କିମ୍ସ ରେ ଯୋଗଦେଲେ ସିବିକେ ମହାନ୍ତି

SHARE NOW :
ଭୁବନେଶ୍ୱର(ଲାଇଭ୍ଓଡିଶା ନ୍ୟୁଜ)ବ୍ୟୁରୋ: ବିଶିଷ୍ଟ ଭେଷଜ ବିଶେଷଜ୍ଞ ତଥା ଓଡିଶ଼ । ମେଡିକାଲ୍ ଏଜୁକେସନ୍ ଆଣ୍ଡ ଟ୍ରେନିଂର ପ୍ରାକ୍ତନ ନେି ର୍ଦ୍ଦଶକଡା ସିବିକେ ମହାନ୍ତି କିମ୍ସର ଉପକୂଳ ପତି ଭାବେ ଯୋଗ ଦେଇଛନ୍ତି । ଓଡି଼ଶାର ବେଶ ଜଣାଶୁଣା ଚିକତ୍ସି କ ଓ ପ୍ରଶାସକ ଭାବେ ଡା. ମହାନ୍ତିଙ୍କ ସୁନାମ ରହିଛି । ପୂବର୍ରୁ ସେ କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ୍ କଲେଜର ମେଡିସିନ୍ ବିଭାଗ ମୁଖ୍ୟ ଏବଂ ପରେ ଏସ୍ସିବିର ଅଧୀକ୍ଷକ ଭାବେ ଦାୟିତ୍ୱ ମଧ୍ୟ ତୁଲାଇଥିଲେ। କିମ୍ସରେ ଉପକଳୁ ପତି ଭାବେ ଯୋଗଦେବା ପରେ ଡା. ମହାନ୍ତି ଏହାର ଚିକିତ୍ସା ଓ ପ୍ରଶାସନକି ଦାୟିତ୍ୱ ତଦାରଖ କରିବେ । ଏହା ସହିତ ସେ କିମ୍ସ ବହିର୍ବିଭାଗରେ ରୋଗୀଙ୍କୁ ନିର୍ଦ୍ଦିଷ୍ଟ ଦିନରେ ପରାମର୍ଶ ଦେବେ । କିମ୍ସରେ ଡା. ମହାନ୍ତିଙ୍କ ଯୋଗଦାନ ପରେ କିଟ୍ ଶିକ୍ଷାନୁଷ୍ଠାନ ସମୂହ ତଥା କିଟ୍ ଓ କିସ୍ ପରିବାରର ସମସ୍ତ ସଦସ୍ୟ ଆନନ୍ଦ ପ୍ରକାଶ କରିବା ସହ ଜଣେ ସୁନାମଧନ୍ୟ ଡାକ୍ତର କିମ୍ସରେ ଯୋଗ ଦେଇଥିବାରୁ ତାଙ୍କୁ ସ୍ୱାଗତ ଜଣାଇଛନ୍ତି । ନଭେମ୍ବର ୧ ତାରିଖରେ କିମସ୍ ରେ ଆନୁଷ୍ଠାନିକ ଭାବରେ ଯୋଗଦେବା ପରେ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଡା. ମହାନ୍ତିଙ୍କୁ ଅଭିନନ୍ଦନ ଜଣାଇବା ସହ ଖୁସି ବ୍ୟକ୍ତ କରିଛନ୍ତି ।