FOLLOW US ON SOCIAL

  1. Home
  2. »
  3. Breaking News
  4. »
  5. କେନ୍ଦ୍ରାପଡ଼ା କଂଗ୍ରେସ ର ଏସପି କାର‌୍ୟ୍ୟାଳୟ ସମ୍ମୁଖରେ ଗଣଧାରଣା ଓ ବିକ୍ଷୋଭ ପ୍ରଦର୍ଶନ

କେନ୍ଦ୍ରାପଡ଼ା କଂଗ୍ରେସ ର ଏସପି କାର‌୍ୟ୍ୟାଳୟ ସମ୍ମୁଖରେ ଗଣଧାରଣା ଓ ବିକ୍ଷୋଭ ପ୍ରଦର୍ଶନ

କେନ୍ଦ୍ରାପଡ଼ା କଂଗ୍ରେସ ର ଏସପି କାର‌୍ୟ୍ୟାଳୟ ସମ୍ମୁଖରେ ଗଣଧାରଣା ଓ ବିକ୍ଷୋଭ ପ୍ରଦର୍ଶନ
SHARE NOW :

କେନ୍ଦ୍ରାପଡା(ଲାଇଭ ଓଡିଶା ନ୍ୟୁଜ):ବହୁଚର୍ଚ୍ଚିତ ମମିତା ମେହେର ହତ୍ୟାକାଣ୍ଡ ଘଟଣା ରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଙ୍କ ବହିଷ୍କାର ଦାବି ଏବଂ ଉଚ୍ଚସ୍ତରୀୟ ତଦନ୍ତ ଦାବିରେ ଗତ ୧୦ତାରିଖରେ ମମିତା ଙ୍କୁ ନ୍ୟାୟ ଦାବିରେ ବିଧାନସଭା ଘେରାଉ କରିଥିଲା ଛାତ୍ର କଂଗ୍ରେସ ।କିନ୍ତୁ ସେହି କଂଗ୍ରେସ୍ କର୍ମୀଙ୍କୁ ପୋଲିସ୍ ବର୍ବରତା ଦେଖାଇ ଲାଠିମାଡ କରିବା ସହିତ କଂଗ୍ରେସ ଭବନ ଭିତରେ ମଧ୍ୟ ମାଡ଼ ମାରି ଲହୁଲୁହାଣ କରିଦେଇଥିଲା ।ଯାହା ଫଳରେ ଏହାରି ପ୍ରତିବାଦରେ ରାଜ୍ୟର ସମସ୍ତ ଏସିପ୍ ଅଫିସ୍ ସମ୍ମୁଖରେ ପ୍ରତିବାଦ କରିଛି ଜାତୀୟ କଂଗେସ । କେନ୍ଦ୍ରାପଡ଼ା ର ସମସ୍ତ କର୍ମୀ ଙ୍କ ଉପସ୍ଥିତିରେ ଛାମୁଆ ନେତା ମାନେ ଯୋଗଦେଇଥିଲେ ଏଥିରେ ଗଣେଶ୍ୱର ବେହେରା,ଦେବେନ୍ଦ୍ର ଶର୍ମା,ଜିଲ୍ଲା ସଭାପତି ଅଂଶୁମାନ ମହାନ୍ତି ,ରତିକାନ୍ତ କାନୁନୁଗୋ ପ୍ରମୁଖ ଯୋଗଦେଇଥିଲେ ।ପୋଲିସ୍ ର ବର୍ବରତା କୁ ବିରୋଧ କରିବା ସହିତ ତାହାର ତଦନ୍ତ କରିବା ଲାଗି ଦାବି କରିଛନ୍ତି ।ଏହା ସହିତ ଏକ ନିଆରା ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଥିଲା କଂଗ୍ରେସ୍ କର୍ମୀ ମାନେ ଅଣ୍ଡା ପୂଜା କରିଥିଲେ । ଯଦି ରାଜ୍ୟ ସରକାର ଉଚିତ୍ ପଦକ୍ଷେପ ନ ନିଅନ୍ତି ତାହେଲେ ଆଗାମୀ ଦିନରେ ପୂଜା କରିଥିବା ଅଣ୍ଡାକୁ ବିଜେଡି ନେତାଙ୍କୁ ମାଡ ହେବ ବୋଲି କଂଗେସ ନେତା ରତିକାନ୍ତ କାନୁନୁଗୋ କହିଛନ୍ତି ।

Leave a Reply

Your email address will not be published. Required fields are marked *

Related Posts