FOLLOW US ON SOCIAL

  1. Home
  2. »
  3. ଟ୍ରେଣ୍ଡିଙ୍ଗ ନ୍ୟୁଜ୍
  4. »
  5. ଅକ୍ଷୟ ତୃତୀୟାରେ ଏହି ସମସ୍ତ ନିୟମ ପାଳନ କଲେ ଦୂର ହେବ ଆର୍ଥିକ ସମସ୍ୟା

ଅକ୍ଷୟ ତୃତୀୟାରେ ଏହି ସମସ୍ତ ନିୟମ ପାଳନ କଲେ ଦୂର ହେବ ଆର୍ଥିକ ସମସ୍ୟା

ଅକ୍ଷୟ ତୃତୀୟାରେ ଏହି ସମସ୍ତ ନିୟମ ପାଳନ କଲେ ଦୂର ହେବ ଆର୍ଥିକ ସମସ୍ୟା
SHARE NOW :

ଭୁବନେଶ୍ୱର (ଲାଇଭ ଓଡ଼ିଶା): ହିନ୍ଦୁ ଧର୍ମରେ ଅକ୍ଷୟ ତୃତୀୟାକୁ ବେଶ୍‌ ଧୁମ୍‌ଧାମ୍‌ରେ ପାଳନ କରାଯାଏ। ମାନ୍ୟତା ରହିଛି ଯେ ଏହି ଦିନ ଠାରୁ ଶୁଭ ଦିନ ଆଉ କିଛି ନାହିଁ। ଏହି ଦିନ ସମସ୍ତ କାର୍ଯ୍ୟ ପାଇଁ ଶୁଭ ହୋଇଥାଏ। ବିବାହ, ବ୍ରତ ଠାରୁ ଆରମ୍ଭ କରି ଘର ପ୍ରତିଷ୍ଠା, ଗାଡ଼ି କିଣିବା ଯାଏଁ ସବୁ କାମ ଅକ୍ଷୟ ତୃତୀୟାରେ ବିନା ଦ୍ୱିଧାରେ କରିହେବ। ଅକ୍ଷୟ ତୃତୀୟା ପର୍ବ ଧନ ଦେବୀ ମା’ ଲକ୍ଷ୍ମୀଙ୍କ ସହ ବି ଜଡ଼ିତ ହୋଇଥାଏ। ଏହି ଦିନ ଦାନ ଧର୍ମ କଲେ ଅଧିକ ପୁଣ୍ୟ ହୋଇଥାଏ। ମାନ୍ୟତା ରହିଛି ଯେ ଅକ୍ଷୟ ତୃତୀୟାରେ କରାଯାଇଥିବା ପୁଣ୍ୟ କର୍ମ କେବେ ବି କ୍ଷୟ ହୁଏ ନାହିଁ।

ପୌରାଣିକ ମାନ୍ୟତା ଅନୁସାରେ, ପ୍ରତିବର୍ଷ ବୈଶାଖ ମାସ କୃଷ୍ଣ ପକ୍ଷ ତୃତୀୟାକୁ ଅକ୍ଷୟ ତୃତୀୟା ଭାବେ ପାଳନ କରାଯାଏ। ଚଳିତବର୍ଷ ଆଜି ଅର୍ଥାତ୍‌ ୩ ମେ ୨୦୨୨ରେ ପଡ଼ୁଛି ଅକ୍ଷି ତୃତୀୟା। ଆଜି କୃଷକମାନେ ଅକ୍ଷି ମୁଠି ବୁଣି ଚାଷ କାର୍ଯ୍ୟ ଆରମ୍ଭ କରିଥାନ୍ତି। ଏହି ଦିନ ମା’ ଲକ୍ଷ୍ମୀଙ୍କ ପୂଜା କଲେ ଘରେ କେବେ ବି ଧନର ଅଭାବ ପରିଲକ୍ଷିତ ହୋଇନଥାଏ। ଅକ୍ଷୟ ତୃତୀୟାରେ ସୁନା ଚାନ୍ଦି କିଣିବା ଅତ୍ୟନ୍ତ ଶୁଭ ହୋଇଥାଏ। ବିଶ୍ୱାସ ରହିଛି ଯେ ଏହି ଦିନ ସ୍ୱର୍ଣ୍ଣ ଅଳଙ୍କାର କିଣିଲେ ପିଢ଼ି ପରେ ପିଢ଼ି ଏହା ବଢ଼ିଚାଲେ। କୁହାଯାଏ, ଏହି ଦିନ ସତ୍ୟଯୁଗ ଓ ତ୍ରେତୟା ଯୁଗର ପ୍ରାରମ୍ଭ ହୋଇଥିଲା। ଏହା ବ୍ୟତୀତ ଦ୍ୱାପର ଯୁଗର ଅନ୍ତ ବି ଆଜି ଦିନରେ ହୋଇଥିଲା ବୋଲି କିମ୍ବଦନ୍ତୀରେ ବର୍ଣ୍ଣିତ।

ଅକ୍ଷୟ ତୃତୀୟାରେ ଏହି ଜିନିଷ ଦାନ କରିବା ଅତ୍ୟନ୍ତ ଶୁଭ ହୋଇଥାଏ:

ହିନ୍ଦୁ ଧର୍ମରେ ମାନ୍ୟତା ରହିଛି ଯେ ସାହାଯ୍ୟ ଚାହୁଁଥିବା କୌଣସି ବ୍ୟକ୍ତିଙ୍କୁ ଭଗବାନ କିମ୍ବା ପିତୃପୁରୁଷଙ୍କ ନାଁରେ ଜଳ, କୁମ୍ଭ, ଚିନି, ଛତୁଆ, ପଙ୍ଖା, ଛତା, ଫଳ ଆଦି ଦାନ କରିବା ଉଚିତ। ଏମିତି କରିବା ଅତ୍ୟନ୍ତ ଶୁଭ ଫଳଦାୟୀ ହୋଇଥାଏ। ଏସବୁ ଜିନିଷ ଦାନ କରିବା ଦ୍ୱାରା ମା’ ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି। ଅକ୍ଷୟ ତୃତୀୟାରେ ଜଳ ପୂର୍ଣ୍ଣ କଳସୀ, ମିଶ୍ରି, ଗୁଡ଼, ବରଫି, ଧଳା ବସ୍ତ୍ର, ଲୁଣ, ସରବତ, ଚାଉଳ, ଚାନ୍ଦି ଦାନ କରିବା ଶୁଭ ହୋଇଥାଏ।

ପିତୃପୁରୁଷଙ୍କୁ ପ୍ରସନ୍ନ କରନ୍ତୁ:

ଆଜି ଭଗବାନ ଓ ପିତୃପୁରୁଷଙ୍କ ନାଁ ନେଇ ଦାନ କରିବା ଦ୍ୱାରା ଅକ୍ଷୟ ପୁଣ୍ୟ ଲାଭ ପ୍ରାପ୍ତି ହୋଇଥାଏ ଓ ମହାଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି। ଅକ୍ଷୟ ତୃତୀୟା ଦିନ ଦଶ ମହାବିଦ୍ୟା ମଧ୍ୟରୁ ନବମ ମହାବିଦ୍ୟା ମାତଙ୍ଗୀ ଦେବୀଙ୍କ ଜନ୍ମ ହୋଇଥିଲା। ଏଣୁ ଦେବୀଙ୍କୁ ପ୍ରାର୍ଥନା କରିବା ଦ୍ୱାରା ଧନଧାନ୍ୟର ଆଶୀର୍ବାଦ ମିଳିଥାଏ।

Leave a Reply

Your email address will not be published. Required fields are marked *

Related Posts