FOLLOW US ON SOCIAL

  1. Home
  2. »
  3. ରାଜ୍ୟ
  4. »
  5. ଡାଲମିଆ ସିମେଣ୍ଟ ଦ୍ୱାରା ସ୍ଥାନୀୟ ପ୍ରତିଭା ସମ୍ମାନିତ

ଡାଲମିଆ ସିମେଣ୍ଟ ଦ୍ୱାରା ସ୍ଥାନୀୟ ପ୍ରତିଭା ସମ୍ମାନିତ

ଡାଲମିଆ ସିମେଣ୍ଟ ଦ୍ୱାରା ସ୍ଥାନୀୟ ପ୍ରତିଭା ସମ୍ମାନିତ
SHARE NOW :

ରାଜଗାଙ୍ଗପୁର(ଲାଇଭ୍ ଓଡ଼ିଶା ନ୍ୟୁଜ୍ / ବିକାଶ କୁମାର ନାୟକ): ରାଜଗାଙ୍ଗପୁର ମାଟିରେ ଜନ୍ମ ନେଇ ଏବଂ ନିଜ ପରିଶ୍ରମ ବଳରେ ବିଭିନ୍ନ କ୍ଷେତ୍ରରେ ଉନ୍ନତ ପ୍ରଦର୍ଶନ କରି ସହରକୁ ଗର୍ବିତ କରିଥିବା କିଛି ପ୍ରତିଭାଙ୍କୁ ସମ୍ମାନିତ କରିବା ପାଇଁ ଡାଲମିଆ ସିମେଣ୍ଟ (ଭାରତ) ଲିମିଟେଡ଼ ଦ୍ୱାରା ଏକ କାର୍ଯ୍ୟକ୍ରମ ସ୍ଥାନୀୟ ରାଜଗାଙ୍ଗପୁର କ୍ଲବରେ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ରାଜଗାଙ୍ଗପୁରର ଅଭିଷେକ ଶୁକ୍ଳାଙ୍କୁ ସମ୍ମାନିତ କରାଯାଇଥିଲା l ଅଭିଷେକ ଚଳିତ ବର୍ଷ ଭାରତୀୟ ଦିବ୍ୟାଙ୍ଗ କ୍ରିକେଟ ଟିମର ସମସ୍ତ ଫର୍ମାଟରେ ଟେଷ୍ଟ, ଦିନିକିଆ ଓ ଟି-ଟ୍ୱେଣ୍ଟି ଅନ୍ତରାଷ୍ଟ୍ରୀୟ ଖେଳିବା ପାଇଁ ଚୟନ ହୋଇଛନ୍ତି l ଏହି କାର୍ଯ୍ୟକ୍ରମରେ ରାଜଗାଙ୍ଗପୁର ଏବଂ କୁତ୍ରା ବ୍ଲକର ୨୭ଟି ସରକାରୀ ଉଚ୍ଚ ବିଦ୍ୟାଳୟର ମାଟ୍ରିକ ପରୀକ୍ଷାରେ କୃତି ହାସିଲ କରିଥିବା ୨୭ ଜଣ ଛାତ୍ରଛାତ୍ରୀଙ୍କୁ ପୁରସ୍କାର ଓ ପୁଷ୍ପଗୁଚ୍ଛ ଦେଇ ସମ୍ମାନିତ କରାଯାଇଥିଲା l ସାମାଜିକ ଓ ମହିଳା ସଶକ୍ତିକରଣ କ୍ଷେତ୍ରରେ ତିନି ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ସାବିତ୍ରୀ ପlତ୍ରା (ଧଓରଡ଼l), ଗୀତ ବିଡ଼lଇକ (ଲାଞ୍ଜିବେର୍ଣ୍ଣl-୩) ଏବଂ ରାଜଗାଙ୍ଗପୁରର ଶ୍ରମିଲା ଦତ୍ତଙ୍କୁ ଯଥାକ୍ରମେ ଛତୁ ଚାଷ, ସୌନ୍ଦର୍ଯ୍ୟ ଓ କଲ୍ୟାଣ ଏବଂ ସିଲେଇରେ ସଫଳତା ପାଇଁ ସମ୍ମାନିତ କରାଯାଇଥିଲା l

ଡାଲମିଆ ସିମେଣ୍ଟର ଜାତୀୟ ଉତ୍ପାଦନ ମୁଖ୍ୟ ଗଣେଶ ଜିରକୁଣ୍ଠୱାର କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହି ପ୍ରତିଭାଗଣ ହାସଲ କରିଥିବା ଉଲ୍ଲେଖନୀୟ ସଫଳତା ପାଇଁ ଶୁଭେଚ୍ଛା ଜଣାଇଥିଲେ ଓ ତାଙ୍କୁ ନିଜ ଭବିଷ୍ୟତରେ ପୂର୍ଣ୍ଣ ଆତ୍ମବିଶ୍ୱାସ ଓ ଦୃଢ଼ ସଂକଳ୍ପ ସହିତ ଆଗକୁ ବଢିବା ତଥା ରାଷ୍ଟ୍ର ନିର୍ମାଣରେ ଅଗ୍ରଣୀ ହେବ ପାଇଁ ପ୍ରାତ୍ସାହିତ କରିଥିଲେ l

ରାଜଗାଙ୍ଗପୁର କାରଖାନା ମୁଖ୍ୟ ଚେତନ ଶ୍ରୀବାସ୍ତବ ସଫଳତା ହାସଲ କରିଥିବା ପ୍ରତିଭାଙ୍କୁ ଶୁଭେଚ୍ଛା ଜଣାଇଥିଲେ l କମ୍ପାନୀର ଉପ-କାର୍ଯ୍ୟନିର୍ବାହୀ ନିର୍ଦେଶକ ସରୋଜ କୁମାର ରାଉତ ଉପସ୍ଥିତ ସମସ୍ତ ପ୍ରତିଭା ଏବଂ ଅତିଥିମାନଙ୍କୁ ସ୍ୱାଗତ ଜଣାଇ ଛାତ୍ରଛାତ୍ରୀମାନଙ୍କୁ ଭଲ କାମ କରିବା ସହିତ ରାଜଗାଙ୍ଗପୁର ସହିତ ସମଗ୍ର ଦେଶକୁ ଗୋୖରବାନ୍ବିତ କରିବା ପାଇଁ ଉତ୍ସାହିତ କରିଥିଲେ l ଅନ୍ୟ ଅତିଥିମାନଙ୍କ ମଧ୍ୟରେ ସୃଜିତ ମିଶ୍ର, ଡ଼. ବଳରାମ ପଣ୍ଡା ଏବଂ ଡାଲମିଆ ବିଦ୍ୟାମନ୍ଦିର ଅଧକ୍ଷ ଡ଼.ରାଘବେନ୍ଦ୍ର ଦ୍ବିବେଦୀ ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କୁ ପୁରସ୍କାର ବିତରଣ କରିଥିଲେ l

ଡାଲମିଆ ସିମେଣ୍ଟ ରାଜଗାଙ୍ଗପୁର ସିଏସଆର ବିଭାଗର ବରିଷ୍ଠ ପ୍ରବନ୍ଧକ ତପନ କୁମାର ନାୟକ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଏବଂ ମାନବ ସମ୍ବଳ ବିଭାଗର ମୁଖ୍ୟ ବଳରାମ ପଣ୍ଡା ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ l ଅମିତ ପାଣ୍ଡେ, ଶିବ ନାରାୟଣ ପରିଜା, ସୁଜାତା ଦାସ, ଶୋଭାରାଣୀ ମହାନ୍ତି, ସୋନିଆ ଡୁଙ୍ଗ ଡୁଙ୍ଗ, ରାଜୀବ ମିଶ୍ର, ପଙ୍କଜ ଦ୍ବିବେଦୀ ଏହି କାର୍ଯ୍ୟକ୍ରମକୁ ସଫଳ କରିବାରେ ସହଯୋଗ ପ୍ରଦାନ କରିଥିଲେ l

Leave a Reply

Your email address will not be published. Required fields are marked *

Related Posts