FOLLOW US ON SOCIAL

  1. Home
  2. »
  3. ରାଜ୍ୟ
  4. »
  5. ଡାଲମିଆ ସିମେଣ୍ଟ ତରଫରୁ କୋଭିଡ ସୁରକ୍ଷା ଉପକରଣ ବଣ୍ଟନ ଏବଂ ଚକ୍ଷୁ ପରୀକ୍ଷା

ଡାଲମିଆ ସିମେଣ୍ଟ ତରଫରୁ କୋଭିଡ ସୁରକ୍ଷା ଉପକରଣ ବଣ୍ଟନ ଏବଂ ଚକ୍ଷୁ ପରୀକ୍ଷା

ଡାଲମିଆ ସିମେଣ୍ଟ ତରଫରୁ କୋଭିଡ ସୁରକ୍ଷା ଉପକରଣ ବଣ୍ଟନ ଏବଂ ଚକ୍ଷୁ ପରୀକ୍ଷା
SHARE NOW :

ରାଜଗାଙ୍ଗପୁର (ଲାଇଭ୍ ଓଡ଼ିଶା ନ୍ୟୁଜ୍‌): କୋରୋନା ବିରୁଦ୍ଧରେ ରାଜ୍ୟ ସରକାରଙ୍କ ଲଢେଇକୁ ମଜବୁତ କରିବା ପାଇଁ ଡାଲମିଆ ସିମେଣ୍ଟ (ଭାରତ) ଲିମିଟେଡ଼ ରାଜଗାଙ୍ଗପୁରର ସାମାଜିକ ଦାୟିତ୍ୱବୋଧ ବିଭାଗ (ସିଏସଆର) ଦ୍ୱାରା ରାଜଗାଙ୍ଗପୁର ଆମ୍ବେଦକର କଲୋନୀ ତାଳକୀପଡ଼ାରେ ୧୨୦ ଏବଂ କେଂଦେଈମାଲ ଗ୍ରାମରେ ୮୬ ପରିବାରଙ୍କୁ କୋଭିଡ ସୁରକ୍ଷା ଉପକରଣ (ମାସ୍କ, ସାନିଟାଇଜର ବୋତଲ ଓ ସାବୁନ) ବଣ୍ଟନ କରାଯାଇଛି l ଏହା ଛଡା ତାଳକୀପଡ଼ାରେ ୯୮ ଓ କେଂଦେଈମାଲ ଗ୍ରାମରେ ୫୫ ଜଣ ବୟସ୍କ ବ୍ୟକ୍ତିଙ୍କର ଡାଲମିଆ ଏଲ.ଭି.ପିଇ.ଆଇ ଚକ୍ଷୁ ଚିକିତ୍ସାଳୟ ପକ୍ଷରୁ ଚକ୍ଷୁ ପରୀକ୍ଷା କରାଯାଇଥିଲା l ତନ୍ମଧ୍ୟରୁ ତାଳକୀପଡ଼ାର ୪ ଶିଶୁ, ୧୬ ବୟସ୍କ ଓ କେଂଦେଈମାଲ ଗ୍ରାମର ୯ ଜଣ ବ୍ୟକ୍ତି ଚକ୍ଷୁ ରୋଗରେ ପୀଡିତ ଥିବା ଚିହ୍ନଟ ହୋଇଥିଲେ l ଚକ୍ଷୁ ରୋଗରେ ପୀଡିତଙ୍କୁ ଅସ୍ତ୍ରୋପଚାର ନିମନ୍ତେ ରାଜଗାଙ୍ଗପୁର ଚକ୍ଷୁ ଚିକିତ୍ସାଳୟ ପରିଦର୍ଶନ ପାଇଁ ପରାମର୍ଶ ଦିଆଯାଇଥିଲା l ସିଏସଆର ବିଭାଗର ଶିବ ନାରାୟଣ ପରିଜା ଉକ୍ତ କାର୍ଯ୍ୟକ୍ରମକୁ ଆୟୋଜନ ଓ ପରିଚାଳନା କରିଥିଲେ l ଡାଲମିଆ ଏଲ.ଭି.ପିଇ.ଆଇ ଚକ୍ଷୁ ଚିକିତ୍ସାଳୟର ପ୍ରଭୁ ଦତ୍ତ ନାୟକ, ଆକଷ୍ମି ନାୟକ, ଅଜୟ ସାହୁ ଓ ତାଙ୍କ ସହଯୋଗୀ ଚକ୍ଷୁ ପରୀକ୍ଷା କରିଥିଲେ ଏବଂ ସଙ୍ଗମ ମହିଳା ମଣ୍ଡଳର ପ୍ରିୟଙ୍କା ବାହେତି ଓ ମଣ୍ଡଳର ସଦସ୍ୟମାନେ ଉପସ୍ଥିତ ରହି ସମସ୍ତ ପରିବାରକୁ ମାସ୍କ, ସାନିଟାଇଜର ଓ ସାବୁନ ସୁଚାରୁ ରୂପେ ବଣ୍ଟନ କରିବାରେ ସାହାଯ୍ୟ କରିଥିଲେ l

କିଛି ଦିନ ପୂର୍ବରୁ କେଶ୍ରlମାଲ ଗ୍ରାମପଞ୍ଚlଯତର କୋରାପଡ଼ା ଗ୍ରାମରେ ମଧ୍ୟ କମ୍ପାନୀର ସିଏସଆର ବିଭାଗ ଦ୍ୱାରା ୧୧୦ ଜଣ ପରିବାରଙ୍କୁ କୋଭିଡ ସୁରକ୍ଷା ଉପକରଣ ବଣ୍ଟା ଯିବା ସହିତ ୨୫ ଜଣ ବୟସ୍କ ବ୍ୟକ୍ତିଙ୍କର ଚକ୍ଷୁ ପରୀକ୍ଷା କରାଯାଇ ୧୦ ଜଣଙ୍କୁ ରାଜଗାଙ୍ଗପୁର ଚକ୍ଷୁ ଚିକିତ୍ସାଳୟକୁ ଆସିବା ପାଇଁ ବ୍ୟବସ୍ଥା କରାଯାଇଥିଲା l କମ୍ପାନୀର ମାନବ ସମ୍ବଳ ବିଭାଗର ମୁଖ୍ୟ ବଳରାମ ପଣ୍ଡା ନିଜେ ସୁରକ୍ଷା ଉପକରଣ ବଣ୍ଟନ କରିବା ସହିତ ଗ୍ରାମବାସୀମାନଙ୍କୁ କୋଭିଡ-19 ଜନିତ ସୁରକ୍ଷା ବିଧିକୁ କଡାକଡି ଭାବେ ପାଳନ କରିବା ଓ କିପରି ଏହି ରୋଗକୁ ପ୍ରତିହତ କରିପାରିବା ବିଷୟରେ ଆଲୋକପାତ କରିଥିଲେ l ସେହି କାର୍ଯ୍ୟକ୍ରମରେ କେଶ୍ରlମାଲ ଗ୍ରାମର ୱାର୍ଡ ନଂ୧୪ ର ୱାର୍ଡ ମେମ୍ବର ପାରଦନ ଖେସ୍ ଲୋକମାନଙ୍କୁ କୋଭିଡ ଟିକାକରଣ ବିଷୟରେ ଆଲୋକପାତ କରି ସମସ୍ତଙ୍କୁ ଟିକା ନେବାପାଇଁ ଅନୁରୋଧ କରିଥିଲା l ସ୍ୱେଚ୍ଛାସେବୀ ଅମିତ ଲାକ୍ରା, ବଲlସିୟସ ତିର୍କୀ, ଅଙ୍ଗନବାଡି କର୍ମୀ ମୀନା ଟପ୍ପୋ ଓ ଆଶା କର୍ମୀ ଗୋରେଟି ମିଞ୍ଜ ସେହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ l

Leave a Reply

Your email address will not be published. Required fields are marked *

Related Posts