FOLLOW US ON SOCIAL

  1. Home
  2. »
  3. Breaking News
  4. »
  5. କେନ୍ଦ୍ରାପଡ଼ା ଜିଲ୍ଲାର ଟାଇଚିନ୍ ଧାନ ପାଇଁ ଜଳ ଯୋଗାଣ ନିମନ୍ତେ ଦାବିପତ୍ର ଜଣାଇଲେ କଂଗ୍ରେସ କର୍ମୀ

କେନ୍ଦ୍ରାପଡ଼ା ଜିଲ୍ଲାର ଟାଇଚିନ୍ ଧାନ ପାଇଁ ଜଳ ଯୋଗାଣ ନିମନ୍ତେ ଦାବିପତ୍ର ଜଣାଇଲେ କଂଗ୍ରେସ କର୍ମୀ

SHARE NOW :

କେନ୍ଦ୍ରାପଡା(ଲାଇଭ ଓଡିଶା ନ୍ୟୁଜ): ଚଳିତ ବର୍ଷ ବାତ୍ୟା ଜୱାଦ ରେ କେନ୍ଦ୍ରାପଡ଼ା ଜିଲ୍ଲାରେ ଧାନ ଫସଲ ବ୍ୟାପକ କ୍ଷୟକ୍ଷତି ହୋଇଛି । ଯାହା ଫଳରେ ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗିଯାଇଛି । କିଭଳି ନିଜର କରଜ ଟଙ୍କା ଶୁଝିବେ ଚିନ୍ତାରେ କେନ୍ଦ୍ରାପଡ଼ା ଚାଷୀ । କ୍ଷୟକ୍ଷତି ଆକଳନ କରି ସହାୟତା ରାଶି ପ୍ରଦାନ କରିବା ଲାଗି ରାଜ୍ୟ ସରକାର ଘୋଷଣା କରିଥିବା ବେଳେ କେନ୍ଦ୍ରାପଡ଼ା ରେ ସହାୟତା ରାଶି ମିଳିବାତ ଦୂରରକଥା ସଠିକ୍ ରିପୋର୍ଟ ମଧ୍ୟ ପ୍ରଦାନ କରାଯାଇନାହିଁ । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି କେନ୍ଦ୍ରାପଡ଼ା ଚାଷୀ । ଅନ୍ୟପଟେ ଆଗକୁ ଆସୁଥିବା ଦାଳୁଅ ଧାନ ପାଇଁ ଯଦି କେନାଲ ରେ ପାଣି ଛାଡ଼ନ୍ତେ ତେବେ କିଛି ଚାଷୀ ଉପକୃତ ହେବା ସହିତ ଧାନ ବିହନ ପାଇପାରନ୍ତେ ବୋଲି ପୂର୍ବତନ ମନ୍ତ୍ରୀ ତଥା କଂଗ୍ରେସ୍ ନେତା ଗଣେଶ୍ୱର ବେହେରା ଏବଂ କଂଗେସ କର୍ମୀ ମାନେ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଦୀର୍ଘ ଦିନ ହେବ କେନାଲ ମଧ୍ୟରେ ଦଳ ଭର୍ତି ହୋଇ ରହିଛି ପ୍ରଶାସନ ଦ୍ଵାରା କେନାଲ ସଫେଇ କରାଯାଇ ଯଦି ପାଣି ଛଡ଼ା ଯାଏ ତେବେ କେନାଲ୍ ମଧ୍ୟରେ ଥିବା ସମସ୍ତ ଚାଷୀ ମାନେ ଉପକୃତ ହୋଇପାରନ୍ତେ ପ୍ରତିକ୍ରିୟା ରେ କହିଛନ୍ତି ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା ।

Leave a Reply

Your email address will not be published. Required fields are marked *

Related Posts