FOLLOW US ON SOCIAL

  1. Home
  2. »
  3. ରାଜ୍ୟ
  4. »
  5. ଢେଙ୍କାନାଳ-ଅନୁଗୁଳୁ ବାସୀ ପାଇବେ BSKY ସ୍ମାର୍ଟ କାର୍ଡ

ଢେଙ୍କାନାଳ-ଅନୁଗୁଳୁ ବାସୀ ପାଇବେ BSKY ସ୍ମାର୍ଟ କାର୍ଡ

ଢେଙ୍କାନାଳ-ଅନୁଗୁଳୁ ବାସୀ ପାଇବେ BSKY ସ୍ମାର୍ଟ କାର୍ଡ
SHARE NOW :

ଅନୁଗୁଳ(ଲାଇଭଓଡିଶା ବ୍ୟୁରୋ): ଆସନ୍ତା କାଲି ମୁଖ୍ୟମନ୍ତ୍ରୀଙ୍କ ଢେଙ୍କାନାଳ-ଅନୁଗୁଳ ଗସ୍ଥ । ଅନୁଗୁଳ ଏବଂ ଢେଙ୍କାନାଳ ବାସୀ ପାଇବେ ସ୍ମାର୍ଟ କାର୍ଡ । ଜିଲ୍ଲା ଅନୁଗୁଳ ଓ ଢେଙ୍କାନାଳରେ ଆରମ୍ଭ ହେବାକୁ ଯାଉଛି ସ୍ମାର୍ଟ ହେଲଥ କାର୍ଡ ସେବା । ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟ ରାଜ୍ୟବାସ,ୀଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇଦେବା । ଦିନ ୧୧ଟାରେ ମୁଖ୍ୟମନ୍ତ୍ରୀ ଅନୁଗୁଳ ଷ୍ଟାଡିୟମରେ ଆୟୋଜିତ ସଭାରେ ସ୍ମାର୍ଟ ହେଲଥ କାର୍ଡ ବାଣ୍ଟିବେ । ଏହାସହ ଅନେକ ଉନ୍ନୟନମୂଳକ ପ୍ରକଳ୍ପର ଶୁଭାରମ୍ଭ କରିବେ । ପରେ ମଧ୍ୟାହ୍ନ ୧୨ଟାରେ ଢେଙ୍କାନାଳ ମେନ୍ ଷ୍ଟାଡିୟମରେ ପହଞ୍ଚି ଜିଲ୍ଲାରେ ସ୍ମାର୍ଟ ହେଲଥ କାର୍ଡ ବାଣ୍ଟିବେ । ଜିଲ୍ଲାର ପ୍ରାୟ ୯ ଲକ୍ଷ ହିତାଧିକାରୀଙ୍କୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ ବାଣ୍ଟିବା ସହ ୮୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଉଦଘାଟନ କରିବାର କାର‌୍ୟ୍ୟକ୍ରମ ରହିଛି । ସ୍ଥାନୀୟ ମିନି ଷ୍ଟାଡିୟମ ପଡିଆରେ ଏନେଇ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ମିନି ଷ୍ଟାଡିୟମ ଚାରିପାଖରେ ସ୍ୱତନ୍ତ୍ର ବ୍ୟାରିକେଡ କରାଯାଇଛି । ସୁରକ୍ଷାକୁ ଦୃଷ୍ଟିରେ ରଖି ସାଧାରଣ ପ୍ରବେଶକୁ ବାରଣ କରାଯାଇଥିବା ବେଳେ ୧୯ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବେ ।

Leave a Reply

Your email address will not be published. Required fields are marked *

Related Posts