FOLLOW US ON SOCIAL

  1. Home
  2. »
  3. Breaking News
  4. »
  5. ମାଣବସା ଶେଷ ଗୁରୁବାର ଅବସରରେ ମାନଝରି ଗ୍ରାମରେ ସାଂସ୍କୃତିକ କାର୍ଯ୍ୟକ୍ରମ

ମାଣବସା ଶେଷ ଗୁରୁବାର ଅବସରରେ ମାନଝରି ଗ୍ରାମରେ ସାଂସ୍କୃତିକ କାର୍ଯ୍ୟକ୍ରମ

ମାଣବସା ଶେଷ ଗୁରୁବାର ଅବସରରେ ମାନଝରି ଗ୍ରାମରେ ସାଂସ୍କୃତିକ କାର୍ଯ୍ୟକ୍ରମ
SHARE NOW :

ଗୋଲାମୁଣ୍ଡା(ଲାଇଭ ଓଡିଶା ନ୍ୟୁଜ): ମାଣବସା ଗୁରୁବାର କୁ ପ୍ରତେକ ଓଡ଼ିଆ ଘରେ ଘରେ ମା ଲଷ୍ମୀଙ୍କୁ ବହୁ ଆଡମ୍ବରରେ ପାଳନ କରାଯାଏ ସେହିଭଳି ଭାବରେ ଅନେକ ଅନୁଷ୍ଠାନ ଆନୁକୂଲ୍ୟରେ ମଧ୍ୟ ଧୁମଧାମରେ ପାଳନ କରାଯାଇଥିବା ଦେଖିବାକୁ ମିଳିଥିଲା । କଳାହାଣ୍ଡି ଜିଲ୍ଲା ଗୋଳାମୁଣ୍ଡା ଅନ୍ତର୍ଗତ ମାନଝରି ଗ୍ରାମରେ ଶେଷ ରାତିରେ ମାଆ ଙ୍କ ମେଢ ଅତ୍ୟନ୍ତ ସୁନ୍ଦର ଭାବରେ ସଜା ଯାଇଥିବାବେଳେ ରାତିରେ ମନୋରଞ୍ଜନ ନିମନ୍ତେ ନୃତ୍ୟ ପ୍ରତିଯୋଗୀତା ଆୟୋଜନ କରାଯାଇଥିଲା । ଏହି କାର‌୍ୟ୍ୟକ୍ରମ ରେ ସ୍ଥାନୀୟ ସରପଞ୍ଚ ଗିରିଧାରୀ ତେଜି ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ଆଦର୍ଶ ଶିକ୍ଷକ ତଥା କୃଷକ ବନ୍ଧୁ କଳାହାଣ୍ଡି ଶ୍ରୀଯୁକ୍ତ ତପେଶ୍ୱର ନାଏକ ଯୋଗଦେଇ ସଦାସର୍ବଦା ଚାଷୀଙ୍କ ସୁଖରେ ଦୁଃଖରେ ଠିଆହୋଇ ରହିବେ ବୋଲି ଅଭିଭାଷଣ ଦେଇଥିଲେ । ଜଗଜୀବନ ଅଘରିଆ, ଚତୁର୍ଭୁଜ ନାଏକ,ତୁଙ୍ଗନାଥ ତେଜି,ଗକୁଳ ପୁଟେଲ,ଅମର କାଣ୍ଡ ପ୍ରମୁଖ ଯୋଗଦେଇଥିଲେ । ଏହି କାର‌୍ୟ୍ୟକ୍ରମରେ ମଞ୍ଚ ପରିଚାଳନା କରିଥିଲେ ଉଦଘୋଷକ ଅଶ୍ୱିନୀ ମଲ୍ଲିକ ।

Leave a Reply

Your email address will not be published. Required fields are marked *

Related Posts