FOLLOW US ON SOCIAL

  1. Home
  2. »
  3. ରାଜ୍ୟ
  4. »
  5. ଅସମୟ ବର୍ଷା ପାଇଁ ,ଧାନର ବ୍ୟାପକ କ୍ଷତି

ଅସମୟ ବର୍ଷା ପାଇଁ ,ଧାନର ବ୍ୟାପକ କ୍ଷତି

ଅସମୟ ବର୍ଷା ପାଇଁ ,ଧାନର ବ୍ୟାପକ କ୍ଷତି
SHARE NOW :

ସୁବର୍ଣ୍ଣପୁର( ଲାଇଭ ଓଡିଶା ନ୍ୟୁଜ):ପ୍ରବଳ ବର୍ଷାରେ ଭିଜିଛି ସୁବର୍ଣ୍ଣପୁର।ପ୍ରାୟ ଦୁଇ ଘଣ୍ଟା ଧରି ଆଜି ଅପରାହ୍ନରେ ପ୍ରବଳ ବର୍ଷା ହୋଇଛି। ତେବେ ଧାନ ଅମଳ ସମୟରେ ଏହି ବର୍ଷା ଚାଷୀ ମୁଣ୍ଡବ୍ୟଥାର କାରଣ ହୋଇଛି।ଚାଷୀ ଧାନ ସଂଗ୍ରହ କରି ପାରି ନ ଥିବା ବେଳେ ଧାନ ବ୍ୟାପକ କ୍ଷତି ହୋଇଥିବା ଅନୁମାନ କରାଯାଉଛି।ଏବେ ଚାଷ ଜମି ଗୁଡିକରେ ଧାନ କଟା ହେଉଥିବା ବେଳେ ସଅଳ କିସମ ଧାନ ଚାଷୀ ଅମଳ କରିବାକୁ ଆଣି ଖଳାରେ ରଖିଛି।ତେବେ ଆଜିର ବର୍ଷାରେ ଚାଷୀ ଅନେକ ପରିମାଣରେ କ୍ଷତି ସହିବ ବୋଲି ଅନୁମାନ କରାଯାଉଛି।ଚାଷୀମାନେ ଆଜିର ପାଣିପାଗ ଅନୁମାନ କରି କିଛି ମାତ୍ରାରେ ନିଜ ଉତ୍ପାଦିତ ଶସ୍ୟ ସୁରକ୍ଷା ଦେଇଥିବା ବେଳେ ଚାଷ ଜମି ଓ ଖଳାରେ ପଡିଥିବା ଧାନ କ୍ଷତିଗ୍ରସ୍ତ ହେବ ବୋଲି ଅନୁମାନ କରାଯାଉଛି।ତେବେ ବନ୍ୟା ,ବାତ୍ୟା ,ମରୁଡି ,ରୋଗ ପୋକ ଦାଉରୁ ସୁରକ୍ଷା ଦେଇ ଚାଷୀ ଯାହାବି ଅମଳ କରୁଛି ତାହା ଉଚିତ ମୂଲ୍ୟରେ ବିକ୍ରି ବି କରି ପାରୁ ନାହିଁ ।ତେବେ ଏହି ପରିସ୍ଥିତିରେ ପ୍ରଶାସନ ଓ ସରକାର ଚାଷୀ କୂଳକୁ ସହାୟତା କରିବା ଉଚିତ୍ ।

Leave a Reply

Your email address will not be published. Required fields are marked *

Related Posts