FOLLOW US ON SOCIAL

  1. Home
  2. »
  3. ରାଜ୍ୟ
  4. »
  5. ସାମ୍ବାଦିକ କରୁଣା ସାହୁଙ୍କ ପରିବାରକୁ ସହାୟତା ଘୋଷଣା

ସାମ୍ବାଦିକ କରୁଣା ସାହୁଙ୍କ ପରିବାରକୁ ସହାୟତା ଘୋଷଣା

ସାମ୍ବାଦିକ କରୁଣା ସାହୁଙ୍କ ପରିବାରକୁ ସହାୟତା ଘୋଷଣା
SHARE NOW :

ଭୁବନେଶ୍ୱର (ଲାଇଭ୍ଓଡ଼ିଶା ନ୍ୟୁଜ୍‌): ସାମ୍ବାଦିକ କରୁଣାକର ସାହୁଙ୍କ ପରିବାରକୁ ଆର୍ଥିକ ସହାୟତା ଘୋଷଣା କରାଯାଇଛି । ୧୫ ଲକ୍ଷ ଟଙ୍କା ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କୋଭିଡ୍ ରେ ସାମ୍ବାଦିକ କରୁଣାକରଙ୍କର ମୃତ୍ୟୁ ହୋଇଥିଲା । ଗଞ୍ଜାମ ଜିଲ୍ଲାରେ କରୁଣାକର ସାମ୍ବାଦିକ ଭାବେ କାର୍ଯ୍ୟରତ ଥିଲେ ।  

ଗତ ଅପ୍ରେଲ ୨୧ ତାରିଖରେ ଗଞ୍ଜାମ ଜିଲ୍ଲା ଶେରଗଡ ବ୍ଲକ୍ ର ଜଣେ ବରିଷ୍ଠ ସାମ୍ବାଦିକ କରୁଣାକର ସାହୁ କରୋନାରେ ସଂକ୍ରମିତ ହୋଇଥିଲେ । ତାଙ୍କୁ ହିଞ୍ଜିଳିକାଟୁ ସ୍ଥିତ କୋଭିଡ୍ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା ।  ତାଙ୍କ ମୃତ୍ୟୁ ପରେ ତାଙ୍କ ପରିବାରକୁ ଆର୍ଥିକ ସହାୟତା ଦେବା ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।

Leave a Reply

Your email address will not be published. Required fields are marked *

Related Posts