FOLLOW US ON SOCIAL

  1. Home
  2. »
  3. ଦେଶ-ବିଦେଶ
  4. »
  5. ‘ଗୁଲାବ’ ପାଇଁ ବାତିଲ୍ ହେଲା ୨୮ଟି ଟ୍ରେନ୍

‘ଗୁଲାବ’ ପାଇଁ ବାତିଲ୍ ହେଲା ୨୮ଟି ଟ୍ରେନ୍

‘ଗୁଲାବ’ ପାଇଁ ବାତିଲ୍ ହେଲା ୨୮ଟି ଟ୍ରେନ୍
SHARE NOW :

ଭୁବନେଶ୍ୱର,୨୬.୯(ଲାଇଭ୍ ଓଡିଶା ନ୍ୟୁଜ୍‌) :ରବିବାର ବାତ୍ୟା ‘ଗୁଲାବ’ ଆନ୍ଧ୍ରର କଳିଙ୍ଗପାଟଣମ ଓ ଓଡ଼ିଶାର ଗୋପାଳପୁର ମଧ୍ୟରେ ସ୍ଥଳଭାଗ ଛୁଇଁବା ଆକଳନ କରାଯାଇଛି । ଏହାକୁ ଦୃଷ୍ଟିରେ ରଖି ସତର୍କତା ମୂଳକ ପଦକ୍ଷେପ ନେଇଛି ପୂର୍ବତଟ ରେଳପଥ । ୨୮ଟି ଟ୍ରେନକୁ ବାତିଲ୍ କରାଯାଇଥିବା ବେଳେ ଏକାଧିକ ଟ୍ରେନକୁ ଅନ୍ୟତ୍ର ଡାଇଭର୍ଟ ସହ ସମୟ ପରିବର୍ତ୍ତନ କରାଯାଇଛି ।
ଭୁବନେଶ୍ୱର-ବେଙ୍ଗଳୁରୁ ପ୍ରଶାନ୍ତି ସ୍ପେଶାଲ, ଭୁବନେଶ୍ୱର-ଯଶୱନ୍ତପୁର ସ୍ପେଶାଲ, ଭୁବନେଶ୍ୱର-ବିଶାଖାପାଟଣମ ସ୍ପେଶାଲ, ବିଶାଖାପାଟଣମ- ଭୁବନେଶ୍ୱର ସ୍ପେଶାଲ, ଭୁବନେଶ୍ୱର-ସିକନ୍ଦରାବାଦ ବିଶାଖା ସ୍ପେଶାଲ, ଭୁବନେଶ୍ୱର-ତିରୁପତି ସ୍ପେଶାଲ, ପୁରୀ-ଗୁଣୁପୁର ସ୍ପେଶାଲ, ପୁରୀ-ଚେନ୍ନାଇ ସେଣ୍ଟ୍ରାଲ ସ୍ପେଶାଲ ଭଳି ୨୮ଟି ଟ୍ରେନକୁ ବାତିଲ୍ କରାଯାଇଛି ।
ପୁରୀ-ଓଖଲା ସ୍ପେଶାଲ ଅନୁଗୁଳ-ସମ୍ବଲପୁର-ଟିଟିଲାଗଡ଼-ଲାଖୋଲି-ଭଲହର୍ସ ଦେଇ ଯିବ । ସେହିଭଳି ହାୱଡ଼ା-ଯଶୱନ୍ତପୁର ସ୍ପେଶାଲ, ହାୱଡ଼ା-ଭାସ୍କୋଡାଗାମା ସ୍ପେଶାଲ, ହାୱଡ଼ା-ଚେନ୍ନାଇ ସ୍ପେଶାଲ, ନ୍ୟୁ ଟିନସୁକିଆ-ବେଙ୍ଗଳୁରୁ ସ୍ପେଶାଲର ଗତିପଥ ପରିବର୍ତ୍ତନ କରାଯାଇଛି । ଏହି ୫ଟି ଟ୍ରେନ୍ ଖଡ଼ଗପୁର-ଝାରସୁଗୁଡ଼ା-ଭଲହର୍ସ ଦେଇ ଯିବ । ୫ଟି ଟ୍ରେନର ସମୟସୀମା ପରିବର୍ତ୍ତନ କରାଯାଇଛି ।

Leave a Reply

Your email address will not be published. Required fields are marked *

Related Posts