FOLLOW US ON SOCIAL

  1. Home
  2. »
  3. Breaking News
  4. »
  5. କଟକ ଓ ଭୁବନେଶ୍ବରରେ ନିବୁଜ ହେବ ମୁକୁଳା ଡ୍ରେନ

କଟକ ଓ ଭୁବନେଶ୍ବରରେ ନିବୁଜ ହେବ ମୁକୁଳା ଡ୍ରେନ

କଟକ ଓ ଭୁବନେଶ୍ବରରେ ନିବୁଜ ହେବ ମୁକୁଳା ଡ୍ରେନ
SHARE NOW :

ଭୁବନେଶ୍ବର( ଲାଇଭ ଓଡିଶା ନ୍ୟୁଜ): ଉଠିବ ଜବରଦଖଲ । ବଦଳିବ ସହରର ଢାଞ୍ଚା । ନୂଆ ଶୈଳୀରେ ନିର୍ମାଣ ହେବ ଡ୍ରେନ । ଯିବନି ଆଉ ନିରୀହ ଜୀବନ । ଡ୍ରେନର ଦୁଇ କଡରେ ଲାଗିବ ୧୦ ଫୁଟ ଉଚ୍ଚତାର ନେଟ୍ । ଦେଶର ବଡ ବଡ ସହରରେ ହୋଇଥିବା ଅତ୍ୟାଧୁନିକ ଡ୍ରେନ ଶୈଳୀରେ ନିର୍ମାଣ ହେବ କଟକ ଓ ଭୁବନେଶ୍ବରରେ ଡ୍ରେନ୍ । ଏଥିପାଇଁ ସ୍ବତନ୍ତ୍ର ବ୍ୟୟ ବରାଦ ହୋଇ ଫେବୃୟାରୀ ସୁଦ୍ଧା ଡ୍ରେନ୍ ନିର୍ମାଣ ଓ ମୁକୁଳା ଡ୍ରେନ୍ କଭର କରିବା ନେଇ ଚୂଡାନ୍ତ ଟେଣ୍ଡର ପ୍ରକ୍ରିୟା ସରିବ । ମଙ୍ଗଳବାର ବିଧାନସଭା ନଗର ଉନ୍ନୟନ ବିଭାଗ ଷ୍ଟାଡିଙ୍ଗ କମିଟି ବୈଠକରେ ଡ୍ରେନେଜ ସମସ୍ୟା ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇ ଏହି ନିଷ୍ପତ୍ତି ହୋଇଛି । ନିକଟରେ ରାଜଧାନୀର ୮ ନମ୍ବର ଡ୍ରେନରେ ଭାସି ଜଣେ ଛାତ୍ରଙ୍କ ଜୀବନ ଯିବା ପରେ ବିଭାଗର ଏବେ ଚେତା ପସିଛି । ପ୍ରଥମେ ମୁକୁଳା ଡ୍ରେନ୍ ଉପରେ ଅସ୍ଥାୟୀ ବ୍ୟାରିକେଟ୍ ନିର୍ମାଣ ହୋଇଛି । ତେବେ ସହରର ଡ୍ରେନେଜ୍ ସମସ୍ୟାର ସ୍ଥାୟୀ ସମାଧାନ କରିବାକୁ କମିଟି ସରକାରଙ୍କୁ ଏମିତି ପ୍ରସ୍ତାବ ଦେଇଛି । ଡ୍ରେନ୍ ଜବର ଦଖଲ ଓ କ୍ୟାଚେମେଣ୍ଟ ଏରିଆ କମ୍ ଥିବାରୁ ଏମିତି ସମସ୍ୟା ହୋଇଥିବାରୁ ଏହାର ସମାଧାନ ଲାଗି ନିଷ୍ପତ୍ତି ହୋଇଛି । ସହରରେ ୧୩ଟି ବଡ ଡ୍ରେନ୍ ରହିଛି । ସେଥିରୁ ୭୫ଟି ଜାଗାରେ ବିପଦ ସଙ୍କୁଳ ଅବସ୍ଥାରେ ଅଛି । ଜବର ଦଖଲ ଓ ପୋତିହେବା କାରଣରୁ ଡ୍ରେନରେ ଜଳ ଧାରଣ କ୍ଷମତା ବଢିଯିବ । ଡ୍ରେନ ନିର୍ମାଣରେ ବାଧକ ସାଜୁଥିବା ଘରୋଇ ଜମିକୁ ତୁରନ୍ତ ଅଧିଗ୍ରହଣ କରି କାମ ଆରମ୍ଭ କରିବାକୁ ନିଷ୍ପତ୍ତି ହୋଇଛି । ଆରଆଣ୍ଡବି, ବିଏମସି ଓ ଜାତୀୟ ରାଜପଥ ଆଦି ଭିନ୍ନ ଭିନ୍ନ ବିଭାଗର ରାସ୍ତା ସହରରେ ଥିବାରୁ ବିଭାଗ ଭିତରେ ସମନ୍ବୟ ଅଭାବରୁ ଡ୍ରେନ୍ ସମସ୍ୟା ବଢୁଛି ବୋଲି କମିଟି ଅନୁଭବ କରିଛି । ତେବେ ନୂଆ ଡ୍ରେନର କେତେ ଆବଶ୍ୟକତା ଅଛି ଓ ଡ୍ରେନର ଡିଜାଇନ କିପରି ହେବ ତାର ଆକଳନ କରିବାକୁ ଏକ୍ସପର୍ଟ ଟିମ୍ ଗଠନ କରିବାକୁ ନିଷ୍ପତ୍ତି ନିଆଯଇଛି ।

Leave a Reply

Your email address will not be published. Required fields are marked *

Related Posts