FOLLOW US ON SOCIAL

  1. Home
  2. »
  3. Breaking News
  4. »
  5. ରାସ୍ତାକଡରେ ଦୋକାନ ଘର ଉଚ୍ଛେଦକୁ ବିରୋଧ

ରାସ୍ତାକଡରେ ଦୋକାନ ଘର ଉଚ୍ଛେଦକୁ ବିରୋଧ

ରାସ୍ତାକଡରେ ଦୋକାନ ଘର ଉଚ୍ଛେଦକୁ ବିରୋଧ
SHARE NOW :

କେନ୍ଦୁଝର(ଲାଇଭ ଓଡିଶା ନ୍ୟୁଜ): ବିଜୁ ପଟ୍ଟନାୟକ ରାଜ୍ୟ ରାଜପଥର ରଣାଶାଳ ଠାରୁ ବାଂଶପାଣି ପର‌୍ୟ୍ୟନ୍ତ ରାସ୍ତାରେ ବହୁପ୍ରତିକ୍ଷୀତ ଫ୍ଲାଇଓଭର ନିର୍ମାଣ କାର‌୍ୟ୍ୟ ଦୃତ ଗତରେ ଚାଲୁଛି । ଏହା ଯୋଡା ସହରର ମୁଖ୍ୟ ବଜାର ଦେଇ ଯାଉଥିବା ବେଳେ ରାସ୍ତାର ଉଭୟ ପାଶ୍ୱର୍ରେ ଗଢି ଉଠିଥିବା କେତେକ ଦୋକାନ ଘରକୁ ଉଚ୍ଛେଦ କରିବାର ଆବଶ୍ୟକତା ରହିଛି । ତେବେ କେତେକ ବ୍ୟବସାୟୀ ୩୦ ବର୍ଷରୁ ଅଧିକ ହେବ ପୌରପାଳିକାରୁ ଅନୁମତି ନେଇ ନିଜସ୍ୱ ଖର୍ଚ୍ଚରେ ଏହି ଦୋକାନ ଘର ନିର୍ମାଣ କରିଥିବା ବେଳେ ପୌରପାଳିକାକୁ ସେମାନେ ମାସିକ ଭଡା ପ୍ରଦାନ କରିଥାନ୍ତି । ଚଳିତ ବର୍ଷ ନଭେମ୍ବର ମାସ ପର‌୍ୟ୍ୟନ୍ତ ସେମାନେ ଦୋକାନ ଘରର ଭଡା ପୈଠ କରିଥିବା ବେଳେ ମଙ୍ଗଳବାର ପୂର୍ବାହ୍ନରେ ହଠାତ୍ ପୌରାଧିକାରୀ ବିଚିତେଆନନ୍ଦ ନାଏକ , ବଡ଼ବିଲ ତହସିଲଦାର ଆଲୋକ ପଟେଲ ଏବଂ ଫ୍ଲାଇଓଭର ନିର୍ମାଣକାରୀ ଠିକା ସଂସ୍ଥା ବ୍ୟାପକ ପୁଲିସ ବଳ ସହିତ ଏହି ଦୋକାନ ଘର ଉଚ୍ଛେଦ ପାଇଁ ପହଞ୍ଚିଥିଲେ । ତେବେ କୌଣସି ପୂର୍ବ ସୂଚନା ନଦେଇ ହଠାତ୍ ଦୋକାନ ଘର ଗୁଡିକୁ ଭାଙ୍ଗିବା ପାଇଁ ଉଦ୍ୟମ କରାଯାଉଥିବା ନେଇ ବ୍ୟବସାୟୀମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ଦୋକାନ ଘର ଗୁଡିକର ସମସ୍ତ କ୍ଷତି ପୂରଣ ପୌରପାଳିକା ଠିକା ସଂସ୍ଥା ଓଡିଶା ସେତୁ ନିର୍ମାଣ ନିଗମ (ଓବିସିସି) ଠାରୁ ନେଇସାରିଥିଲେ ମଧ୍ୟ ସମ୍ପୃକ୍ତ ବ୍ୟବସାୟୀମାନଙ୍କୁ ଏ ସଂକ୍ରାନ୍ତରେ କୌଣସି ସୂଚନା ଦେଇନଥିବା ଜଣାପଡିଛି । ନିୟମ ଅନୁଯାୟୀ ନିଜସ୍ୱ ଖର୍ଚ୍ଚରେ ଦୋକାନ ଘର ନିର୍ମାଣ କରିଥିବା ବ୍ୟବସାୟୀ ଉକ୍ତ କ୍ଷତିପୂରଣ ପାଇବାକୁ ହକଦାର ଥିବା ବେଳେ ପୌରପାଳିକା ସେମାନଙ୍କୁ ତାହା ପୈଠ ନକରିବା ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି । ଯଦି ପ୍ରଶାସନ ପକ୍ଷରୁ ସେମାନଙ୍କୁ ଥଇଥାନ ଏବଂ କ୍ଷତିପୂରଣ ଦିଆନଯାଇ ବଳ ପୂର୍ବକ ଉଚ୍ଛେଦ କରାଯାଏ ତେବେ ସେମାନେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *

Related Posts