନ୍ଦାଙ୍କୁ ସଂବୋଧନ କରି କହିଛନ୍ତି ଗାଁ ଏବଂ ସହରରେ ସମସ୍ଥେ ସୁସ୍ଥ ରୁହନ୍ତୁ । ବିଧାୟିକା ତଥା ମନ୍ତ୍ରୀ ଟୁକୁନୀ ସାହୁ ମୁଖ୍ୟମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇ କୃତ୍ତଜ୍ଞତା ଅର୍ପଣ କରିଥିଲେ ।ଏବଂ ରାଜ୍ୟ ବିଜେଡି ମୁଖ୍ୟ ସାଙ୍ଗଠନିକ ସଂମ୍ପାଦକ ପ୍ରଣବ ପ୍ରକାଶ ଦାସ ,ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ, ୫ଟି ସଚିବ ଭି କେ ପାଣ୍ଡିୟାନଙ୍କ ଏବଂ ପଶ୍ଚିମ ଓଡିଶାର ବିଭିନ୍ନ ବିଭାଗିୟ ମନ୍ତ୍ରୀ ଓ ବଲାଙ୍ଗୀର ଜିଲ୍ଲାପାଳ ଚଞ୍ଚଲ ରାଣା ଯୋଗଦେଇ ରାଜ୍ୟରେ କିଭଳି ଭାବରେ ମହିଳାମାନେ ସଶକ୍ତିକରଣ ହୋଇଛନ୍ତି ଏବଂ ସ୍ୱାସ୍ଥ୍ୟସେବାରେ ରାଜ୍ୟ କେଭଳି ଅଗ୍ରସର ହେଉଛି ତାହା ଜଣାଇ ମୁଖ୍ୟମନ୍ତ୍ରୀଙ୍କୁ କୃତ୍ତଜ୍ଞତା ଜଣାଇଛନ୍ତି ।

Leave a Reply

Your email address will not be published. Required fields are marked *

Related Posts