ଗୋଲାମୁଣ୍ଡା ବ୍ଲକକୁ ମରୁଡି ଗ୍ରସ୍ଥ ଘୋଷଣା ପାଇଁ ଯୁବ କଂଗ୍ରେସ ର ପଦଯାତ୍ରା

SHARE NOW :
କଳାହାଣ୍ଡି(ଲାଇଭ ଓଡିଶା ନ୍ୟୁଜ) କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଏକ ମରୁଡି ପ୍ରପେଡିତ ବ୍ଲକ ।ଚଲିତ ବର୍ଷ ନିଅଣ୍ଟିଆ ବର୍ଷା ପାଇଁ ଗୋଲାମୁଣ୍ଡା ବ୍ଲକ ସଂପୂର୍ଣ୍ଣ ରୂପେ ଚାଷ ପ୍ରଭାବିତ ହୋଇଛି । ମରୁଡ଼ି ସମସ୍ୟା କୁ ନେଇ କଲାହାଣ୍ଡି ଯୁବ କଂଗ୍ରେସ ସଭାପତି ସାହୁଲ ମଙ୍ଗରାଜ ଙ୍କ ଆହ୍ୱାନ କ୍ରମେ ଶତାଧିକ କଂଗ୍ରେସ କର୍ମୀ ଉପସ୍ଥିତିରେ ଖଲିଆକାନୀ ଠାରୁ ଗୋଲାମୁଣ୍ଡା ତହସିଲ କାର୍ଯ୍ୟାଳାୟ ଯାଏଁ ପଦଯାତ୍ରା ସହିତ ତହସିଲ କାର୍ୟ୍ୟାଳୟ ଘେରାଉ ହୋଇଥିଲା । ଗୋଲାମୁଣ୍ଡା ବ୍ଲକ ର ସମସ୍ତ ଚାଷୀ ମାନଙ୍କୁ ପ୍ୟାକେଜ ସହ ଫସଲ ବିମାନ ଟଙ୍କା ପ୍ରଦାନ କରିବା ସହ ଭୁମିହିନ ଲୋକଙ୍କୁ ୪ ଡିସିମିଲ ଜମିପଟ୍ଟା ପ୍ରଦାନ ଏହିଭଳି ଚାଷୀ ମାନଙ୍କ ସମସ୍ୟା କୁ ନେଇ ବିଭିନ୍ନ ନାରାବାଜି କରିବାସହ ଯୁବକଂଗ୍ରେସ ର ରାଜ୍ୟ ସଭାପତି ସ୍ମୃତି ରଂଜନ ଲେଙ୍କା ଓ କଲାହାଣ୍ଡି ଜିଲ୍ଲା ସଭାପତି ସାହୁଲ ମଙ୍ଗରାଜ ପ୍ରତିକ୍ରିୟା ରଖିଥିଲେ ।