FOLLOW US ON SOCIAL

  1. Home
  2. »
  3. Breaking News
  4. »
  5. ଓଡିଶାକୁ ପୁଣି ବାତ୍ୟା: ଆଜି ସ୍ପଷ୍ଟ ହେବ କେଉଁ ଆଡେ ମଙ୍ଗ ମୋଡୁଛି “ଜୱାଦ୍‌”

ଓଡିଶାକୁ ପୁଣି ବାତ୍ୟା: ଆଜି ସ୍ପଷ୍ଟ ହେବ କେଉଁ ଆଡେ ମଙ୍ଗ ମୋଡୁଛି “ଜୱାଦ୍‌”

ଓଡିଶାକୁ ପୁଣି  ବାତ୍ୟା: ଆଜି ସ୍ପଷ୍ଟ ହେବ କେଉଁ ଆଡେ ମଙ୍ଗ ମୋଡୁଛି “ଜୱାଦ୍‌”
SHARE NOW :

ଭୁବନେଶ୍ୱର(ଲାଇଭ ଓଡିଶା ନ୍ୟୁଜ): ଆସୁଛି ବାତ୍ୟା ଜୱାଦ୍ । ଆଜି ସ୍ପଷ୍ଟ ହେବ କୁଆଡ଼େ ଯିବ \’ଜଓ୍ୱାଦ୍\’ । ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ୱେଲମାର୍କ ଲୋ ପ୍ରେସରରେ ପରିଣତ ହୋଇଛି । ଆଗାମି ୧୨ଘଂଟାରେ ଏହା ଅବପାତର ରୂପ ନେବ । ୨୪ ଘଂଟାରେ ବାତ୍ୟାରେ ପରିଣତ ହେବ । ଏବଂ ସମୁଦ୍ର ଭିତରେ ବଳ ଗୋଟାଇ ଆଗକୁ ବଢ଼ିବ । ୪ତାରିଖ ସକାଳୁ ଦକ୍ଷିଣ ଓଡିଶା ଓ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳ ଦେଇ ଗତି କରିବ । ତେବେ ନିର୍ଦ୍ଦିଷ୍ଟ ଭାବରେ କଣ ରହିବ ବାତ୍ୟାର ଗତିପଥ ? କେଉଁଠି ହିଟ୍ କରିବ ? କେଉଁଠି ବେଶୀ ପ୍ରଭାବ ଛାଡ଼ିବ ବାତ୍ୟା ? ଆଜି ଚିତ୍ର ସ୍ପଷ୍ଟ ହେବ । ଡିପ୍ରେସନ୍ ହେବା ପରେ ଏହାର ଗତିପଥ ସ୍ପଷ୍ଟ ହୋଇଯିବ । କିନ୍ତୁ ଏହାର ପ୍ରଭାବ କାଲିଠାରୁ ଓଡ଼ିଶା ଉପକୂଳରେ ଦେଖିବାକୁ ମିଳିପାରେ । କାଲିଠୁ ଆରମ୍ଭ ହେବ ବର୍ଷା ପବନ । ୪ ତାରିଖରେ ବର୍ଷା ପରିମାଣ ବଢ଼ିବ । ଆସନ୍ତା ୪ ତାରିଖ ସକାଳ ୮ଟାରୁ ୫ ତାରିଖ ସକାଳ ମଧ୍ୟରେ ଗଜପତି, ଗଞ୍ଜାମ, ପୁରୀ ଓ ଜଗତ୍ସିଂହପୁର ଜିଲ୍ଲାର କିଛି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ସହ ଗୋଟିଏ ଦୁଇଟି ସ୍ଥାନରେ ଅତ୍ୟନ୍ତ ପ୍ରବଳ ବର୍ଷାର ସମ୍ଭାବନା ରହିଥିବାରୁ ରେଡ୍ ୱାର୍ଣ୍ଣିଂ ଜାରି ହୋଇଛି । ଏହି ସମୟ ମଧ୍ୟରେ ଖୋର୍ଧା, ନୟାଗଡ଼, କେନ୍ଦ୍ରାପଡ଼ା, କଟକ, କନ୍ଧମାଳ, ରାୟଗଡ଼ା ଓ କୋରାପୁଟ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ଅଧିକ ଥିବାରୁ ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଛି । ପରବର୍ତୀ ୨୪ ଘଣ୍ଟା ଅର୍ଥାତ୍ ୫ ତାରିଖ ସକାଳଠାରୁ ୬ ତାରିଖ ସକାଳ ପର‌୍ୟ୍ୟନ୍ତ ଜଗତ୍ସିଂହପୁର, କେନ୍ଦ୍ରାପଡ଼ା, କଟକ, ଭଦ୍ରକ, ବାଲେଶ୍ବର, ଯାଜପୁର, ମୟୂରଭଞ୍ଜ ଓ ପୁରୀ ଜିଲ୍ଲାର କେତେକ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ଲାଗିରହିବ । ତାହାକୁ ନଜରରେ ରଖି ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ଲଘୁଚାପ ଅବପାତ ରୂପ ନେବା ବେଳେ ଦକ୍ଷିଣ-ପୂର୍ବ ଓ ସଂଲଗ୍ନ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଘଣ୍ଟାପ୍ରତି ୫୦ରୁ ୬୦ କିମି ବେଗରେ ଝଡ଼ ପବନ ହେବାର ସମ୍ଭାବନା ରହିଛି । ୩ ତାରିଖ ସକାଳୁ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ପବନର ବେଗ ବୃଦ୍ଧି ପାଇ ଘଣ୍ଟା ପ୍ରତି ୬୫ରୁ ୭୫ କିମି ରହିପାରେ। ୪ ତାରିଖ ସକାଳଠାରୁ ପରବର୍ତୀ ୨୪ ଘଣ୍ଟା ପର‌୍ୟ୍ୟନ୍ତ ଉତ୍ତର-ପଶ୍ଚିମ ଓ ତତ୍ ସଂଲଗ୍ନ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଘଣ୍ଟା ପ୍ରତି ୯୦ରୁ ୧୦୦ କିମି ବେଗରେ ପବନ ବହିବ। ତେବେ ୩ ତାରିଖ ମଧ୍ୟରାତିରୁ ଉତ୍ତର ଆନ୍ଧ୍ରପ୍ରଦେଶ ଓ ଓଡ଼ିଶା ଉପକୂଳରେ ଘଣ୍ଟାପ୍ରତି ୪୫ରୁ ୫୫ କିମି ସର୍ବାଧିକ ୬୫ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି। ଏହା ଧୀରେ ଧୀରେ ବୃଦ୍ଧି ପାଇ ୪ ତାରିଖ ଅପରାହ୍ନରୁ ପବନର ବେଗ ୭୦ରୁ ୮୦ ଏବଂ ସର୍ବାଧିକ ୯୦ କିମି ରହିବ। ବାତ୍ୟା ପୂର୍ବରୁ ମୁକାବିଲା ପାଇଁ ଆରମ୍ଭ ହେଲାଣି ପ୍ରସ୍ତୁତି । ସମ୍ଭାବ୍ୟ ବାତ୍ୟାର ସମୀକ୍ଷା କରିଛନ୍ତି କ୍ୟାବିନେଟ୍ ସଚିବ ରାଜୀବ ଗୌବା । ବାତ୍ୟା ଦ୍ୱାରା ପ୍ରଭାବିତ ହେବାକୁ ଥିବା ରାଜ୍ୟ ଓଡ଼ିଶା, ଆନ୍ଧ୍ର ପ୍ରଦେଶ, ପଶ୍ଚିମବଙ୍ଗ, ଆଣ୍ଡାମାନ ନିକୋବରର ମୁଖ୍ୟ ସଚିବ ଓ ବିଭାଗୀୟ ଅଧିକାରୀଙ୍କ ସହ କ୍ୟାବିନେଟ୍ ସଚିବ ଆଲୋଚନା କରିଛନ୍ତି । ବାତ୍ୟା ପରିସ୍ଥିତିର ମୁକାବିଲା ଓ ବାତ୍ୟା ପରେ ଉଦ୍ଧାର କାର‌୍ୟ୍ୟକୁ ତଦାରଖ କରିବାକୁ ଗୁରୁତ୍ୱ ଦିଆଯାଇଛି ।ଏହିସବୁ ରାଜ୍ୟରେ ୩୨ଟି ଘଊଜୠ ଟିମ୍ ମୁତୟନ ହେବେ । ଆବଶ୍ୟକ ପଡିଲେ ଉଦ୍ଧାର କାର‌୍ୟ୍ୟରେ ସେନାବାହିନୀର ସହଯୋଗ ନିଆଯିବ । ବାତ୍ୟା ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ୍, ବିଶାଖାପାଟଣମ୍, ବିଜୟନଗରମ୍ ଜିଲ୍ଲା ସମେତ ଉପକୂଳ ଓଡ଼ିଶା ଜିଲ୍ଲାରେ ପ୍ରଭାବ ପକାଇବା ସମ୍ଭାବନା ରହିଛି । ସେହିପରି ପଶ୍ଚିମବଙ୍ଗ ଉପକୂଳରେ ବି ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ । ମତ୍ସ୍ୟଜୀବୀ ଓ ଡଙ୍ଗାକୁ ତୁରନ୍ତ କୂଳକୁ ଫେରାଇ ଆଣିବା ଉପରେ ଜୋର ଦେଇଛନ୍ତି କ୍ୟାବିନେଟ୍ ସଚିବ । ବାତ୍ୟା ମୁକାବିଲା କ୍ଷେତ୍ରରେ କେନ୍ଦ୍ର ସରକାର ସମସ୍ତ ସହଯୋଗ ଯୋଗାଇ ଦେବେ ବୋଲି ପ୍ରଭାବିତ ଆଶଙ୍କା ଥିବା ରାଜ୍ୟକୁ ପ୍ରତିଶ୍ରୁତି ଦେଇଛନ୍ତି କ୍ୟାବିନେଟ୍ ସଚିବ ।

Leave a Reply

Your email address will not be published. Required fields are marked *

Related Posts