ଅରଣ୍ୟ ନିବାସରେ ହରିଣ ମାଂସ ଆସର

SHARE NOW :
କେନ୍ଦ୍ରାପଡ଼ା( ଲାଇଭ ଓଡିଶା ନ୍ୟୁଜ୍) : ବିଶ୍ୱ ପ୍ରସିଦ୍ଧ ଭିତରକନିକା ଅରଣ୍ୟ ନିବାସରେ ହରିଣ ମାଂସର ଭୋଜିର ଆସର କୁ ନେଇ ଅଭିଯୋଗ ଆସିବା ପରେ କେନ୍ଦ୍ରାପଡ଼ା ଜିଲ୍ଲାପାଳ ଅମ୍ରିତ ଋତୁରାଜ ରବିବାର ତଦନ୍ତ ଆରମ୍ଭ କରିଛନ୍ତି ! ସୂଚନା ଅନୁଯାଇ ଗତ ବୁଧବାର ୩ତାରିଖ ଦିନ ରାଜ୍ୟ ମହିଳା ଶିଶୁ ବିଭାଗର ଉପସଚିବ ଙ୍କ ସମେତ ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ଚିନ୍ମୟୀ ରଥ ,ବିଭାଗୀୟ ଡିପିସି ମନୋରଞ୍ଜନ ନାୟ. ପିଏ ସଂଯୁକ୍ତା ମିଶ୍ର ରାଜନଗର ସିଡିପିଓ ମୁକ୍ତରୀ ବେଗମ ଙ୍କ ସହ ଅଙ୍ଗନବାଡି ସୁପରବାଇଜ଼ର ଓ ଅଙ୍ଗନବାଡି କର୍ମୀ ଙ୍କ ସହିତ ମୋଟ ୧୪ଜଣ କର୍ମଚାରୀ ଅରଣ୍ୟ ନିବାସ ଭୋଜିର ଆସର ଜମାଇ ଥିଲେ !ତେବେ ଏହି ନିବାସରେ ହରିଣ ମାଂସ ଭୋଜି ହେଉଥିବା ଖବର ପାଇ ସୋଚ୍ଛସେବୀ ସଂଗଠନର ଯୁବକ ମାନେ ଏହାକୁ ବିରୋଧ କରି ତଦନ୍ତ ପାଇଁ ଭିତରକନିକା ମୁଖ୍ୟ ଗେଟ ନିକଟରେ ବିକ୍ଷୋଭ ପଦର୍ଶନ କରି ରାସ୍ତା ରୋକ କରିଥିଲେ ! ଏହି ଘଟଣାରେ କେନ୍ଦ୍ରାପଡ଼ା ଜିଲ୍ଲାରେ ଅସନ୍ତୋଷ ବୃଦ୍ଧି ପାଇଥିଲା ! ଯାହାକୁ ନେଇ ବର୍ତମାନ ହରିଣ ସୁରକ୍ଷା କୁ ନେଇ ପ୍ରଶ୍ନ ବାଚୀ ସୃଷ୍ଟି କରିଥିବା ବେଳେ ରାଜନଗର ବନଖଣ୍ଡ ଅଧିକାରୀ ଯଜ୍ଞଦତ୍ତ ପତି ନିଜର ପ୍ରତିକ୍ରିୟା ଦେବାକୁ ଅନିଚ୍ଛା ପ୍ରକାଶ କରିଛନ୍ତି । ରାଜନଗର ବିଡ଼ିଓ ରବୀନ୍ଦ୍ର କୁମାର ପ୍ରଧାନ ଏବଂ ଅରଣ୍ୟ ନିବାସର ମ୍ୟାନେଜର ବିକାଶ ନାୟକ ଏହାକୁ ଖଣ୍ଡନ କରିଛନ୍ତି ! ସେହିପରି ନିଜେ ତଦନ୍ତ କରିବାକୁ ଯାଇ କେନ୍ଦ୍ରାପଡ଼ା ଜିଲ୍ଲାପାଳ ଅମ୍ରିତ ଋତୁରାଜ ଧମକ ଦେଇ ଏହା ଏକ ମିଥ୍ୟା ଖବର ଏବଂ ଏହି ଖବର ଦେଇଥିବା ଗଣମାଧ୍ୟମ ଉପରେ କାର୍ୟ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଥିଲେ ! ଏହି ଘଟଣାକୁ ନେଇ ପରିବେଶ ବିତ ବସନ୍ତ ହାତୀ ସଠିକ ତଦନ୍ତ ହୋଇ ନାହିଁ ବୋଲି ମତ ରଖିଛନ୍ତି ।