FOLLOW US ON SOCIAL

  1. Home
  2. »
  3. ରାଜ୍ୟ
  4. »
  5. ବଦ୍ରିନାରାୟଣ ପାତ୍ର ଙ୍କ ସୁସ୍ଥତା କାମନା କରି ଜଗନ୍ନାଥ ମନ୍ଦିରରେ ଦୀପ ଦାନ

ବଦ୍ରିନାରାୟଣ ପାତ୍ର ଙ୍କ ସୁସ୍ଥତା କାମନା କରି ଜଗନ୍ନାଥ ମନ୍ଦିରରେ ଦୀପ ଦାନ

ବଦ୍ରିନାରାୟଣ ପାତ୍ର ଙ୍କ ସୁସ୍ଥତା କାମନା କରି ଜଗନ୍ନାଥ ମନ୍ଦିରରେ ଦୀପ ଦାନ
SHARE NOW :

କେନ୍ଦୁଝର(ଲାଇଭ ଓଡିଶା ନ୍ୟୁଜ) :କେନ୍ଦୁଝର ଜିଲ୍ଲାର ଜନ ନାୟକ ତଥା ସମସ୍ତଙ୍କ ର ଅତି ପ୍ରିୟ ଘଷିପୁରା ବିଧାୟକ ବଦ୍ରିନାରାୟଣ ପାତ୍ର ଙ୍କ ସୁସ୍ଥତା କାମନା କରି ଜଗନ୍ନାଥ ମନ୍ଦିରରେ ଦୀପ ଦାନ। ପୂର୍ବତନ ମନ୍ତ୍ରୀ ତଥା ବର୍ତ୍ତମାନ ର ଘଷିପୁରା ବିଧାୟକ ବଦ୍ରିନାରାୟଣ ପାତ୍ର ଅଚାନକ ଅସୁସ୍ଥତା ହେବା ପରେ ଭୁବନେଶ୍ୱର ରେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଏୟାର ଲିଫ୍ଟ କରାଯାଇ ହାଇଦ୍ରାବାଦ ର ଏ ଆଇ ଜି ହସ୍ପିଟାଲ କୁ ସ୍ଥାନାନ୍ତର କରାଯାଇଛି। ତେବେ ତାଙ୍କ ଆରୋଗ୍ୟ କାମନା କରି କେଶଦୁରାପାଳ ପଞ୍ଚାୟତ ର ଶତାଧିକ ମହିଳା ପୁରୁଷ ଜଗନ୍ନାଥ ମନ୍ଦିରରେ ଦୀପ ପ୍ରଜ୍ବଳନ କରିଛନ୍ତି। ବିଧାୟକ ଙ୍କୁ ଦଳମତ ନିର୍ବିଶେଷରେ ସମସ୍ତେ ଭଲ ପାଉଥିବାରୁ ବିଭିନ୍ନ ସ୍ଥାନରେ ଜିଲ୍ଲାବାସୀ ତାଙ୍କ ଆରୋଗ୍ୟ କାମନା କରୁଥିବା ଦେଖିବାକୁ ମିଳିଛି।

Leave a Reply

Your email address will not be published. Required fields are marked *

Related Posts