FOLLOW US ON SOCIAL

  1. Home
  2. »
  3. ରାଜ୍ୟ
  4. »
  5. ଜିଲ୍ଲା ସ୍ତରୀୟ ମୁଖ୍ୟମନ୍ତ୍ରୀ ଲୋକକଳା ପ୍ରତିଯୋଗିତା

ଜିଲ୍ଲା ସ୍ତରୀୟ ମୁଖ୍ୟମନ୍ତ୍ରୀ ଲୋକକଳା ପ୍ରତିଯୋଗିତା

ଜିଲ୍ଲା ସ୍ତରୀୟ ମୁଖ୍ୟମନ୍ତ୍ରୀ ଲୋକକଳା ପ୍ରତିଯୋଗିତା
SHARE NOW :

କେନ୍ଦ୍ରାପଡ଼ା(ରାକେଶ ମହାନ୍ତି/ଲାଇଭ ଓଡିଶା ନ୍ୟୁଜ): ଲୋକମାନଙ୍କ ସ୍ୱାସ୍ଥ୍ୟ , ସୁରକ୍ଷା ଓ ଅନେକ ବିକାଶମୂଳକ କାର୍ଯ୍ୟରେ ଉନ୍ନତିକରଣ କରି ସାରା ରାଜ୍ୟବାସୀଙ୍କ ମନରେ ଏକ ଭିନ୍ନ ପରିଚୟ ସୃଷ୍ଟି କରିପାରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ସବୁ କାର୍ଯ୍ୟକ୍ରମ ମଧ୍ୟରେ , ବିଲୁପ୍ତ ହେବାକୁ ବସିଥିବା ଲୋକକଳାକୁ ପୁନର୍ଜୀବିତ କରିବାକୁ ରାଜ୍ୟ ସଂସ୍କୃତି ବିଭାଗ ମୁଖ୍ୟମନ୍ତ୍ରୀ ଲୋକକଳା ଟ୍ରଫିର ଆୟୋଜନ କରିଛନ୍ତି । ରାଜ୍ୟ ସ୍ତରରେଏହି ଲୋକକଳାର ପ୍ରତିଯୋଗିତା ପାଇଁ ଆଜି କେନ୍ଦ୍ରାପଡା ଜିଲ୍ଲାରେ ଅନୁଷ୍ଠିତ ହୋଇଛି ମୁଖ୍ୟମନ୍ତ୍ରୀ ଲୋକକଳା ଟ୍ରଫି ପ୍ରତିଯୋଗିତା ।

ଏହି ପ୍ରତିଯୋଗିତାରେ ଶ୍ରେଷ୍ଠ କଳାକାର ଦଳଙ୍କୁ ରାଜ୍ୟ ସ୍ତରକୁ ପଠାଇବାକୁ ଚୟନ କରାଯିବା ସହିତ , କେନ୍ଦ୍ରାପଡା ଜିଲ୍ଲାର ବିଭିନ୍ନ ଗ୍ରାମାଞ୍ଚଳରେ ରହୁଥିବା ଲୋକ କଳାର କଳାକାରମାନେ ସେମାନଙ୍କର କଳାନୈପୂଣ୍ୟକୁ ପ୍ରଦର୍ଶନ କରିଛନ୍ତି । ଏହି ଲୋକ କଳାରେ ସ୍ଥାନପାଇଛି କେନ୍ଦ୍ରାପଡା ଜିଲ୍ଲାର ଲୋକପ୍ରିୟ ଘୋଡା ନାଚ, ପାଲା, ହରିନାମ ସଂକିର୍ତ୍ତନ ଆଦି ଅନେକ ଲୋକକଳା । ବହୁ ମହିଳା ଓ ପୁରୁଷ କଳାକାରମାନେ ଏଥିରେ ଭାଗନେଇଛନ୍ତି । କେନ୍ଦ୍ରାପଡା ବିଧାୟକ ଶଶୀଭୂଷଣ ବେହେରା ଏହି କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି ।

ଜିଲ୍ଲା ସଂସ୍କୃତି ବିଭାଗ ପକ୍ଷରୁ ଅଭିଜ୍ଞ ବିଚାରକ ମାନେ କଳାକାର ମାନଙ୍କର କଳାକୁ ମୂଲ୍ୟାୟନ କରିବାକୁ ନିଯୁକ୍ତ ହୋଇଛନ୍ତି । ଏହି କଳା ପ୍ରଦର୍ଶନରେ ବିଜେତା ମାନେ ଭୂବନେଶ୍ବରରେ ହେବାକୁ ଥିବା ରାଜ୍ୟ ସ୍ତରୀୟ ମୁଖ୍ୟମନ୍ତ୍ରୀ ଲୋକକଳା ଟ୍ରଫି ପ୍ରତିଯୋଗିତାରେ ଭାଗନେବେ ।

Leave a Reply

Your email address will not be published. Required fields are marked *

Related Posts