FOLLOW US ON SOCIAL

  1. Home
  2. »
  3. Breaking News
  4. »
  5. ଆଜିଠୁ ଅଫଲାଇନରେ ଆରମ୍ଭ ହୋଇଯାଇଛି ଏକାଦଶ ଶ୍ରେଣୀ ପିଲାଙ୍କ କ୍ଲାସ୍

ଆଜିଠୁ ଅଫଲାଇନରେ ଆରମ୍ଭ ହୋଇଯାଇଛି ଏକାଦଶ ଶ୍ରେଣୀ ପିଲାଙ୍କ କ୍ଲାସ୍

ଆଜିଠୁ ଅଫଲାଇନରେ ଆରମ୍ଭ ହୋଇଯାଇଛି ଏକାଦଶ ଶ୍ରେଣୀ ପିଲାଙ୍କ କ୍ଲାସ୍
SHARE NOW :

ଭୁବନେଶ୍ୱର(ଲାଇଭ ଓଡିଶା ନ୍ୟୁଜ); ଆଜିଠୁ ଆରମ୍ଭ ହୋଇଯାଇଛି ଏକାଦଶ ଶ୍ରେଣୀର ପାଠପଢା । ଅଫଲାଇନରେ ଶ୍ରେଣୀ ମଧ୍ୟରେ ଛାତ୍ରଛାତ୍ରୀମାନେ ପାଠ ପଢିପାରିବେ । କରୋନା ଗାଇଡଲାଇନ ଅନୁଯାୟୀ ଏହା ହେବାକୁ ଥିବା ବେଳେ ନେଇ ସମସ୍ତ ଶିକ୍ଷାନୁଷ୍ଠାନ ଗୁଡିକରେ ପ୍ରସ୍ତୁତି ଶେଷ ହୋଇଯାଇଛି । ଦିନ ୧୦ ଟାରୁ ୧ଟା ୩୦ ଯାଏଁ ଚାଲିବ ଏକାଦଶ କ୍ଲାସ । ଏହା ସହ ଉଭୟ ଅନଲାଇନ୍ ଏବଂ ଅଫଲାଇନ୍ କ୍ଲାସ୍ ମଧ୍ୟ ଜାରି ରହିବ। ଛାତ୍ରଛାତ୍ରୀମାନେ ସେମାନଙ୍କର ଅଭିଭାବକଙ୍କ ପରାମର୍ଶ ସହ ଅଫଲାଇନ୍ କ୍ଲାସରେ ଯୋଗ ଦେବେ। କୋଭିଡ -୧୯ ପ୍ରୋଟୋକଲ ଏବଂ ସାମାଜିକ ଦୂରତା ନିୟମ ଅନୁସରଣ କରି ଶିକ୍ଷାନୁଷ୍ଠାନ ସହ ହଷ୍ଟେଲଗୁଡ଼ିକ ମଧ୍ୟ ଖୋଲାଯିବ। ଯେଉଁ ଛାତ୍ରଛାତ୍ରୀ ମାନେ ହଷ୍ଟେଲରେ ରହିବାକୁ ଚାହୁଁଥିବେ ସେମାନେ ଅଭିଭାବକଙ୍କ ପରାମର୍ଶ ଆଣିବା ବାଧ୍ୟତାମୂଳକ କରାଯାଇଛି । ସ୍ୱାସ୍ଥ୍ୟ ବିଭାଗ ଏବଂ ଏସଆରସିଙ୍କ ଦ୍ବାରା ଜାରି ହୋଇଥିବା କୋରୋନା କଟକଣା ନିର୍ଦ୍ଦେଶାବଳୀକୁ କଡାକଡି ଭାବରେ ପାଳନ କରାଯିବା ନେଇ ନିର୍ଦ୍ଦେଶ ରହିଛି । ଅନ୍ୟପଟେ ନଭେମ୍ବର ୧ ରୁ ସ୍କୁଲ ପୋଷାକ ଓ ପରିଚୟ ପତ୍ର ବାଧ୍ୟତାମୂଳକ ରହିଛି। ଦୂରଦୂରାନ୍ତରୁ ଆସୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ପ୍ରଥମ ଦିନରେ ଇଣ୍ଡକ୍ସନ ସେସନ। ସୋମବାରରୁ ଶୁକ୍ରବାର ପର‌୍ୟ୍ୟନ୍ତ ୟୁଟ୍ୟୁବ୍ କ୍ଲାସ ବି ହେବ। ଏକାଦଶ ଶ୍ରେଣୀରେ ଦଶମ ଶ୍ରେଣୀର ପାଠର ସଂପୃକ୍ତ ଅଂଶ ଆଲୋଚନା ହେବ।

Leave a Reply

Your email address will not be published. Required fields are marked *

Related Posts