FOLLOW US ON SOCIAL

  1. Home
  2. »
  3. ରାଜ୍ୟ
  4. »
  5. କରୋନା ନିୟମ କୁ ବେଖାତିର, ସିଲ୍ ହେଲା ଏମ୍ବାସୀ ବାର୍

କରୋନା ନିୟମ କୁ ବେଖାତିର, ସିଲ୍ ହେଲା ଏମ୍ବାସୀ ବାର୍

କରୋନା ନିୟମ କୁ ବେଖାତିର, ସିଲ୍ ହେଲା ଏମ୍ବାସୀ ବାର୍
SHARE NOW :

ଭୁବନେଶ୍ୱର,୧୮.୯(ଲାଇଭ୍ ଓଡିଶା ନ୍ୟୁଜ୍‌): କରୋନା ନିୟମକୁ ଉଲ୍ଲଂଘନ ଅଭିଯୋଗରେ ସିଲ୍ ହେଲା ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଅଞ୍ଚଳରେ ଥିବା ଏମ୍ବାସୀ ବାର । ଏହାକୁ ସିଲ୍ କରିଛି ବିଏମସି । ଏହା ପୂର୍ବରୁ ମ୍ୟାଡ଼୍ ମ୍ଲ୍ୟୁ ବାରରେ ମଧ୍ୟ ଚଢାଉ କରିଥିଲା ପୋଲିସ୍ ।

ଭୁବନେଶ୍ୱରରେ ଏବେବି ନାଇଟ କର୍ଫ୍ୟୁ ଜାରି ରହିଥିବା ବେଳେ ଯେଉଁମାନେ ନିୟମ ଉଲ୍ଲଂଘନ କରୁଛନ୍ତି ସେମାନଙ୍କ ପ୍ରତି କଡା କାର୍ଯ୍ୟନୁଷ୍ଠାନ ଗ୍ରହଣ କରୁଛି ପ୍ରଶାସନ ।

ସୁଚନା ଅନୁସାରେ ଗତକାଲି ରାତି ୧୦ଟାରେ ନାଇଟ୍ କର୍ଫ୍ୟୁ ଆରମ୍ଭ ହେବା ପରେ ଏମ୍ବାସୀ ବାର୍ରେ ପ୍ରାୟ ୫ ଶହରୁ ଅଧିକ ଯୁବକ ଯୁବତୀ ମଦ ନିଶା ସହ ଅର୍ଦ୍ଧନଗ୍ନ ଅବସ୍ଥାରେ ଥିବା ଖବର ପାଇଁ ଅଚାନକ ଚଢ଼ାଉ କରିଥିଲା ପୋଲିସ ।
ବାରରେ ରଙ୍ଗୀନ ଲାଇଟ ସାଙ୍ଗକୁ ଡିଜେ ଗୀତରେ ଦୁଲୁକୁଥିଲା ବାର ।ଏହି ନିୟମ ଉଲ୍ଲଂଘନ ଅଭିଯୋଗରେ ବାର ମ୍ୟାନେଜରଙ୍କ ସହ ୩ ଜଣଙ୍କୁ ମଧ୍ୟ ପୋଲିସ ଅଟକ ରଖିବା ସହ ବାରକୁ ସିଲୂ୍ କରାଯାଇଛି।

Leave a Reply

Your email address will not be published. Required fields are marked *

Related Posts