- Home
- »
- Breaking News
- »
- ରାସ୍ତା ମଝିରେ କଦଳୀ ଚାରା ରୋପଣ କରି ବିକ୍ଷୋଭ ପ୍ରଦର୍ଶନ
ରାସ୍ତା ମଝିରେ କଦଳୀ ଚାରା ରୋପଣ କରି ବିକ୍ଷୋଭ ପ୍ରଦର୍ଶନ

SHARE NOW :
କେନ୍ଦ୍ରାପଡା(ଲାଇଭ ଓଡିଶା ନ୍ୟୁଜ): ବହୁଚର୍ଚ୍ଚିତ କେନ୍ଦ୍ରାପଡ଼ା ଜିଲ୍ଲା ଏବେ ଅବ୍ୟବସ୍ଥା ଘେରରେ । ବିକାଶର ଦୂରରେ କେନ୍ଦ୍ରାପଡ଼ା ବାସୀ । ନା ସମସ୍ୟା ସୁଧୁରୁଛି ନା କାହାର ଦୃଷ୍ଟି ପଡୁଛି । ଏହି ଦୃଶ୍ୟ ଟିକେ ଭଲ ଭାବରେ ଦେଖନ୍ତୁ କିଭଳି ଖାଲଖୁମା ରେ ପରିପୂର୍ଣ୍ଣ ହୋଇ ରହିଛି । ପ୍ରତିଦିନ ଯାତାୟାତ କରୁଥିବା ଯାତ୍ରୀ ମାନେ ଦୁର୍ଘଟଣାର ଶିକାର ହେଉଛନ୍ତି । ଏହାରି ପ୍ରତିବାଦରେ ବିଜେପି ଦଳର କର୍ମୀ ଏବଂ କେନ୍ଦ୍ରାପଡାର ସାଧାରଣ ଜନତା ମାନେ ରାସ୍ତା ମଝିରେ କଦଳୀ ଚାରା ରୋପଣ କରିଛନ୍ତି , ସେମାନଙ୍କ କହିବା କଥା କେନ୍ଦ୍ରାପଡ଼ା ତିନିମୁହାଣି ରୁ ଜିଲ୍ଲା କାର୍ୟ୍ୟାଳୟ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ମୁଖ୍ୟ ରାସ୍ତା ଦୈନିକ ରୋଗୀଙ୍କୁ ଆମ୍ବୁଲାନ୍ସ ଦ୍ୱାରା ନିଆଯାଏ କିନ୍ତୁ ରାସ୍ତା ମଝିରେ ବଡ଼ ବଡ଼ ଗାତ ହୋଇଥିବାରୁ ପ୍ରତିଦିନ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି । ସହର ବାସୀ ଓ ଛାତ୍ରଛାତ୍ରୀ ବାଟୋଇ ମାନେ ଅନ୍ୟ ପଟେ ସରକାର କୋଟି କୋଟି ଟଙ୍କା କେନ୍ଦ୍ରାପଡା ଜିଲ୍ଲାର ଉନ୍ନତିକରଣ ପାଇଁ ଯୋଜନା ପ୍ରସ୍ତୁତ କରୁଥିବା ବେଳେ , ତାହା କାର୍ୟ୍ୟକାରୀ ହୋଇପାରିନାହିଁ କାହିଁକି ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି ? ତେବେ ଦେଖିବାକୁ ବାକି ରହିଲା ଅସୁବିଧା ଲୋକଲୋଚନକୁ ଆସିବା ପରେ ପ୍ରଶାସନ ଏନେଇ କଣ ପଦକ୍ଷେପ ଗ୍ରହଣ କରୁଛନ୍ତି ।