ଅଚ୍ୟୁତ ସାମନ୍ତ କେନ୍ଦ୍ରୀୟ ଏସଆ ଭଲବିଲ ସଂଘର ସଦସ୍ୟ ଭାବେ ମନୋନୀତ

SHARE NOW :
ଭୁବନେଶ୍ୱର(ଲାଇଭ ଓଡିଶା ନ୍ୟୁଜ): କନ୍ଧମାଳ ସାଂସଦ ତଥା ଭାରତୀୟ ଭଲିବଲ୍ ସଂଘର ସଭାପତି ଅଚ୍ୟୁତ ସାମନ୍ତ କେନ୍ଦ୍ରୀୟ ଏସିଆ ଭଲିବଲ୍ ସଂଘର ପ୍ରଶାସନକି ବୋର୍ଡ (କାଭା) ସଦସ୍ୟ ମନୋନୀତ ହୋଇଛନ୍ତି । ଗୁରୁବାର ନୂଆଦିଲ୍ଲୀଠାରେ ଭର୍ଚୁଆଲ୍ରେ ଅନୁଷ୍ଠିତ କାଭା କାର୍ୟ୍ୟକାରିଣୀ ବୈଠକରେ କାଭା ପକ୍ଷରୁ ଶ୍ରୀ ସାମନ୍ତଙ୍କୁ ଏହାର ପ୍ରଶାସନିକ ବୋଡ ର୍ ସଦସ୍ୟ ମନୋନୀତ କରାଯାଇଛି । ୧୪ଟି ଦେଶର ଭଲିବଲ୍ ସଂଘର ସଦସ୍ୟ ଏହି ବୈଠକରେ ଯୋଗ ଦେଇଥିବା ବେଳେ ଅଚ୍ୟୁତ ସାମନ୍ତ ଭାରତୀୟ ଭଲିବଲ୍ ସଂଘର ସଭାପତି ଭାବେ ଯୋଗ ଦେଇଥିଲେ । କେନ୍ଦ୍ରୀୟ ଏସିଆ ଭଲିବଲ୍ ସଂଘର ସଭାପତି ମହମ୍ମଦ ଲଥିଫଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକକୁ ଏସୀୟ ଭଲିବଲ୍ ମହାସଂଘର ସଭାପତି ଶ୍ରୀମତୀ ରିତା ସୁବୱ ଉଦ୍ଘାଟନ କରିଥିଲେ । ଏହି ଅବସରରେ କେନ୍ଦ୍ରୀୟ ଏସିଆରେ ଭଲିବଲ୍ର ଉନ୍ନତି ନିମନ୍ତେ ବ୍ୟାପକ ଆଲୋଚନା ହୋଇଥିବା ବେଳେ ଅଚ୍ୟୁ ତ ସାମନ୍ତଙ୍କ ବହୁମୁଖୀ ପ୍ରତିଭା ଏବଂ ବିଶେଷ କରି କ୍ରୀଡ଼ା ପ୍ରତି ତାଙ୍କର ଅବଦାନକୁ ବିଚାରକୁ ନିଆଯାଇ ତାଙ୍କୁ କେନ୍ଦ୍ରୀୟ ଏସିଆ ଭଲିବଲ୍ ସଂଘର ସଦସ୍ୟ ମନୋନୀତ କରାଯାଇଥିଲ। । ଏସୀୟ ଭଲିବଲ୍ ମହାସଂଘର ମହାସଚିବ କିଆଟିଙ୍ଗ, ଏସୀୟ ଭଲିବଲ୍ ମହାସଂଘର କେନ୍ଦ୍ରାଞ୍ଚଳ କାର୍ୟ୍ୟ କାରୀ ଉପସଭାପତି ରାମାବତାର ସିଂହ ଝାକର ପ୍ରମୁଖ ଏହି ବୈଠକରେ ଯୋଗଦେଇ ଆଲୋଚନାରେ ଭାଗ ନେଇଥିଲେ । ଏହି ଅବସରରେ ୨୦୨୨ରେ ହେବାକୁ ଥିବା କେନ୍ଦ୍ରୀୟ ଏସିଆ ମହିଳା ଭଲିବଲ୍ ଚାମ୍ପିଅନ୍ସିପ୍ ଭାରତକୁ ଦେବା ପାଇଁ ଶ୍ରୀ ସାମନ୍ତ କାଭା କର୍ମକର୍ତ୍ତାଙ୍କୁ ଅନୁରୋଧ କରିଥିଲେ । ଶ୍ରୀ ସାମନ୍ତଙ୍କ ଅନୁରୋଧ କ୍ରମେ ୨୦୨୨ରେ କେନ୍ଦ୍ରୀୟ ଏସିଆ ମହିଳା ଭଲିବଲ୍ ଚାମ୍ପିଅନ୍ସିପ୍ ଭାରତରେ ହେବା ନିମନ୍ତେ କାଭା ନିଷ୍ପତ୍ତି ନେଇଥିଲେ । ଏଥିରେ ଖୁସୀବ୍ୟକ୍ତ କରିବା ସହ ଓଡିଶ। ସରକାରଙ୍କ ସହ ଆଲୋଚନା କରି ଭୁବନେଶ୍ୱରରେ ଏହି ଚାମ୍ପିଅନସିପ୍ ଆୟୋଜନ କରିବା ପାଇଁ ଉଦ୍ୟମ କରିବେ ବୋଲି ଶ୍ରୀ ସାମନ୍ତ କହିଛନ୍ତି । ସୂଚନାଯୋଗ୍ୟ, କେନ୍ଦ୍ରୀୟ ଏସିଆ ମହିଳା ଭଲିବଲ୍ ଚାମ୍ପିଅନସିପ୍ରେ ଭାରତ ସମେତ ଇରାନ, ଶ୍ରୀଲଙ୍କା, ପାକସ୍ତି।ନ, କାଜାକସ୍ତି।ନ ଏବଂ ଚାମ୍ପିଅନସିପ୍ ପାଇଁ ବିଭିନ୍ନ ପ୍ରତିଯୋଗିତାରେ ଶେଷ୍ଠ୍ର ୩ଟି ଦଳ ଅଂଶଗ୍ରହଣ କରିବାକୁ ଥିବାବେଳେ ପରବର୍ତ୍ତୀ ସମୟରେ ଚାମ୍ପିଅନସିପ୍ର ତାରିଖ ଘୋଷଣା କରାଯିବ ବୋଲି କାଭା ପକ୍ଷରୁ କୁହ।ଯାଇଛି । ଡିସେମ୍ବର ୨୬ରୁ ୨୮ ତାରିଖ ପର୍ୟ୍ୟନ୍ତ ବାଂଲାଦେଶର ଢାକାଠାରେ କାଭାର ବାର୍ଷିକ ସାଧାରଣ ଅଧିବେଶନ ଅନୁଷ୍ଠତି ହେବ ବୋଲି ଜଣାପଡିଛ଼ି । ଶ୍ରୀ ସାମନ୍ତ କେନ୍ଦ୍ରୀୟ ଏସିଆ ଭଲିବଲ୍ ସଂଘର ସଦସ୍ୟ ମନୋନୀତ ହେବା ପରେ ଭାରତୀୟ ଭଲିବଲ୍ ସଂଘର କର୍ମକର୍ତ୍ତାମାନେ ଖୁସୀବ୍ୟକ୍ତ କରିଛନ୍ତି । ନିଜ ପ୍ରତିକ୍ରିୟାରେ ଶ୍ରୀ ସାମନ୍ତ କହିଲେ ମୁଁ ଚାହୁଁ ନଥିଲେ ମଧ୍ୟ କ୍ରୀ ଡା଼ କ୍ଷେତ୍ରରେ ମୋର କାର୍ୟ୍ୟ ଓ କ୍ରୀଡ଼ା ପ୍ରତି ରହିଥିବ । ଅବଦାନକୁ ବିଚାରକୁ ନେଇ କାଭା ମୋତେ ଏହାର ପ୍ରଶାସନିକ ବୋର୍ଡ ର ସଦସ୍ୟ ମନୋନୀତ କରିଛି । ଏଥି ନିମନ୍ତେ ଶ୍ରୀ ସାମନ୍ତ କାଭାର ସମସ୍ତ କର୍ମକର୍ତ୍ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି ।