- Home
- »
- Breaking News
- »
- ହାତ ଛାଡିବେକି ବାପି ସର୍ଖେଲ !
ହାତ ଛାଡିବେକି ବାପି ସର୍ଖେଲ !

SHARE NOW :
ଭୁବନେଶ୍ୱର(ଲାଇଭ ଓଡିଶା ନ୍ୟୁଜ): ବରିଷ୍ଠ କଂଗ୍ରେସ ନେତା ବାପି ସର୍ଖେଲଙ୍କୁ ନେଇ ଚର୍ଚ୍ଚା ଜୋର ଧରୁଛି । ପାରାଦ୍ୱୀପର ବରିଷ୍ଠ କଂଗ୍ରେସ ନେତା ବାପି ସର୍ଖେଲ ଖୁବଶୀଘ୍ର ଦଳରୁ ବିଧିବଦ୍ଧ ଭାବେ ଇସ୍ତଫା ଦେଇପାରନ୍ତି ବୋଲି ଆଲୋଚନା ହେଉଛି । ସୂଚନା ଅନୁଯାୟୀ ବାପି ସର୍ଖେଲ ପାରାଦ୍ୱୀପରୁ ୨ଥର ବିଧାୟକ ଭାବେ ନିର୍ବାଚନ ଲଢିଥିଲେ । କିନ୍ତୁ ଉଭୟଥର ନିଜର ପ୍ରତିଦ୍ୱନ୍ଦୀଙ୍କ ଠାରୁ ପରାଜୟ ବରଣ କରିଥିଲେ । ତେବେ ବାପି ଦଳ ଛାଡିବା ନେଇ ଶୁଣିବାକୁ ମିଳିଥିବା ବେଳେ ସେ ଏନେଇ ବିଧିବଦ୍ଧ ଭାବେ ଘୋଷଣା ମଧ୍ୟ କରିପାରନ୍ତି । ତେବେ ସେ କଣ ପାଇଁ ସେ କଂଗ୍ରେସ ଛାଡୁଛନ୍ତି ଏପର୍ଯ୍ୟନ୍ତ କିଛି ସ୍ପଷ୍ଟ ହୋଇନଥିବା ବେଳେ ସେ କେଉଁ ଦଳରେ ମିଶିବେ ତାହା ମଧ୍ୟ ସ୍ପଷ୍ଟ ହୋଇନାହିଁ ।