FOLLOW US ON SOCIAL

  1. Home
  2. »
  3. ରାଜ୍ୟ
  4. »
  5. ଓକିଲ ସଂଘ ପକ୍ଷରୁ ଭାରିଯାନ ଚଳାଚଳ ବନ୍ଦ ପାଇଁ ତହସିଲଦାରଙ୍କୁ ଦାବିପତ୍ର

ଓକିଲ ସଂଘ ପକ୍ଷରୁ ଭାରିଯାନ ଚଳାଚଳ ବନ୍ଦ ପାଇଁ ତହସିଲଦାରଙ୍କୁ ଦାବିପତ୍ର

ଓକିଲ ସଂଘ ପକ୍ଷରୁ ଭାରିଯାନ ଚଳାଚଳ ବନ୍ଦ ପାଇଁ ତହସିଲଦାରଙ୍କୁ ଦାବିପତ୍ର
SHARE NOW :

ଅନୁଗୁଳ (ଲାଇଭ ଓଡିଶା ନ୍ୟୁଜ) : ଅନୁଗୁଳ ଜିଲ୍ଲା ଓକିଲ ସଂଘ ପକ୍ଷରୁ ଭାରିଯାନ ଚଳାଚଳ ବନ୍ଦ ପାଇଁ ତହସିଲଦାରଙ୍କୁ ଦାବିପତ୍ର । ଦୃତ ଗତୀରେ ଭାରିଯାନ ଚଳାଚଳ ବନ୍ଦ କରିବା ନେଇ ଛେଣ୍ଡିପଦା ଓକିଲ ସଂଘ ପକ୍ଷରୁ ଏକ ଦାବିପତ୍ର ଅନୁଗୁଳ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଛେଣ୍ଡିପଦା ତହସିଲଦାରଙ୍କ ଜରିଆରେ ପ୍ରଦାନ କରାଯାଇଛି । ଏହା ସହ ଅନୁଗୋଳ ଅରକ୍ଷୀ ଅଧିକ୍ଷକ,ଆଂଚଳିକ ପରିବହନ ଅଧିକାରୀ,ଛେଣ୍ଡିପଦା ତହସିଲଦାର ଓ ଥାନା ଅଧିକାରୀଙ୍କୁ ଉକ୍ତ ଦାବି ପତ୍ର ପ୍ରଦାନ କରାଯାଇଛି । ଘଟଣାରୁ ଜଣାପଡେ ଅନୁଗୋଳ-ଛେଣ୍ଡିପଦା ୬୩ନଂ ରାଜ୍ୟ ରାଜପଥରେ ଦୈନନ୍ଦିନ ଶହ ଶହ ଭରୀଯାନ ଚଳାଚଳ କରୁଛି । ଭାରୀଯାନ ଗୁଡିକ ରାସ୍ତାରେ ଦୃତ ଗତୀରେ ଯାତାୟତ କରିବା ଦ୍ୱାରା ଛକ ବଜାର ବିଦ୍ୟାଳୟ ଓ ମହାବିଦ୍ୟାଳୟ,ସ୍ୱାସ୍ଥ୍ୟ କେନ୍ଦ୍ର ଓ କାର୍ଯ୍ୟଳାୟ ଯିବା ଆସିବାରେ ବହୁ ସମସ୍ୟା ଉପୁଜୁଛି । ଭାରୀଯାନ ଗୁଡିକ ବେପରୁଆ ଭାବେ ୧୫ରୁ ୨୦ଗାଡି ଏକ ସାଙ୍ଗରେ ଯାତାୟାତ କରୁଛନ୍ତି । ତେଣୁ ମାତ୍ରାଧିକ ଧୁଳି ଉଡିବା ସହ ରାସ୍ତାରେ ଭିଡ ଦେଖାଦେଉଛି । ଫଳରେ ଜନସାଧାରଣ ଯାତାୟାତା ସହ ଆମ୍ବୁଲାନ୍ସ ଯାତାୟାତ ମଧ୍ୟ ବାଧାପ୍ରାପ୍ତ ହେଉଛି । ଦିନ ବେଳା ବାଲି ବୋଝେଇ ଭାରିଯାନ ଗୁଡିକ ସୀମିତ ପରିମାଣର ଓଜନ ଠାରୁ ମାତ୍ରାଧିକ ଓଜନ ନେବା ଫଳରେ ଅଧିକାଂଶ ସମୟ ଯାନ ଗୁଡିକର ଯାନ୍ତ୍ରୀକ ସମସ୍ୟା ହେତୁ ବଜାର ମଝିରେ ରାସ୍ତା ଉପରେ ପଡି ରହୁଛି ଓ ବେଳେବେଳେ ଭାରସାମ୍ୟ ହରାଇ ମଧ୍ୟ ଦୁର୍ଘଟଣା ଘଟୁଛି । ଭାରିଯାନ ଗୁଡିକ ଶୁଳ୍କ ଫାଙ୍କିବା ନିମନ୍ତେ ଖମାର-ପାଲଲହଡା ରାସ୍ତାରେ ନଯାଇ ଛେଣ୍ଡିପଦା-ଦେବଗଡ ରାଜ୍ୟରାଜପଥ ଦେଇ ଯାଉଛନ୍ତି । ତେଣୁ ଛେଣ୍ଡିପଦା ଆଇନଜୀବୀ ସଂଘ ପକ୍ଷରୁ ଛେଣ୍ଡିପଦା ତହସିଲଦାର ଓ ଥାନା ଅଧିକାରୀଙ୍କ କାର‌୍ୟ୍ୟାଳୟରେ ଏହାର ବିହିତ କାର୍ଯ୍ୟନୁଷ୍ଠାନ ପାଇଁ ଆଇନଜୀବୀ ସଂଘର ନଗେନ କୁମାର ନନ୍ଦ,ଗୋପବନ୍ଧୁ ସାହୁ,ନକୁଳ ମାଝି,ରାଜକିଶୋର ବହେରା,ପ୍ରଦୀପ କୁମାର ଗଡନାୟକ ଓ ଅଶୋକ କୁମାର ଦ୍ୱିବେଦୀ ପ୍ରମୁଖ ଦାବି ପତ୍ର ପ୍ରଦାନ କରିଛନ୍ତି

Leave a Reply

Your email address will not be published. Required fields are marked *

Related Posts