ଫାଟୁଆ ରୋଗରେ ଆକ୍ରାନ୍ତ ଗାଈଗୋରୁ

SHARE NOW :
ସୁବର୍ଣ୍ଣପୁର ଜିଲ୍ଲା(ଲାଇଭ୍ ଓଡିଶା ନ୍ୟୁଜ): ପ୍ରାଣୀ ଧନ ଚିକିତ୍ସା ବିଭାଗ ଗାଇଗୋରୁଙ୍କ ପ୍ରତି ଯତ୍ନବାନ ହେଉ ନ ଥିବା ଅଭିଯୋଗ ହେଉଛି ।ବିଶେଷକରି ବୀରମହାରାଜପୁର ଉପଖଣ୍ଡର ମୁଣ୍ଡୋଘାଟ ,ଯାଲୋଏ ଓ କଲାପଥର ପଂଚାୟତ ଅଂଚଳରେ ଗାଇ ଗୋରୁ ଫାଟୁଆ ରୋଗରେ ଆକ୍ରାନ୍ତ ହୋଇଛନ୍ତି ।ଏହି ରୋଗ ଯୋଗୁଁ ଗାଇଗୋରୁଙ୍କ ପ୍ରାଣ ହାନୀ ହେଉଛି ।ତେବେ ଫାଟୁଆ ରୋଗର ଚିକିତ୍ସା ପାଇଁ ଚାଷୀମାନେ ପାରଂପାରିକ ଉପାୟ ଅବଲମ୍ବନ କରି ରୋଗର ଚିକିତ୍ସା କରୁଛନ୍ତି ।ତେବେ ପ୍ରାଣୀଧନ ଚିକିତ୍ସା ବିଭାଗ ଗାଇଗୋରୁଙ୍କୁ ଆବଶ୍ୟକ ଚିକିତ୍ସା ସହାୟତା ଯୋଗାଇ ଦେଉ ନ ଥିବା ଅଭିଯୋଗ ହେଉଛି ।ଫାଟୁଆ ରୋଗ ଗାଁ ଗହଳିରେ ବେଶ ଦୃତ ଗତିରେ ସଂକ୍ରମିତ ହେଉଥିବା ବେଳେ ଏହି ରୋଗର ଚିକିତ୍ସା ପାଇଁ ପ୍ରାଣୀଧନ ଚିକିତ୍ସା ବିଭାଗ ଗାଁ ଗାଁ ବୁଲି ଗାଇଗୋରୁଙ୍କୁ ଚିକିତ୍ସା ସେବା ଓ ଆବଶ୍ୟକ ଔଷଧ ଯୋଗାଇ ଦେବାର ଆବଶ୍ୟକତା ରହିଛି ।ଗାଇଗୋରୁଙ୍କ ପ୍ରତି ବିପଦ ସୃଷ୍ଟି କରିଥିବା ଏହି ଫାଟୁଆ ରୋଗ ମହାମାରୀ ରୂପ ନେବା ପୂର୍ବରୁ ପ୍ରାଣୀଧନ ଚିକିତ୍ସା ବିଭାଗ ଯତ୍ନବାନ ହେବା ଆବଶ୍ୟକ ରହିଛି ।ତେବେ ଲୋକେ ଫାଟୁଆ ରୋଗରୁ ମୁକ୍ତି ପାଇବାକୁୁ ଗୁଣି ଗାରେଡି ଭଳି ଅନେକ କାର୍ୟ୍ୟ ଉପରେ ନିର୍ଭର କରୁଥିବା ବେଳେ ଗୋ ସଂପଦର ସୁରକ୍ଷା ପାଇଁ ଜିଲ୍ଲା ପ୍ରଶାସନ ତତ୍ପର ହେବା ଆବଶ୍ୟକ ବୋଲି ବିଜେପି ନେତା ବଳଦେବ ବେଦବାଗ ଦାବୀ କରିଛନ୍ତି ।