FOLLOW US ON SOCIAL

  1. Home
  2. »
  3. ଟ୍ରେଣ୍ଡିଙ୍ଗ ନ୍ୟୁଜ୍
  4. »
  5. ମହାନଦୀରେ ଗ୍ରାହକ ନେଇପାରିବେ “ଫ୍ଲୋଟିଂ ରେସ୍ତୋରାଁ” ର ମଜା

ମହାନଦୀରେ ଗ୍ରାହକ ନେଇପାରିବେ “ଫ୍ଲୋଟିଂ ରେସ୍ତୋରାଁ” ର ମଜା

ମହାନଦୀରେ ଗ୍ରାହକ ନେଇପାରିବେ “ଫ୍ଲୋଟିଂ ରେସ୍ତୋରାଁ” ର ମଜା
SHARE NOW :

କଟକ(ଲାଇଭ ଓଡିଶା ନ୍ୟୁଜ): ମହାନଦୀରେ ପ୍ରଥମଥର ପାଇଁ ଦେଖିବାକୁ ମିଳିବ ଫ୍ଲୋଟିଂ ରେସ୍ତୋରାଁ । ସିଲଭର ସିଟି ବୋଟ କ୍ଲବରେ ଓଡିଶା ପର୍ଯ୍ୟଟନ ବିକାଶ ନିଗମ ପକ୍ଷରୁ ଏଭଳି ଏକ ନୂଆ ପ୍ରୟାସ କରାଯାଇଛି । ଏବଂ ଏହି ରେସ୍ତୋରାଁଟିକୁ ଓଟିଡିସି ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର ଉଦଘାଟନ କରିଛନ୍ତି । ରେସ୍ତୋରାଁରେ ସମୟ କାଟିବା ପାଇଁ ହେଲେ କିଛି ନିୟମ ମାନିବାକୁ ପଡିବ । ପ୍ରଥମ ପର‌୍ୟ୍ୟାୟରେ ଏକ ସମୟରେ ୮ ଜଣ ଏହି ଫ୍ଲୋଟି˚ ରେସ୍ତୋରାଁର ବସିପାରିବେ। ଘଣ୍ଟା ପ୍ରତି ହିସାବରେ ଏଠାରେ ଗ୍ରାହକମାନଙ୍କୁ ଦେୟ ଦେବାକୁ ପଡ଼ିବ। ଏହି ରେସ୍ତୋରାଁ ଉପରେ ସୋଲାର ପ୍ୟାନେଲ୍ ରହିଛି ଏବ˚ ଏଲ୍ଇଡି ଲାଇଟ୍ରେ ଏହାକୁ ସୁସଜ୍ଜିତ କରାଯାଇଛି। ଫଳରେ ସନ୍ଧ୍ୟା ସମୟରେ ବି ପର‌୍ୟ୍ୟଟକମାନେ ରେସ୍ତୋରାଁରେ ଖାଇବାର ମଜା ନେଇପାରିବେ। ଗ୍ରାହକମାନଙ୍କ ସୁରକ୍ଷା ପ୍ରତି ଏଠାରେ ସଂପୂର୍ଣ୍ଣ ଧ୍ୟାନ ଦିଆଯିବା ସହିତ ସମସ୍ତ ଆନୁସଙ୍ଗିକ ବ୍ୟବସ୍ଥା କରାଯାଇଥିବା ଉଦ୍ଘାଟନ କାର‌୍ୟ୍ୟକ୍ରମରେ ସୂଚନା ଦିଆଯାଇଛି। ଗ୍ରାହକମାନେ ସିଲଭର୍ ସିଟ୍ ବୋଟ୍ କ୍ଲବ୍ ଅଥବା ପାନ୍ଥ ନିବାସ ଜରିଆରେ ଏହି ଫ୍ଲୋଟିଂ ରେସ୍ତୋରାଁ ବୁକ୍ କରିପାରିବେ। ଆଗାମୀ ଦିନରେ ୩୦ ଜଣ ବସିବା ଭଳି ଫ୍ଲୋଟି˚ ରେସ୍ତୋରାଁ ବ୍ୟବସ୍ଥା ଓଟିଡିସି କରିବାକୁ ଯାଉଛି। ଉଲ୍ଲେଖଯୋଗ୍ୟ ଯେ ଗତ ଏପ୍ରିଲ୍ ମାସରେ ଏହି ବୋଟ୍ କ୍ଲବ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍ଘାଟନ କରିଥିଲେ। ସେହି ସମୟରେ ଏଠାରେ ଫ୍ଲୋଟିଂ ରେସ୍ତୋରାଁ ଯୋଜନା ହୋଇଥିଲେ ବି କୋଭିଡ୍ କଟକଣା ଯୋଗୁଁ ପ୍ରକ୍ରିୟା ବିଳମ୍ବିତ ହୋଇଥିଲା।

Leave a Reply

Your email address will not be published. Required fields are marked *

Related Posts