ବଢୁଛି ଶିକ୍ଷାନୁଷ୍ଠାନରେ ସଂକ୍ରମଣ,ଆସୁଛି ନୂଆ ଭାରିଆଣ୍ଟ

SHARE NOW :
ଭୁବନେଶ୍ୱର( ଲାଇଭ ଓଡିଶା ବ୍ୟୁରୋ):ନୂଆ ରୂପରେ ନୂଆ ରଙ୍ଗ ଦେଖାଉଛି କରୋନା । ସାରା ବିଶ୍ୱ କରୋନାରୁ ଧୀରେ ଧୀରେ ସୁସ୍ଥ ହୋଇଆସୁଥିବା ବେଳେ କରୋନା ମଧ୍ୟ ପୁରୁଣା ରୂପ ଛାଡି ନୂଆ ରୂପରେ ଉଭା ହୋଇଯାଉଛି । ନିଜର ନୂଆ ଭାରିୟାଣ୍ଟ୍ ଓମିକ୍ରନ ନେଇ ପୁଣି ବିଶ୍ୱରେ ତାଣ୍ଡବ ରଚିବାକୁ କରୋନା ପ୍ରସ୍ତୁତ ହେଉଛି । ତେବେ ଏହି ପରିସ୍ଥିତିରେ କରୋନାକୁ କିଭଳି ମୁକାବିଲା କରାଯିବ ଏନେଇ ଚିନ୍ତାରେ ବିଶ୍ୱବାସୀ । କରୋନା ସଂକ୍ରମଣ ଆୟତକୁ ଆସିବା ପରେ ଧିରେ ଧିରେ ଆଶ୍ୱସ୍ତି ହେଉଥିଲା ରାଜ୍ୟ । ଏହି ପରିସ୍ତିତିକୁ ଆଖିରେ ରଖି ଶିକ୍ଷାଅନୁଷ୍ଠାନ ଖୋଲିବା ନେଇ ରାଜ୍ୟ ସରକାର ଅନୁମତି ମଧ୍ୟ ଦେଇିଥିଲେ । କିନ୍ତୁ ଶିକ୍ଷାଅନୁଷ୍ଠାନ ଖୋଲିବାର ଦିନ କେଇଟା ହେଇଛି କି ନାହିଁ ରାଜ୍ୟରେ ଚିନ୍ତା ବଢାଇଲାଣି ଶିକ୍ଷାନୁଷ୍ଠାନରେ କରୋନା ସଂକ୍ରମଣ । ପ୍ରଥମେ ସମ୍ବଲପୁର ବୁର୍ଲା ତାପରେ ସୁନ୍ଦରଗଡ ସେଣ୍ଟ ମେରି ବାଳିକା ବିଦ୍ୟାଳୟ ୫୩ ଜଣ ଛାତ୍ରୀ କରୋନା ସଂକ୍ରମିତ ହୋଇଥିଲେ ଯାହାକୁ ନେଇ ସ୍କୁଲ କର୍ତ୍ତୃପକ୍ଷ ଚିନ୍ତାରେ ପଡିଛନ୍ତି । ବଢୁଥିବା ସଂକ୍ରମଣକୁ ଆଖିରେ ରଖି ପ୍ରଥମ ବର୍ଷ ଓ ଦ୍ଵିତୀୟ ବର୍ଷର ଅଫଲାଇନ ପରୀକ୍ଷା ମଧ୍ୟ ବାତିଲ ହୋଇଛି । ସେହିପରି ଆଜି ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଚମକପୁର ଆବାସିକ ବାଳିକା ବିଦ୍ୟାଳୟର ୨୬ ଛାତ୍ରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି ।ଅନ୍ୟପଟେ ସ୍ୱଭାବିକ ପରିସ୍ଥିତିକୁ ଆଖିରେ ରଖି ରାଜ୍ୟ ସରକାରଙ୍କ ନିଷ୍ପତି କ୍ରମେ ଗଣଶିକ୍ଷା ମନ୍ତ୍ରୀ ସ୍କୁଲ ଖୋଲିବାର ସୂଚନା ଦେଇଥିଲେ । ଏବଂ ଏଭଳି ପରିସ୍ଥିତିରେ ଷଷ୍ଠ ରୁ ଦଶମ ପର୍ଯ୍ୟନ୍ତ ପାଠପଢା ସ୍ୱଭାବିକ ଭାବରେ ଚାଲିଛି । ଅନ୍ୟପଟେ କର୍ଣ୍ଣାଟକରେ ଧରୱାଡରେ ଏସ୍ ଡି ଏମ୍ ମେଡିକାଲ୍ କଲେଜରେ ମଧ୍ୟ ୧୮୨ ଛାତ୍ର ଛାତ୍ରୀ ସଂକ୍ରମିତ ଚିହ୍ନଟ ହେଇଛନ୍ତି ।
ଗୋଟେପଟେ ସ୍କୁଲରେ ସଂକ୍ରମଣ ବୃଦ୍ଧି ଅନ୍ୟପଟେ କରୋନାର ନୂଆ ଭାରିଆଣ୍ଟ “ଓମିକ୍ରନ” । ଏହି ନୂଆ ଭାରିଆଣ୍ଟ ଦକ୍ଷିଣ ଆଫ୍ରିକା , ହଂକଂ , ଇସ୍ରାଏଲ୍ ଏବଂ ବେଲିଜିୟମ ଆଦି ଦେଶରେ ଦେଖିବାକୁ ମିଳୁଛି । ଯାହାକୁ ନେଇ ଏନେକ ସ୍ଥାନରେ ଲକ୍ଡାଉନ୍ ମଧ୍ୟ ଫେରିଲାଣି । । ଯେଉଁଠି ଏବେ ମଧ୍ୟ ସ୍ୱଭାବିକ ହେଇପାରୁନି କରୋନା ପରିସ୍ଥିତି ଏବଂ ଏପର୍ଯ୍ୟନ୍ତ ଭାରତରେ ସପୁ୍ର୍ଣ୍ଣଭାବେ କୋଭିଡ ଟିକା ମଧ୍ୟ ଦିଆସରିନି । ପିଲାମାନଙ୍କ ପାଇଁ କରୋନା ଟିକା ମଧ୍ୟ ମଞ୍ଜୁରୀ ପାଇନି । ତେବେ ଏଭଳି ପରିସ୍ଥିତିରେ କୁନି କୁନି ପାଲାମାନେ ସ୍କୁଲ ଯିବା କେତେ ଯେ ସୁରକ୍ଷିତ ତାହା ଉପରେ ଦୃଷ୍ଟି ଦେବା ନିତ୍ୟାନ୍ତ ଆବଶ୍ୟକ । ଏଠି ପ୍ରଶ୍ନ କରୋନାର ଉପରମୁହାଁ ପରିସ୍ଥିତିକୁ ଦେଖି ସ୍କୁଲକୁ ବନ୍ଦ କରିବେ କି ସରକାର ? ଏବଂ ପୂର୍ବପରି ଜାରି ରହିବ କି ଅନ୍ଲାଇନ୍ ପାଠପଢା । ତେବେ ଅପେକ୍ଷା ଶିକ୍ଷାନୁଷ୍ଠାନକୁ ନେଇ କଣ ପଦକ୍ଷେପ ନେଉଛନ୍ତି ସରକାର ।