FOLLOW US ON SOCIAL

  1. Home
  2. »
  3. ରାଜ୍ୟ
  4. »
  5. ଯୋଡା ଠାରେ ଇ-ଶ୍ରମ କାର୍ଡ ଅଧିବେଶନ ଆୟୋଜିତ

ଯୋଡା ଠାରେ ଇ-ଶ୍ରମ କାର୍ଡ ଅଧିବେଶନ ଆୟୋଜିତ

ଯୋଡା ଠାରେ ଇ-ଶ୍ରମ କାର୍ଡ ଅଧିବେଶନ ଆୟୋଜିତ
SHARE NOW :

ଯୋଡା (ଲାଇଭ ଓଡିଶା ନ୍ୟୁଜ):ଭାରତ ସରକାରଙ୍କ ଇ-ଶ୍ରମ ପଦକ୍ଷେପ ସଂକ୍ରାନ୍ତରେ ଅସଂଗଠିତ ଶ୍ରମିକମାନଙ୍କ ମଧ୍ୟରେ ସଚେତନତାର ପ୍ରସାର ଲକ୍ଷ୍ୟରେ ଶନିବାର ଦିନ ଟାଟା ଷ୍ଟିଲ ଯୋଡା ୱେଷ୍ଟ ଅଡିଟୋରିୟମରେ \’ଇ-ଶ୍ରମ କାର୍ଡ ଏବଂ ଇ-ଶ୍ରମ ପୋର୍ଟାଲ ଦ୍ୱାରା ଅଣ ସଂଗଠିତ ଶ୍ରମିକମାନଙ୍କର ରାଷ୍ଟ୍ରୀୟ ଡାଟାବେସ୍ ଉପରେ ଏକ ସଚେତନତା ଅଧିବେଶନର ଆୟୋଜନ କରାଯାଇଥିଲା । ଏହି ସଚେତନତା ଅଧିବସେନକୁ ଉପ ମୁଖ୍ୟ ଶ୍ରମ କମିଶନର (କେନ୍ଦ୍ରୀୟ) ଶ୍ରୀମତି ଶକୁନ୍ତଳା ପଟ୍ଟନାୟକ, ରାଉରକେଲାର ଆଞ୍ଚଳିକ ଶ୍ରମ କମିଶନର ଶ୍ରୀ ସନ୍ତୋଷ ସେଠୀ ଓ ଶ୍ରମ ନିୟୋଜନ ଅଧିକାରୀ ଶ୍ରୀ ଶିଶିର ସେଠୀଙ୍କ ସହିତ ମିଶି ପରିଚାଳନା କରିଥିଲେ । ଏହି ଅବସରରେ ଟାଟା ଷ୍ଟିଲ ଯୋଡ଼ା ଚିଫ୍ ଶ୍ରୀ ରାଜେଶ କୁମାର ଓ ଟାଟା ଷ୍ଟିଲ ଯୋଡ଼ା ଓ ଖଣ୍ଡବନ୍ଧ (ଓଏମ୍କ୍ୟୁ ଡିଭିଜନ୍) ଏଚ୍ଆରବିପି ମୁଖ୍ୟ ଶ୍ରୀ ପ୍ରଶାନ୍ତ କୁମାର ନନ୍ଦ, ଟାଟା ଷ୍ଟିଲ ଏଚ୍ଆରବିପି (ଏଫ୍ଏଏମ୍ଡ଼ି) ମୁଖ୍ୟ ଶ୍ରୀ ସୁବ୍ରତ ଲହିରୀ ପ୍ରମୁଖ ଉପସ୍ଥିତ ଥିଲେ । ଅସଂଗଠିତ କ୍ଷେତ୍ରରେ କାର‌୍ୟ୍ୟ କରୁଥିବା ୫୦ରୁ ଊର୍ଦ୍ଧ୍ୱ ଲୋକ ଏହି କର୍ମଶାଳାରେ ଅଂଶଗ୍ରହଣ କରିଥିବାବେଳେ ସେମାନଙ୍କୁ ଇ-ଶ୍ରମ ପୋର୍ଟାଲ୍ରେ ପଞ୍ଜୀକରଣ କରିବାର ବିଭିନ୍ନସୁବିଧା ବିଷୟରେ ସୂଚୀତ କରାଯାଇଥିଲା । ସଚେତନତା ଅଧିବେସନ ସମୟରେ ଅଂଶଗ୍ରହଣକାରୀମାନଙ୍କୁ ପୋର୍ଟାଲରେ ପଞ୍ଜୀକରଣ କରିବାର ପ୍ରକ୍ରିୟା ବିଷୟରେ ମଧ୍ୟ ସୂଚନା ଦିଆଯାଇଥିଲା । ଟାଟା ଷ୍ଟିଲ ମାନବ ସମ୍ବଳ ବିଭାଗ ପକ୍ଷରୁ ଏହି ସଚେତନତା ଅଧିବେସନର ସଂଚାଳନ କରାଯାଇଥିଲା । ଏଠାରେ ସୂଚନାଯୋଗ୍ୟ ଯେ, ଭାରତ ସରକାରଙ୍କ ପକ୍ଷରୁ ଚଳିତ ବର୍ଷ ଅଗଷ୍ଟ ମାସରେ ଇ-ଶ୍ରମ ପୋର୍ଟାଲର ଶୁଭାରମ୍ଭ କରାଯାଇଛି । ଏହା ନିର୍ମାଣ, ପୋଷାକ ପ୍ରସ୍ତୁତି, ମତ୍ସ୍ୟ ଚାଷ, ଜିଗ୍ ଓ ମଂଚ କାର‌୍ୟ୍ୟ, ସଡ଼କ କାର‌୍ୟ୍ୟ, ଘରୋଇ କାର‌୍ୟ୍ୟ, କୃଷି ଓ ଏହା ସମ୍ପର୍କିତ, ପରିବହନ କ୍ଷେତ୍ର ଭଳି ବିଭିନ୍ନ କ୍ଷେତ୍ରର ଅସଂଗଠିତ ଶ୍ରମିକମାନଙ୍କ ବ୍ୟାପକ ଡାଟାବେସ୍ ପ୍ରସ୍ତୁତ କରିବା ଦିଗରେ ଏକ ଦୃଢ ପଦକ୍ଷେପ ।

Leave a Reply

Your email address will not be published. Required fields are marked *

Related Posts