FOLLOW US ON SOCIAL

  1. Home
  2. »
  3. ଅପରାଧ
  4. »
  5. ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତରଙ୍କୁ ଆକ୍ରମଣ

ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତରଙ୍କୁ ଆକ୍ରମଣ

ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତରଙ୍କୁ ଆକ୍ରମଣ
SHARE NOW :

ନିଶ୍ଚିନ୍ତକୋଇଲି, ୧୧.୯ (ଲାଇଭ୍ ଓଡିଶା ନ୍ୟୁଜ୍‌/ସନ୍ତୋଷ ସ୍ୱାଇଁ) : କଟକ ଜିଲ୍ଲା ନେମାଳ ଥାନା ଅନ୍ତର୍ଗତ ଶାନ୍ତପୁର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ରେ କରୋନା ଟୀକା କରଣ ବେଳେ ଘଟିଛି ଅଘଟଣ । କିଛି ଯୁବକ ଡାକ୍ତରଙ୍କୁ ମାଡମାରିବା ସହ ଅସଭ୍ୟ ଭାଷାରେ ଗାଳିଗୁଲଜ କରିଥିଲେ ଫଳରେ ଟୀକାକରଣରେ ବାଧା ସୃଷ୍ଟି ହୋଇଛି ।

ସୂଚନା ମୁତାବକ ନିକଟସ୍ଥ ବନ୍ଧୁପୁର ଗ୍ରାମର ବାସୁଦେବ ଭୋଇ ଓ ଅଞ୍ଜନ ମହାନ୍ତି ମିଳିତ ଭାବେ ଆୟୁଷ ଡାକ୍ତର ମୃତ୍ୟୁଞ୍ଜୟ ମହାପାତ୍ରଙ୍କୁ ମାଡ଼ ମାରି ଅଶିଳ ଭାଷାରେ ଗାଳି କରିଥିଲେ । ଏନେଇ ଅଭିଯୋଗ ହେବାର ୨୪ ଘଣ୍ଟା ବିତିଯାଇଥିଲେ ମଧ୍ୟ ପୋଲିସ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇ ନଥିବାର ସ୍ୱାସ୍ଥ୍ୟ କର୍ମୀମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ।

Leave a Reply

Your email address will not be published. Required fields are marked *

Related Posts