FOLLOW US ON SOCIAL

  1. Home
  2. »
  3. ରାଜ୍ୟ
  4. »
  5. ଟାଟା ଷ୍ଟିଲ ପକ୍ଷରୁ ‘ନୈତିକତା ମାସ’ ର ଶୁଭାରମ୍ଭ

ଟାଟା ଷ୍ଟିଲ ପକ୍ଷରୁ ‘ନୈତିକତା ମାସ’ ର ଶୁଭାରମ୍ଭ

ଟାଟା ଷ୍ଟିଲ ପକ୍ଷରୁ ‘ନୈତିକତା ମାସ’ ର ଶୁଭାରମ୍ଭ
SHARE NOW :

କେନ୍ଦୁଝର(ଲାଇଭ ଓଡ଼ିଶା ନ୍ୟୁଜ୍‌): ଯୋଡ଼ା ଠାରେ ଟାଟା ଷ୍ଟିଲ ପକ୍ଷରୁ ‘ନୈତିକତା ମାସ’ ପାଳନର ଶୁଭାରମ୍ଭ କରାଯାଇଛି । କୋଭିଡ଼-୧୯ ପରିସ୍ଥିତିକୁ ଦୃଷ୍ଟିରେ ରଖି, ଯୋଡ଼ା ଟାଟା ଷ୍ଟିଲ ମୁଖ୍ୟ ରାଜେଶ କୁମାରଙ୍କ ନେତୃତ୍ୱରେ ଏକ ଅନ୍‌ଲାଇନ ଅଧିବେସନରେ ଏହି ମାସିକିଆ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଛି । କର୍ମଚାରୀମାନେ ନୈତିକତା ଶପଥ ମାଧ୍ୟମରେ କମ୍ପାନୀର ନୈତିକତା ମୂଲ୍ୟବୋଧ ପ୍ରତି ନିଜର ପ୍ରତିଶ୍ରୁତିବଦ୍ଧତାକୁ ଦୋହରାଇଛନ୍ତି । ଖଣ୍ଡବନ୍ଧ, ଏଫ୍‌ଏପି ଯୋଡ଼ା ଓ ବିଚ୍ଛାକୁଣ୍ଡି ମାଙ୍ଗାନିଜ ଗ୍ରୁପ୍ ଅଫ୍ ମାଇନ୍ସରେ ସମାନ ଭାବେ ଅନ୍‌ଲାଇନ୍ ଅଧିବେସନ ଆୟୋଜନ କରାଯାଇଛି । ଏହି ମାସିକିଆ କାର୍ଯ୍ୟକ୍ରମ ଅନ୍ତର୍ଗତ ବିଭିନ୍ନ ପ୍ରକାର ଗତିବିଧି ଗୁଡ଼ିକ ମଧ୍ୟରେ କର୍ମଚାରୀ ଓ ସେମାନଙ୍କ ପରିବାରବର୍ଗଙ୍କ ପାଇଁ କ୍ଷୁଦ୍ର ଚଳଚ୍ଚିତ୍ର, ପ୍ରବନ୍ଧ ଲିଖନ ଓ ପ୍ରଚାର ପତ୍ର ପ୍ରସ୍ତୁତି ଭଳି ପ୍ରତିଯୋଗିତାର ଆୟୋଜନ କରାଯିବ । ଏହି କାର୍ଯ୍ୟକ୍ରମ ଗୁଡ଼ିକ ସହିତ କର୍ମଚାରୀମାନଙ୍କ ମଧ୍ୟରେ ନୈତିକତା ମୂଲ୍ୟବୋଧକୁ ଅଧିକ ସୁଦୃଢ କରିବା ପାଇଁ ଅନ୍‌ଲାଇନ୍ ସଚେତନତା ଅଧିବେସନ, ୱେବିନାର ଓ ଆଲୋଚନାଚକ୍ରର ଆୟୋଜନ ମଧ୍ୟ କରାଯିବ । କୋଭିଡ଼-୧୯ ପରିସ୍ଥିତିକୁ ଦୃଷ୍ଟିରେ ରଖି ଅଧିକାଂଶ କାର୍ଯ୍ୟକ୍ରମ ଗୁଡ଼ିକ ଅନ୍‌ଲାଇନ୍ ଜରିଆରେ ଆୟୋଜିତ ହେବ । କର୍ମଚାରୀମାନଙ୍କ ମଧ୍ୟରେ ନୈତିକତା ସଂସ୍କୃତିକୁ ସୁଦୃଢ କରିବା ସହିତ ଟାଟା ମୂଲ୍ୟବୋଧକୁ ପୁନଃ ସଂସ୍ଥାପିତ କରିବା ପାଇଁ ପ୍ରତ୍ୟେକ ବର୍ଷ ଜୁଲାଇ ମାସରେ କମ୍ପାନୀର ସମସ୍ତ କାର୍ଯ୍ୟକ୍ଷେତ୍ରରେ ‘ନୈତିକତା ମାସ’ ପାଳନ କରାଯାଇଥାଏ ।

Leave a Reply

Your email address will not be published. Required fields are marked *

Related Posts