ଜିଲ୍ଲାସ୍ତରୀୟ ବକୃତା ପ୍ରତିଯୋଗିତା ଅନୁଷ୍ଠିତ

SHARE NOW :
ଝାରସୁଗୁଡା( ଲାଇଭ୍ ଓଡିଶା ନ୍ୟୁଜ୍) : ସ୍ଵଳ୍ପସଂଚୟ ବିଭାଗ ଆନୁକୂଲ୍ୟରେ ଜିଲ୍ଲାସ୍ତରୀୟ ବକୃତା ପ୍ରତିଯୋଗିତା ଜିଲ୍ଳା କାର୍ୟ୍ୟାଳୟର ଖଣିଜ ପ୍ରତିଷ୍ଠାନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି।ଏହି ପ୍ରତିଯୋଗିତାରେ ବରିଷ୍ଠ ଓ କନିଷ୍ଠ ଦୁଇଟି ବର୍ଗରେ ଯଥାକ୍ରମେ ଷଷ୍ଠ ରୁ ଦଶମ ଶ୍ରେଣୀର ଛାତ୍ର ଛାତ୍ରୀ ଭାଗ ନେଇଥିଲେ, ଏହି ପ୍ରତିଯୋଗିତାରେ ବରିଷ୍ଠ ବର୍ଗରେ ଅଂଶୀତା ମହାନ୍ତି ପ୍ରଥମ DAV School,ବୈଶାଲୀ ସାହୁ KG ବାଳିକା ବିଦ୍ୟାଳୟ, ସମାସିଙ୍ଗା ଦ୍ଵିତୀୟ ,ଶାଶ୍ୱତି ଦାସ ,DAV School ବନ୍ଧବାହାଲ,ତୃତୀୟ ହୋଇଛନ୍ତି।କନିଷ୍ଠ ବିଭାଗରେ କଲ୍ପନା ବୁଦୁଲା ପ୍ରଥମ, ସ୍ନେହାରାଣୀ ବେହେରା , ଦ୍ଵିତୀୟ, ଅଲିଭା କିଷାନ, ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ଅବସରପ୍ରାପ୍ତ ଶିକ୍ଷକ ଶ୍ରୀ ରାଧାମୋହନ ପାଣ୍ଡେ,ଅଞ୍ଜଳୀ ପଟ୍ଟନାୟକ ତଥା ମୀର ନାଏକ ବିଚାରକ ପଦ ମଣ୍ଡନ କରିଥିଲେ। ।ପ୍ରଥମ, ଦ୍ଵିତୀୟ ,ତଥା ତୃତୀୟ ସ୍ଥାନ ଅଧିକାର କରିଥିବା ଛାତ୍ର ଛାତ୍ରୀଙ୍କୁ ଯଥାକ୍ରମେ ୧୫୦୦/-,୧୦୦୦/-ଏବଂ ୫୦୦/- ତାଙ୍କର ବ୍ୟାଙ୍କ ଖାତାରେ ପ୍ରଦାନ କରାଯିବ।ଏହି ପ୍ରତିଯୋଗିତାକୁ,ଶ୍ରୀ ଆଦିତ୍ୟ ବାଦୀ,ଜିଲ୍ଲା ସଂଯୋଜକ,ସର୍ବଶିକ୍ଷା ଅଭିଯାନ, ପରିଚାଳନା କରିଥିଲେ। ସ୍ଵଳ୍ପସଂଚୟ ତଥା ଅର୍ଥିକ ଅନ୍ତର୍ଭୁତିକରଣ ଅଧିକାରୀ ଶ୍ରୀମତୀ ରଞ୍ଜିତା ପଣ୍ଡା ସ୍ଵଳ୍ପସଂଚୟର ବିଭିନ୍ନ ଯୋଜନା ତଥା ଆର୍ଥିକ ସାକ୍ଷରତା ଉପରେ ଆଲୋକପାତ କରିଥିଲେ।ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଦାୟିତ୍ୱରେ ଥିବା ଡେପୁଟୀ କଲେକ୍ଟର ଶ୍ରୀ ଯୋଗେନ୍ଦ୍ର ମାଝୀଉପସ୍ଥିତ ଥିଲେ। ଶ୍ରୀ ଜଗନ୍ନାଥ ରାଉତ, ସଭାପରିଚାଳନାରେ ସହଯୋଗ କରିଥିଲେ।ଏହି ସଭାରେ ଉପସ୍ଥିତଥିବା ଶିକ୍ଷକ ଅଭିଭାବକ ମାନଙ୍କୁ ବୃକ୍ଷ ରୋପଣ ପାଇଁ ଚାରା ପ୍ରଦାନ କରାଯାଇଥିଲା।