ଡାଲମିଆ ସିମେଣ୍ଟ ତରଫରୁ ଛାତ୍ରଛାତ୍ରୀମାନଙ୍କୁ ପାଠ୍ୟ ପୁସ୍ତକ ବିତରଣ

SHARE NOW :
ସୁନ୍ଦରଗଡ(ଲାଇଭ ଓଡିଶା ନ୍ୟୁଜ): ଡାଲମିଆ ସିମେଣ୍ଟ (ଭାରତ) ଲିମିଟେଡ଼ ରାଜଗାଙ୍ଗପୁରର ସାମାଜିକ ଦାୟିତ୍ୱବୋଧ ବିଭାଗ (ସିଏସଆର) ପକ୍ଷରୁ ଦଶମ ଶ୍ରେଣୀ ଛାତ୍ର ଛାତ୍ରୀମାନଙ୍କୁ ପାଠ୍ୟ ପୁସ୍ତକ (ଟେଷ୍ଟ ପେପର) ବିତରଣ କରାଯାଉଅଛି । ଏହି କ୍ରମରେ ଆଗାମୀ ଦିନରେ ୬୦୦ ଛାତ୍ର ଛାତ୍ରୀମାନଙ୍କୁ ଟେଷ୍ଟ ପେପର ବଣ୍ଟନ କରିବା ପାଇଁ କମ୍ପାନୀ ଲକ୍ଷ୍ୟ ରଖିଛି ।
ବିଗତ ଦୁଇ ବର୍ଷ ଧରି କରାଳ କରୋନା ମହାମାରୀ ହେତୁ ସ୍କୁଲ ବନ୍ଦ ରହି ଅନଲାଇନ ପାଠ୍ୟକ୍ରମ ପ୍ରଚଳନ ଯୋଗୁ ପିଲାମାନଙ୍କର ଶିକ୍ଷାରେ ଅନେକ ବାଧା ସୃଷ୍ଟି ହେଉଥିଲା । ଏହାକୁ ଧ୍ୟାନରେ ରଖି ଡାଲମିଆ ସିମେଣ୍ଟ ତରଫରୁ ଆଗାମୀ ଦଶମ ଶ୍ରେଣୀ ପରୀକ୍ଷାର୍ଥୀମାନଙ୍କୁ ସହଯୋଗ କରିବା ନିମନ୍ତେ ଏହି ପଦକ୍ଷେପ ନିଆଯାଇଅଛି । ଏହି ଅବସରରେ ଗତକlଲି ଡାଲମିଆ ସିମେଂଟ୍ (ଭାରତ) ଲିମିଟେଡ୍ ରାଜଗାଙ୍ଗପୁର ୟୁନିଟ୍ ମୁଖ୍ୟ ଚେତନ ଶ୍ରୀବାସ୍ତବ କେଶରାମlଲ ବାଳକ ଓ ବାଳିକା ଉଚ୍ଚ ବିଦ୍ୟାଳୟର ଦଶମ ଶ୍ରେଣୀ ଛାତ୍ରଛାତ୍ରୀମାନଙ୍କୁ ଟେଷ୍ଟ ପେପର ବଣ୍ଟନ କରିଥିଲେ । ଶ୍ରୀ ବାସ୍ତବ ଆଗାମୀ ଦିନରେ ହେବାକୁଥିବା ଦଶମ ଶ୍ରେଣୀ ପରୀକ୍ଷାର ପରୀକ୍ଷାର୍ଥୀମାନଙ୍କୁ ଅଭିନନ୍ଦନ ଜଣାଇ ତାଙ୍କ ଉଜ୍ୱଳ ଭବିଷ୍ୟତର କାମନା କରିଥିଲେ ।
ସେ ଛାତ୍ରଛାତ୍ରୀମାନଙ୍କୁ ଖେଳ କୁଦ ଓ ସାଧାରଣ ଜ୍ଞାନ ଉପରେ ପ୍ରଶ୍ନ ପଚାରିଥିଲେ ଏବଂ ପିଲାମାନଙ୍କର ସଠିକ ଉତ୍ତର ପାଇ ଅlନନ୍ଦିତ ହୋଇ ସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ ଏବଂ ଅନ୍ୟ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନଙ୍କୁ ପ୍ରଶଂସା କରିଥିଲେ । ଏହି କାର୍ଯ୍ୟକ୍ରମରେ କେଶରାମlଲ ବାଳକ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଲିଲିତ ପ୍ରଭା କୁଲ୍ଲୁ ଏବଂ କେଶରାମlଲ ବାଳିକା ଉଚ୍ଚ ବିଦ୍ୟାଳୟ ଅଲଣ୍ଡାର ପ୍ରଧାନ ଶିକ୍ଷୟତ୍ରୀ ଅକ୍ଷଲଫ୍ରିଡ ଅlଲଫ୍ରିଡ କେରକେଟl, ଅଲଣ୍ଡା ସରପଞ୍ଚ ଆଶ୍ରିତl ମlଝି, ସମିତି ମେମ୍ବର ସୁନିତା ମନଗର,ବିଦ୍ୟାଳୟ ପରିଚାଳନା ସଭାପତି କଲ୍ୟାଣ ଟପ୍ପୋ ଯୋଗଦେଇଥିଲେ । ସିଏସଆର ବିଭାଗର ଶିବ ନାରାୟଣ ପରିଜା ଉକ୍ତ କାର୍ଯ୍ୟକ୍ରମକୁ ଆୟୋଜନ କରିଥିଲେ ଏବଂ ରାଣୀବନ୍ଧ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ସ୍ୱରାଜ ରାଉତରାୟ ସଭା ପରିଚାଳନା କରିଥିଲେ । କମ୍ପାନୀର ଏତାଦୃଶ କାମ ପାଇଁ ଅଭିଭାବକ ଏବଂ ସଂପୃକ୍ତ ସରପଞ୍ଚ କମ୍ପାନୀ କର୍ତ୍ତୃପକ୍ଷଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ।