- Home
- »
- Breaking News
- »
- ବଣିଆନଟି ସାହିରେ ପଞ୍ଚାୟତ ପୋଖରୀ ଠିକାକୁ ନେଇ ବିବାଦ, ବ୍ଲକ ସମୁଖରେ ଧାରଣା ଦେଲେ ସ୍ୱୟଂ ସହାୟକ ଗୋଷ୍ଠୀ
ବଣିଆନଟି ସାହିରେ ପଞ୍ଚାୟତ ପୋଖରୀ ଠିକାକୁ ନେଇ ବିବାଦ, ବ୍ଲକ ସମୁଖରେ ଧାରଣା ଦେଲେ ସ୍ୱୟଂ ସହାୟକ ଗୋଷ୍ଠୀ

SHARE NOW :
ଅନୁଗୋଳ(ଲାଇଭ ଓଡିଶା ନ୍ୟୁଜ): ପଞ୍ଚାୟତ ପୋଖରୀକୁ ନେଇ ଆରମ୍ଭ ହୋଇଯାଇଛି କନ୍ଦଳ । ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଓ ଜଣେ ବ୍ୟକ୍ତିଙ୍କ ମଧ୍ୟରେ ଚାଲିଛି ଶୀତଳ ଯୁଦ୍ଧ । ଏଭଳି ଘଟଣା ଘଟିଛି ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ଶିମିଳିପାଳ ପଂଚାୟତର ବଣିଆନଟି ସାହିରେ । ସାହିର ପଂଚାୟତ ପୋଖରୀ ନିଲାମକୁ ନେଇ ବିବାଦ ଦେଖା ଦେଇଥିବା ବେଳେ ଏହାକୁ ନେଇ ବ୍ଲକ ସମ୍ମୁଖରେ ଧାରଣାରେ ବସିଛନ୍ତି ୪ଟି ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ । ଘଟଣାରୁ ପ୍ରକାଶ ଯେ ସିମିଳିପାଳ ପଞ୍ଚାୟତର ବଣିଆନଟି ସାହି ଭୋଗରା ପଞ୍ଚାୟତ ପୋଖରିକୁ ବଣିଆନଟି ସହିର ୪ଟି ସ୍ୱୟଂସହାୟକ ଗୋଷ୍ଠିର ମହିଳା ମାନେ ଚଳିତ ବର୍ଷ ୩ ବର୍ଷ ପାଇଁ ମାଛ ଚାଷ ପାଇଁ ନିଲାମ ନେଇଥିବା ବେଳେ ପୁର୍ବରୁ ଉକ୍ତ ପୋଖରୀକୁ ନିଲାମରେ ନେଇଥିବା ଜିତୁ ସାହୁ ଉକ୍ତ ପୋଖରୀକୁ ଅକ୍ତିଆରେ ରଖି ପୋଖରୀ ହୁଡାରେ ଚାଷ କରିବା ସହ ଉକ୍ତ ପୋଖରୀକୁ ମହିଳା ମାନଙ୍କୁ ହସ୍ତାନ୍ତର କରୁନଥିବାରୁ ମହିଳା ମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖା ଦେଇଥିଲା । ଏହି ବିବାଦକୁ ନେଇ ଆଜି ବଣିଆନଟି ସାହିର ୪ଟି ସ୍ୱୟଂସହାୟକ ଗୋଷ୍ଠିର ୭୦ ଅଧିକ ମହିଳା ଛେଣ୍ତିପଦା ବ୍ଲକ ସମୁଖରେ ଧାରଣାରେ ବସିଥିଲେ । ତେବେ ବିଡିଓ ସଞ୍ଜୟ ଆଚାର୍ୟ୍ୟ ଉକ୍ତ ଘଟଣାକୁ ଥାନା ଅଧିକାରୀଙ୍କୁ ଜଣାଇ ଏହାର ସମାଧାନ କରି ଦିଆଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ମହିଳା ମାନେ ଆନ୍ଦୋଳନରୁ ଓହରି ଥିଲି ।