FOLLOW US ON SOCIAL

  1. Home
  2. »
  3. Breaking News
  4. »
  5. ପରଲୋକରେ କଟାକ୍ଷ କିଶୋର

ପରଲୋକରେ କଟାକ୍ଷ କିଶୋର

ପରଲୋକରେ କଟାକ୍ଷ କିଶୋର
SHARE NOW :

ଭୁବନେଶ୍ୱର(ଲାଇଭ ଓଡିଶା ନ୍ୟୁଜ): ଆଉ ଦେଖିବାକୁ ମିଳିବନି କଟାକ୍ଷ କିଶୋରଙ୍କ ବ୍ୟଙ୍ଗତ୍ମକ ଛବି ଓ କଳାକୃତି । ନିଜର ନିଆରା ଅନ୍ଦାଜ୍ ପାଇଁ ପରିଚିତ ହୋଇଥିବା କଟାକ୍ଷ କିଶୋର ବା ବରିଷ୍ଠ କାର୍ଟୁନିଷ୍ଟ କିଶୋର ରଥଙ୍କ ଦେହାନ୍ତ ହୋଇଛି । ୫୮ବର୍ଷ ବୟସରେ ଆକସ୍ମିକ ଭାବେ ତାଙ୍କର ହୃଦଘାତରେ ପରଲୋକ ହୋଇଛି । ଦୀର୍ଘ ଦିନ ଧରି ସେ ସମ୍ବାଦରେ କାର୍ଯ୍ୟରତ ଥିଲେ । ତାଙ୍କ ସମାଲୋଚନା ମୂଳକ କାର୍ଟୁନ ବେଶ ଲୋକପ୍ରିୟ ଥିଲା । କଟାକ୍ଷ କିଶୋର ନାମରେ ବହୁ ପୂର୍ବରୁ ସେ ଘରେ ଘରେ ପରିଚିତ ଥିଲେ । ଏହି ମହାନ କଳାକାର ୧୯୬୩ ମସିହାରେ ଜନ୍ମଗ୍ରହଣ କରିଥିଲେ । ଖଲ୍ଲିକୋଟ ଆର୍ଟ କଲେଜରୁ ଫାଇନ ଆର୍ଟସରେ ସ୍ନାତକ କରିବା ପରେ ଜଣେ ପେସାଦାର ଶିଳ୍ପୀ ଭାବେ ବୃତ୍ତିଗତ ଗୀବନ ଆରମ୍ଭ କରିଥିଲେ । ଜଣେ ଚିତ୍ରଶିଳ୍ପୀ ହେବା ସହ ବ୍ୟଙ୍ଗ କବିତା ଲେଖିବାରେ ତାଙ୍କର ଅପୂର୍ବ ଦକ୍ଷତା ଥିଲା । ରାଜ୍ୟ ଓ ଦେଶରେ ଘଟୁଥିବା ବିଭିନ୍ନ ଘଟଣାବଳୀକୁ ନେଇ ଦୈନିକ ଖବର କାଗଜରେ ପ୍ରସାରିତ କରୁଥିଲେ କଟାକ୍ଷ କିଶୋର ରଥ । ତାଙ୍କ ଦ୍ୱାରା ଅଙ୍କାଯାଇଥିବା ନିଆରା କାର୍ଟୁନ ଛବିରେ ସମାଜକୁ ସକାରାତ୍ମକ ବାର୍ତ୍ତା ଦେବାରେ ସହାୟକ ହେଉଥିଲା । ନିଜ ଅନନ୍ୟ କାର୍ଟୁନ ମାଧ୍ୟମରେ ସେ ସାଧାରଣ ଜନତାଙ୍କ ସ୍ୱର ପାଲଟିଥିଲେ । ସେ ଦୀର୍ଘ ୩ ଦଶନ୍ଧିରୁ ଊର୍ଦ୍ଧ୍ବ ସମୟ ଧରି ‘ସମ୍ବାଦ’ରେ କାର‌୍ୟ୍ୟରତ ଥିଲେ। ତାଙ୍କର ପକେଟ କାର୍ଟୁନ୍ ’କଟାକ୍ଷ’ ପାଠକ ମହଲରେ ବେଶ୍ ଲୋକପ୍ରିୟ ଥିଲା । ନିଜ କାର୍ଟୁନ ମାଧ୍ୟମରେ ସାଧାରଣ ଜନତାର ସ୍ବର ହୋଇପାରିଥିଲେ କିଶୋର ରଥ । ସମୟ ସ୍ରୋତରେ ସାମ୍ନାକୁ ଆସିଥିବା ରାଜନୈତିକ, ସାମାଜିକ, ଅର୍ଥନୈତିକ ଆଦି ବିଭିନ୍ନ ପ୍ରସଙ୍ଗକୁ ସେ ’କଟାକ୍ଷ’ ସ୍ତମ୍ଭରେ ଉପସ୍ଥାପିତ କରିଆସୁଥିଲେ ଓ କଡ଼ା ସମାଲୋଚନା ମଧ୍ୟ କରୁଥିଲେ । ନିଆରା କାର୍ଟୁନ ମାଧ୍ୟମରେ ସୃଜନଶୀଳତାର ପରିଚୟ ଦେଇଥିଲେ ସେ । ତାଙ୍କ ପରଲୋକରେ ରାଜ୍ୟରେ ଶୋକର ଛାୟା ଖେଳିଯାଇଛି ।

Leave a Reply

Your email address will not be published. Required fields are marked *

Related Posts