FOLLOW US ON SOCIAL

  1. Home
  2. »
  3. ଜୀବନଚର୍ଯ୍ୟା
  4. »
  5. ଆଜି ମହାଳୟାରେ ପିଣ୍ଡଦାନ କରୁଛନ୍ତି ଶ୍ରଦ୍ଧାଳୁ

ଆଜି ମହାଳୟାରେ ପିଣ୍ଡଦାନ କରୁଛନ୍ତି ଶ୍ରଦ୍ଧାଳୁ

ଆଜି ମହାଳୟାରେ ପିଣ୍ଡଦାନ କରୁଛନ୍ତି ଶ୍ରଦ୍ଧାଳୁ
SHARE NOW :

ଭୁବନେଶ୍ୱର(ଲାଇଭ ଓଡିଶା ନ୍ୟୁଜ ): ମହତାଂ ଆଳୟଃ ମହାଳୟଃ ଅର୍ଥାତ୍ ମହାନ ପୁରୁଷମାନଙ୍କର ଆଳୟ ହେଉଛି ମହାଳୟ । ହଁ ଆଜି ହେଉଛି ପବିତ୍ର ମହାଳୟା ଅମାବାସ୍ୟା । ଆଶ୍ୱିନ ମାସର ଅମାବାସ୍ୟା ମହାଳୟା ଅମାବାସ୍ୟା ଭାବରେ ପୁରପଲ୍ଲୀରେ ପରିଚିତ ଓ ପ୍ରସିଦ୍ଧ । ପିତୃପକ୍ଷର ଶେଷ ଦିନ ଆଶ୍ୱିନ ମାସ କୃଷ୍ଣପକ୍ଷ ପ୍ରତିପଦା ତିଥିଠାରୁ ଅମାବାସ୍ୟା ପର୍ଯ୍ୟନ୍ତ ୧୫ଦିନ ପିତୃପକ୍ଷ ହୋଇଥାଏ । ଏହି ତିଥିରେ ଶ୍ରାଦ୍ଧ କରିବାର ପରପଂରା ରହିଥିବା ବେଳେ ଗୃହସ୍ଥ ମାନେ ଏହି ୧୫ ଦିନ ମଧ୍ୟରେ ସେମାନଙ୍କ ପିତୃପୁରୁଷଙ୍କୁ ଶ୍ରାଦ୍ଧ ଦେଇଥାନ୍ତି । ମହାଳୟା ଅମାବାସ୍ୟା ଦିନ ତିଳତର୍ପଣ କରି ଶ୍ରାଦ୍ଧ ପ୍ରଦାନ କରିଥାନ୍ତି । ଆଜି ପବିତ୍ର ମହାଳୟା ଶ୍ରାଦ୍ଧ ପାଇଁ ଶହ ଶହ ଶ୍ରଦ୍ଧାଳୁ ପିତୃ ପୁରୁଷ ଓ ମାମୁଁଘରର ତିନି ପୁରୁଷଙ୍କୁ ପିଣ୍ଡଦାନ କରିଥାନ୍ତି । ପିଣ୍ଡଦାନ କଲେ ପରଲୋକଗତ ଆତ୍ମାର ସଦଗତି ପ୍ରାପ୍ତି ହୋଇଥାଏ ବୋଲି ବିଶ୍ୱାସ ରହିଛି । ଏହି ପରିପ୍ରେକ୍ଷୀରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଶ୍ରଦ୍ଧାଳୁମାନେ ଶ୍ରାଦ୍ଧ ଅର୍ପଣ କରିଥାନ୍ତି । ଏହି ପିତୃପୁରୁଷମାନେ ହେଉଛନ୍ତି ଆମ କୁଳର ମହାନ ପୂର୍ବଜମାନେ । ସ୍ୱର୍ଗରେ ସେମାନେ ଯେଉଁ ପିତୃଲୋକରେ ଅବସ୍ଥାନ କରନ୍ତି ତାହା ମହାଳୟା । ଆଶ୍ୱିନ ମାସର କୃଷ୍ଣପକ୍ଷ ଏହି ପିତୃପୁରୁଷମାନଙ୍କର ଶ୍ରାଦ୍ଧ ଓ ତର୍ପଣ ପାଇଁ ପ୍ରଶସ୍ତ । ବିଶେଷ କରି ଅମାବାସ୍ୟା ଦିନ ମହାଳୟା ନିବାସି ସେହି ପିତୃପୁରୁଷଙ୍କୁ ଶ୍ରାଦ୍ଧ ଓ ତର୍ପଣ କରାଯାଉଥିବାରୁ ଏହାର ନାମ ମହାଳୟା । ପାରପାଂରିକ ବିଧି ଅନୁସାରେ ପିତୃକୁଳର ତିନିପୁରୁଷ ଓ ମାତୃଳର ତିନିପୁରୁଷ ଏହିପରି ଷଡ୍ ପୁରୁଷଙ୍କୁ ଏହି ଶ୍ରାଦ୍ଧ ଓ ତର୍ପଣ କରାଯାଇଥାଏ । ଏବଂ ଏହାସହିତ ମାତୃକୁଳର ତିନି ପୁରୁଷଙ୍କୁ ଏହିଦିନ ଶ୍ରାଦ୍ଧ ଓ ତର୍ପଣ କରାଯାଉଥିବାରୁ ଲୋକମୁଖରେ ଏହିଦିନର ଶ୍ରାଦ୍ଧ ‘ମଉଳା ଶ୍ରାଦ୍ଧ’ ଭାବରେ ମଧ୍ୟ ପରିଚିତ ହୋଇଥାଏ । ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଯେଉଁ ସାମଗ୍ରୀ ତ୍ୟାଗ କରାଯାଏ ତାହାକୁ ଆମେ ଶ୍ରାଦ୍ଧ ବୋଲି କହିଥାଉ । ଶ୍ରଦ୍ଧାରେ ତାହା ଗ୍ରହଣ ହୁଏ ବୋଲି ତାହା ଶ୍ରାଦ୍ଧ । ପିତୃପୁରୁଷ ଶ୍ରଦ୍ଧାରେ ଏହି ସବୁ ସାମଗ୍ରୀକୁ ଗ୍ରହଣ କରିଥାନ୍ତି । ଏମିତିକି ବିନା ସାମଗ୍ରୀରେ, କେବଳ ଜଳ ଅର୍ପଣ ଦ୍ୱାରା ମଧ୍ୟ ପିତୃଗଣ ତୃପ୍ତ ହୋଇଥାନ୍ତି । ଏଚ୍ଚୁ ଆଜିର ଏହି ପବିତ୍ର ଦିନରେ ପିତୃଗଣଙ୍କୁ ଶ୍ରାଦ୍ଧ ଓ ତର୍ପଣ କରିବା ଏହ ମହତପୂର୍ଣ୍ଣ କାର୍ଯ୍ୟ । ଏହି ପବିତ୍ର ଦିନର ଆଉ ଏକ ମାହାତ୍ମ୍ୟ ହେଉଛି ଏହିଦିନ ଭକ୍ତଗଣଙ୍କୁ ସମ୍ବଲପୁର ଅଧିଷ୍ଠାତ୍ରୀ ଦେବୀ ମାଆ ସମଲେଶ୍ୱରୀଙ୍କ ଧବଳମୁଖୀ ବେଶ ଦର୍ଶନ କରିବା ପାଇଁ ସୁଯୋଗ ମିଳିଥାଏ । ମା ଙ୍କୁ ଶଙ୍ଖ ଓ ଗୋପୀ ତିଳକରେ ଧବଳ ଲେପ ଦିଆଯାଇ ଧବଳମୁଖୀ ବେଶ କରାଯାଇଥାଏ । ମାଆଙ୍କର ଏହି ବେଶକୁ ଗଙ୍ଗା ବେଶ ମଧ୍ୟ କୁହାଯାଏ । ଯେଉଁମାନେ ଗଙ୍ଗା ଦର୍ଶନ କରିନାହାନ୍ତି ସେମାନେ ପିତୃପକ୍ଷରେ ମାଆଙ୍କର ଧବଳମୁଖୀ ବେଶ ଦର୍ଶନ କଲେ ଗଙ୍ଗା ଦର୍ଶନ ଓ ସ୍ନାନର ପୁଣ୍ୟ ମିଳିଥାଏ ବୋଲି ବିଶ୍ୱାସ ରହିଛି । ମାଆଙ୍କର ଏହି ଦୁର୍ଲଭ ବେଶର ଦର୍ଶନ ପାଇଁ ରାଜ୍ୟ ତଥା ରାଜ୍ୟ ବାହାରୁ ହଜାର ହଜାର ଭକ୍ତଙ୍କର ସମାଗମ ହୋଇଥାଏ ।କିନ୍ତୁ କୋଭିଡ କଟକଣା ଯୋଗୁ ମହାଳୟ ସମେତ ସମଲେଶ୍ୱରୀଙ୍କ ଦର୍ଶନରେ ରୋକ ଲଗାଯାଇଛି । ଶ୍ରୀମନ୍ଦିର ବାଇଶି ପାହାଚରେ ଶ୍ରାଦ୍ଧ ବନ୍ଦ ରହିଥିବା ବେଳେ ଉତ୍ତରଦ୍ୱାରା ସମ୍ମୁଖରେ ଶ୍ରାଦ୍ଧ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଦୂରଦୂରାନ୍ତରୁ ଆସୁଥିବା ଭକ୍ତମାନେ ମହୋଦଧି ଓ ପଞ୍ଚତୀର୍ଥ ପୁଷ୍କରଣୀରେ ମଦ୍ୟ ତର୍ପଣ ଓ ଶ୍ରାଦ୍ଧ ପ୍ରଦାନ କରୁଛନ୍ତି । ସେହିପରି ଏଥର କରୋନା କଟକଣା ମଧ୍ୟରେ ମାଙ୍କ ଦର୍ଶନ କରିବେ ଶ୍ରଦ୍ଧାଳୁ । ଆଜି ମଧ୍ୟାହ୍ନ ୧୨ଟା ଯାଏ ଏବଂ ପରେ ସାଢେ ୧୨ଟାରୁ ୭ଟା ଯାଏ ସର୍ବସାଧାରଣ ଦର୍ଶନ କରିପାରିବେ ।

Leave a Reply

Your email address will not be published. Required fields are marked *

Related Posts