FOLLOW US ON SOCIAL

  1. Home
  2. »
  3. ରାଜ୍ୟ
  4. »
  5. ରାଜ୍ୟରେ କମୁଛି କରୋନା ସଂକ୍ରମଣ

ରାଜ୍ୟରେ କମୁଛି କରୋନା ସଂକ୍ରମଣ

ରାଜ୍ୟରେ କମୁଛି କରୋନା ସଂକ୍ରମଣ
SHARE NOW :

ଭୁବନେଶ୍ୱର(ଲାଇଭ ଓଡିଶା ନ୍ୟୁଜ): ରାଜ୍ୟରେ ଗତ ୨୪ଘଣ୍ଟା ମଧ୍ୟରେ ୪୪୭ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୨୬୦ ଜଣ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବା ବେଳେ ୧୮୭ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ଚିହ୍ନଟ ହୋଇଥିବା ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୧୮ବର୍ଷରୁ କମ ବୟସ ମଧ୍ୟରେ ୭୮ଜଣ ରହିଥିବା ଜଣାପଡିଛି ।


ସେହିପରି ୪୪୭ ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୮୦ଜଣ ରହିଥିବା ବେଳେ ଅନୁଗୁଳରୁ ୩, ବାଲେଶ୍ୱରରୁ ୧୩, କଟକରୁ ୬୨, ଜଗତସିଂହପୁରରୁ ୧୨, ଯାଜପୁରରୁ ୧୧, କେନ୍ଦ୍ରାପଡାରୁ ୮, ମୟୂରଭଞ୍ଜରୁ ୧୭, ପୁରୀରୁ ୮, ରାୟଗଡାରୁ ୩୧, ସମ୍ବଲପୁରରୁ ୨୪ ଓ ଷ୍ଟେଟପୁଲରୁ ୪୩ ଜଣ ଚିହ୍ନଟ ହୋଇଛନ୍ତି । ତେବେ ଏହାକୁ ମିଶାଇ ବର୍ତ୍ତମାନ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୦,୩୮,୪୧୧କୁ ବୃଦ୍ଧି ପାଇଛି । ସେମାନଙ୍କୁ ଭିତରୁ ୧୦,୨୫,୫୦୭ ଜଣ ସୁସ୍ଥ ହୋଇ ଘରକୁ ଫେରିସାରିଥିବାବେଳେ ଏବେ ବି ୪୫୪୨ ଜଣ ସକ୍ରିୟ ସଂକ୍ରମିତ ରହିଛନ୍ତି । ଏନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Leave a Reply

Your email address will not be published. Required fields are marked *

Related Posts