FOLLOW US ON SOCIAL

  1. Home
  2. »
  3. ରାଜ୍ୟ
  4. »
  5. ସ୍ୱାମୀ ଘର ଆଗରେ ମାଣ ବସାଇଲେ ଡିମ୍ପଲ

ସ୍ୱାମୀ ଘର ଆଗରେ ମାଣ ବସାଇଲେ ଡିମ୍ପଲ

ସ୍ୱାମୀ ଘର ଆଗରେ ମାଣ ବସାଇଲେ ଡିମ୍ପଲ
SHARE NOW :

ବ୍ରହ୍ମପୁର(ଲାଇଭ ଓଡିଶା ନ୍ୟୁଜ୍‌) : ଆଜି ମାର୍ଗଶୀରର ପ୍ରଥମ ଗୁରୁବାର । ଘରେ ଘରେ ପୂଜା ପାଉଛନ୍ତି ମା ଲକ୍ଷ୍ମୀ । କିନ୍ତୁ ବ୍ରହ୍ମପୁର ବ୍ରହ୍ମାନଗର ଦ୍ନିତୀୟ ଲେନ ଅଞ୍ଚଳରେ ଦେଖିବାକୁ ମିଳିଛି କିଛି ଅଲଗା ଦୃଶ୍ୟ । ଏଠି ଘରେ ନୁହଁ ,ଘର ବାହାରେ ପୂଜା ପାଉଛନ୍ତି ମା ଲକ୍ଷ୍ମୀ । କୁହାଯାଏ ଘରର ବୋହୂ ଘରର ଲକ୍ଷ୍ମୀ ହୋଇଥାଏ । କିନ୍ତୁ ଏଠି ଘରର ଲକ୍ଷ୍ମୀ ଶ୍ୱଶୁର ଘର ଆଗରେ ମାଣ ବସାଇ ପୂଜା କରୁଛନ୍ତି । ଦାଣ୍ଡରେ ବସିଛି ମାଣ । ସ୍ୱାମୀଙ୍କ ଘର ଆଗରେ ଲକ୍ଷ୍ମୀପୂରାଣ ପଢିଛନ୍ତି ତପସ୍ୱିନୀ । ଆଜକୁ ପ୍ରାୟ ୪ ଦିନ ହେଲା ନ୍ୟାୟ ଭିକ୍ଷାରେ ଶ୍ୱଶୁର ଘର ଆଗରେ ବସିଛନ୍ତି ତପସ୍ୱିନୀ । ଏଯାଏ ତାଙ୍କୁ ନ୍ୟାୟ ମିଳିନଥିବା ବେଳେ ସେ ଏବେବି ସ୍ୱାମୀଙ୍କ ଘର ଆଗରେ ଧାରଣା ଦେଇଛନ୍ତି । ଏହି ପରିସ୍ଥିତିରେ ଆଜି ମାର୍ଗଶୀର ପ୍ରଥମ ଗୁରୁବାର ଥିବାରୁ ଶାଶୁ ଘର ଆଗରେ ଲକ୍ଷ୍ମୀ ପୂଜା କରିଛନ୍ତି ଡିମ୍ପଲ । ଅନ୍ୟପଟେ ପୀଡିତାଙ୍କ ସପକ୍ଷରେ ଗତକାଲି ରାତିରେ ସାହି ବାସିନ୍ଦା ମେଳି ହୋଇଥିଲେ । ସୁମିତ ସେମାନଙ୍କୁ ଆାଇନର ପାଠ ପଢ଼ାଇବା ପରେ ସେମାନେ ନିଜ ନିଜ ଘରକୁ ପଳାଇଥିବା ଅଭିଯୋଗ ହୋଇଛି ।ଏପଟେ ତପସ୍ବିନୀଙ୍କ ସହ ବାହାଘର ହୋଇଥିବା କଥାକୁ ସୁମିତ ଏବଂ ତାଙ୍କ ବାପା ସ୍ବୀକାର କରିଛନ୍ତି । ହେଲେ ଛାଡପତ୍ର ପାଇଁ କୋର୍ଟରେ ଆବେଦନ କରାଯାଇଥିବା କହିଛନ୍ତି ସୁମିତ୍ । ଅନ୍ୟପଟେ ସୁମିତଙ୍କ ମାଆ ଓ ଜେଜେମାଆ ବନ୍ଦ ଘରେ ରହୁଛନ୍ତି । ସେମାନଙ୍କ ଦେହ ଖରାପ ହୋଇଥିବାରୁ ସେମାନେ ବାହାରକୁ ଆସି ପାରୁନାହାନ୍ତି । ଘଟଣାକୁ ନେଇ ନିଜ ଓକିଲଙ୍କ ସହ ବ୍ରହ୍ମପୁର ଏସପିଙ୍କ ଦ୍ବାରସ୍ଥ ହୋଇଛନ୍ତି ସୁମିତ୍ । ତେବେ ଆଉ କେତେ ଦିନ ଆଖିରେ ଲୁହ ନେଇ ନ୍ୟାୟ ଅପେକ୍ଷାରେ ବସିବେ ଡିମ୍ପଲ । ତାହା ଦେଖିବା ବାକି ରହିଲା ।

Leave a Reply

Your email address will not be published. Required fields are marked *

Related Posts