FOLLOW US ON SOCIAL

  1. Home
  2. »
  3. Breaking News
  4. »
  5. ପାରିବାରିକ ହିଂସା: ସ୍ତ୍ରୀର ଜୀବନ ନେଲା ସ୍ୱାମୀ

ପାରିବାରିକ ହିଂସା: ସ୍ତ୍ରୀର ଜୀବନ ନେଲା ସ୍ୱାମୀ

ପାରିବାରିକ ହିଂସା: ସ୍ତ୍ରୀର ଜୀବନ ନେଲା ସ୍ୱାମୀ
SHARE NOW :

ବଲାଙ୍ଗୀର(ଲାଇଭ ଓଡିଶା ନ୍ୟୁଜ): ପାରିବାରିକ କଳହର କରୁଣ ପରିଣିତି । ସ୍ତ୍ରୀକୁ ହତ୍ୟା କରି ସ୍ୱାମୀର ଥାନାରେ ଆତ୍ମସମର୍ପଣ । ଏଭଳି ଅଭାବନୀୟ ଘଟଣା ଘଙ୍କିଛି ବଲାଙ୍ଗୀର ଜିଲ୍ଲାର ପାଟଣାଗଡ ବ୍ଲକ୍ ଅନ୍ତର୍ଗତ ଭରତବାହାଲ ଗ୍ରାମରେ । ଖବର ଅନୁଯାୟୀ ପାଟଣାଗଡ ବ୍ଲକ ଲରମ୍ଭା ଥାନା ଅନ୍ତର୍ଗତ ଭରତବାହାଲ ଗ୍ରାମରେ ପୁରନ୍ଦର ନାଏକ ଓ ତାଙ୍କ ପତ୍ନୀ ଅମ୍ବିକାଙ୍କ ମଧ୍ୟରେ ବିଳମ୍ବିତ ରାତିରେ ବଚସା ହୋଇଥିଲା। ବଚସା କ୍ରମେ ଉଗ୍ର ରୂପ ଧାରଣ କରିଥିଲା। ଏଥିରେ ସ୍ବାମୀ ପୁରନ୍ଦର ଉତକ୍ଷିପ୍ତ ହୋଇ ଏକ କୁରାଢ଼ିରେ ନିଜ ସ୍ତ୍ରୀର ମୁଣ୍ଡରେ ପ୍ରହାର କରିଥିଲେ। ଏଥିରେ ସ୍ତ୍ରୀ ଅମ୍ବିକା ଓରଫ ମୀନାଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ସୂଚନା ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଥିବା ବେଳେ ସ୍ବାମୀ ପୁରନ୍ଦର ଲରମ୍ଭା ଥାନାରେ ଆତ୍ମସମର୍ପଣ କରିଥିବା ଜଣାପଡ଼ିଛି। ପୁଲିସ ପୁରନ୍ଦରଙ୍କୁ ଅଟକ ରଖି ଅଧିକ ପଚରାଉଚରା କରୁଥିବା ଜଣାପଡ଼ିଛି।

Leave a Reply

Your email address will not be published. Required fields are marked *

Related Posts