FOLLOW US ON SOCIAL

  1. Home
  2. »
  3. ରାଜ୍ୟ
  4. »
  5. କଂଗ୍ରେସର ହୀନ ରାଜନୀତି,ପୋଲିସ ଉପରେ ଅଣ୍ଡାମାଡ

କଂଗ୍ରେସର ହୀନ ରାଜନୀତି,ପୋଲିସ ଉପରେ ଅଣ୍ଡାମାଡ

କଂଗ୍ରେସର ହୀନ ରାଜନୀତି,ପୋଲିସ ଉପରେ ଅଣ୍ଡାମାଡ
SHARE NOW :

ଭୁବନେଶ୍ୱର(ଲାଇଭ ଓଡିଶା ବ୍ୟୁରୋ):ଆଜି ବିଧାନସଭା ଘେରାଉ କରିଛି ରାଜ୍ୟ ଛାତ୍ର କଂଗ୍ରେସ । ଦୀର୍ଘ ୨ମାସ ପରେ ବି ମମିତା ମେହେରଙ୍କ ପରିବାରକୁ ନ୍ୟାୟ ମିଳିପାରିନଥିବା କଂଗ୍ରେସ ଅଭିଯୋଗ କରିଛନ୍ତି । ରାଜ୍ୟ ସରକାର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ଘଣ୍ଟ ଘୋଡ଼ାଇ ରଖିଛନ୍ତି । ବିଧାନସଭା ଏନେଇ ବାରମ୍ବାର ମୁଲତବୀ ହେଉଛି । ସରକାର ଏହି ପ୍ରସଙ୍ଗକୁ ଚପାଇବାକୁ ଉଦ୍ୟମ କରୁଛନ୍ତି ।ଗତକାଲି ବିଜେପି ବିଧାନସଭା ବାହାରେ ହଲ୍ଲାବୋଲ କରିଥିଲା । ଯୁବମୋର୍ଚ୍ଚାର ବିଧାନସଭା ଘେରାଉ ପାଇଁ ବିଶାଳ ଶୋଭାଯାତ୍ରାବେଳେ ପୋଲିସ ବାଧା ଦେବାରୁ କିଛି ସମୟ ପାଇଁ ରଣକ୍ଷେତ୍ର ପାଲଟିଯାଇଥିଲା ଲୋୟର ପିଏମଜି । । ଓଡ଼ିଶାରେ ପୋଲିସ ବିରୋଧୀଙ୍କ ଶାଳୀନତା ରକ୍ଷା କରୁଥିବା ବେଳେ ବିରୋଧୀ ଦଳର ନେତା ଓ କର୍ମୀମାନେ ଗୁଣ୍ଡାଗିରି କରୁଛନ୍ତି । ଗତକାଲି ବିଜେପି କର୍ମୀଙ୍କ ଆକ୍ରମଣରେ ବହୁ ସାଧାରଣ ଲୋକ ଓ ପୋଲିସ କର୍ମଚାରୀ ଗୁରୁତର ଭାବେ ଆହତ ହୋଇଥିବା ବେଳେ । ଆଜି କଂଗ୍ରେସ ଏବଂ ପୋଲିସ ମଧ୍ୟରେ ଧସ୍ତା ଧସ୍ତି ଘଟଣା ଅତ୍ୟନ୍ତ ନିନ୍ଦନୀୟ । ସୂଚନା ମୁତାବକ କଂଗ୍ରେସ କର୍ମୀ ବାରିଗେଟ୍ ଭାଙ୍ଗି ବିଧାନସଭା ମଧ୍ୟକୁ ପ୍ରବେଶ କରିବାକୁ ଚେଷ୍ଟା କରିବାରୁ ପୋଲିସ କର୍ମୀ ସେମାନଙ୍କୁ ଅଟକାଇବାକୁ ଚେଷ୍ଟ କରିବାକୁ । ପୋଲିସ କର୍ମୀଙ୍କ ଉପରକୁ ଅଣ୍ଡା ଏବଂ ଟମାଟୋ ମାଡ କରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଯାହା ସଂପୂର୍ଣ୍ଣ ଭାବେ କଂଗ୍ରେସର ହୀନ ରାଜନିତୀର ଚିତ୍ର ପଦାରେ ପକାିଛି । ତେଣୁ ପୋଲିସ ଲାଠିଚ୍ଚାର୍ଜ କରିବା ସହ କିଛଠି କଂଗ୍ରେସ କର୍ମୀଙ୍କୁ ଗିରଫ କରିଛି । ତେବେ କଂଗ୍ରେସ ଏବଂ ବିଜେପିର ଏହି ଧାରଣା ଏବଂ ରାଲି ଦେଖି ଲାଗୁଛି ମମିତା ମୃତ୍ୟୁ ଘଟଣା ଆଳରେ ପ୍ରକୃତ ଉଦ୍ଦେଶ୍ୟ କେବଳ ସରକାରୀ କାର୍ଯ୍ୟ ବାଧାପ୍ରାତି କରିବା

Leave a Reply

Your email address will not be published. Required fields are marked *

Related Posts