FOLLOW US ON SOCIAL

  1. Home
  2. »
  3. Breaking News
  4. »
  5. ଆସନ୍ତାବର୍ଷ ଚୟନ ହେବେ କଂଗ୍ରେସର ନୂଆ ଅଧ୍ୟକ୍ଷ

ଆସନ୍ତାବର୍ଷ ଚୟନ ହେବେ କଂଗ୍ରେସର ନୂଆ ଅଧ୍ୟକ୍ଷ

ଆସନ୍ତାବର୍ଷ ଚୟନ ହେବେ କଂଗ୍ରେସର ନୂଆ ଅଧ୍ୟକ୍ଷ
SHARE NOW :

ନୂଆଦିଲ୍ଲୀ(ଲାଇଭ ଓଡିଶା ନ୍ୟୁଜ): ଆସନ୍ତାବର୍ଷ ମିଳିପାରେ କଂଗ୍ରେସକୁ ନୂଆ ମୁଖିଆ । ଆସନ୍ତାବର୍ଷ ସେପ୍ଟେମ୍ବରରେ ନିର୍ବାଚନ ହେବାର ସମ୍ଭାବନା ରହିଛି । । ଆଜି ନୂଆଦିଲ୍ଲୀରେ ସଦସ୍ୟତା ଅଭିଯାନ ନିମନ୍ତେ କାର‌୍ୟ୍ୟସୂଚୀ ନିର୍ଦ୍ଧାରଣ ଚୂଡ଼ାନ୍ତ କରିବା ଏବଂ ଆମୂଳଚୂଳ ସଙ୍ଗଠନୀୟ ନିର୍ବାଚନ ନିମନ୍ତେ ଦଳର ସର୍ବୋଚ୍ଚ ନିଷ୍ପତ୍ତି ଗ୍ରହଣକାରୀ ସଂଗଠନ ‘କଂଗ୍ରେସ୍ ଓ୍ଵାର୍କିଙ୍ଗ୍ କମିଟି’ର ଗୁରୁତ୍ୱପୂର୍ଣ୍ଣ ବୈଠକ ପରେ ଏଭଳି ସୂଚନା ମିଳିଛି। ୨୦୧୯ ଲୋକସଭା ନିର୍ବାଚନ ପରେ କଂଗ୍ରେସର ନିରାଶଜନକ ପ୍ରଦର୍ଶନ ପରେ ରାହୁଲ ଗାନ୍ଧୀ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବା ପରଠାରୁ ସୋନିଆ ଗାନ୍ଧୀ ଦଳର ମଧ୍ୟବର୍ତ୍ତୀକାଳୀନ ମୁଖ୍ୟ ଭାବରେ କାର‌୍ୟ୍ୟ କରିଆସୁଛନ୍ତି। ବୈଠକରେ ପ୍ରାରମ୍ଭିକ ଅଭିଭାଷଣ ଦେଇ କାର‌୍ୟ୍ୟନିର୍ବାହୀ ଅଧ୍ୟକ୍ଷା ସୋନିଆ ଗାନ୍ଧୀ କହିଥିଲେ ଯେ, ସମଗ୍ର ସଙ୍ଗଠନ କଂଗ୍ରେସର ପୁନଃଉତ୍ଥାନ ଚାହେଁ। କିନ୍ତୁ, ଏଥିପାଇଁ ଆବଶ୍ୟକ ଏକତା। ଦଳର ସ୍ୱାର୍ଥକୁ ଶ୍ରେଷ୍ଠ ବୋଲି ମଧ୍ୟ ବିଚାର କରିବାକୁ ପଡ଼ିବ। ସର୍ବୋପରେ, ଏଥିପାଇଁ ଆତ୍ମନିୟନ୍ତ୍ରଣ ଏବଂ ଶୃଙ୍ଖଳା ମଧ୍ୟ ଆବଶ୍ୟକ କରେ। ସେ ଆହୁରି ମଧ୍ୟ କହିଛନ୍ତି, କିଛି ଦିନ ତଳୁ ବିଧାନସଭା ନିର୍ବାଚନ ନିମନ୍ତେ ଆମର ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଆମେ ବହୁ ଆହ୍ଵାନର ସମ୍ମୁଖୀନ ହେବା, ଏଥିରେ ସନ୍ଦେହ ନାହିଁ। କିନ୍ତୁ, ଆମେ ଯଦି ସମ୍ମିଳିତ, ଶୃଙ୍ଖଳିତ ହେବା ସହ କେବଳ ଦଳର ସ୍ୱାର୍ଥ ପ୍ରତି ଦୃଷ୍ଟି ଦେବା, ତେବେ ମୋର ଦୃଢ଼ବିଶ୍ୱାସ ଆମେ ଭଲ ପ୍ରଦର୍ଶନ କରିବା।

Leave a Reply

Your email address will not be published. Required fields are marked *

Related Posts