FOLLOW US ON SOCIAL

  1. Home
  2. »
  3. ରାଜ୍ୟ
  4. »
  5. ବରଗଡରେ ଶୁଭିବ ଶଙ୍ଖନାଦ

ବରଗଡରେ ଶୁଭିବ ଶଙ୍ଖନାଦ

ବରଗଡରେ ଶୁଭିବ ଶଙ୍ଖନାଦ
SHARE NOW :

ନ୍ୟୁଜ ଲାଇଭଓଡିଶା ନ୍ୟୁଜ ବ୍ୟୁରୋ : ଆଜି ବରଗଡ ରେ ଅଙ୍କା ହେବ ବିକାଶ ର ବ୍ଲୁ ପ୍ରିଣ୍ଟ । ପୁଣି ଶୁଭିବ ବରଗଡ ରେ ଶଙ୍ଖନାଦ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶର ତାଲିକାରେ ଯୋଡି ହେବ ବରଗଡ ।ଆଜି ବରଗଡ ଗସ୍ତରେ ମୁଖ୍ୟମନ୍ତ୍ରୀ । ଜିଲ୍ଲା ର ୩ ଳକ୍ଷ ୬୩ ହଜାର ହୀତାଧିକାରୀଙ୍କୁ ସ୍ମାର୍ଟ କାର୍ଡ ବଣ୍ଟାହେବା ର ଯୋଜନା ରହିଛି । ସ୍ମାର୍ଟକାର୍ଡ ବାଣ୍ଟିବା ସହିତ ୨୯୫ କୋଟି ଟଙ୍କାରେ ୧୫୦ ୁ ଅଧିକ ପ୍ରକଳ୍ପକ ଶୁଭାରମ୍ଭ ଓ ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ । ଏହାସହ ବିଜେପୁରରେ ୭୧ ଟି ସ୍କୁଲର ରୂପାନ୍ତର ମଧ୍ୟ କରାଯାଇଛି । ଖାଲି ଏତିକି ନୁହେଁ ବରଂ ବରଗଡରେ ସ୍ମାର୍ଟ ସ୍କୁଲ ସହ କ୍ୟାନସର ହସ୍ପିଟାଲ୍ର ଶିଳାନ୍ୟାସ , ନୃସିଂହନାଥ ମନ୍ଦିର ର ଉନ୍ନତିକରଣ କାର୍ଯ୍ୟର ଶିଳାନ୍ୟାସ କରାଯିବ । । ଏହା ସହିତ ବିଦ୍ୟୁତ୍ ଗ୍ରୀଡର ଶୁଭ ଉଦଘାଟନ କରାଯିବ । ଏହାସହିତ ଗଙ୍ଗାଧର ମେହେର ଜଳସେଚନ ପ୍ରକଳ୍ପ ସହିତ ପାନୀୟ ଜଳ ପ୍ରକଳ୍ପ ଭିତ୍ତିପ୍ରସ୍ତର ସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ ।ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ପ୍ରସ୍ତୁତି ତଦାରଖ କରୁଛନ୍ତି ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାଶ । ପ୍ରଣବଙ୍କ ସହିତ ଶ୍ରମମନ୍ତ୍ରୀ ସୁଶାନ୍ତ ସିଂ ଓ ବରିଷ୍ଠ ନେତାମାନେ ପ୍ରସ୍ତୁତି କାର‌୍ୟ୍ୟର ତଦାରଖ କରୁଛନ୍ତି । ସୁରକ୍ଷା ପାଇଁ ଦାୟିତ୍ୱରେ ୧୮ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ଅଛନ୍ତି ।

Leave a Reply

Your email address will not be published. Required fields are marked *

Related Posts