FOLLOW US ON SOCIAL

  1. Home
  2. »
  3. Breaking News
  4. »
  5. ୨୪ ଘଣ୍ଟା ପରେ ବି ପୋଲିସ ହାତ ଖାଲି, ପୁଣି ରାଜ ରାସ୍ତା ରେ ବିଜେପି କର୍ମୀ

୨୪ ଘଣ୍ଟା ପରେ ବି ପୋଲିସ ହାତ ଖାଲି, ପୁଣି ରାଜ ରାସ୍ତା ରେ ବିଜେପି କର୍ମୀ

୨୪ ଘଣ୍ଟା ପରେ ବି ପୋଲିସ ହାତ ଖାଲି, ପୁଣି ରାଜ ରାସ୍ତା ରେ ବିଜେପି କର୍ମୀ
SHARE NOW :

କେଉଁଝର(ଲାଇଭ ଓଡିଶା ନ୍ୟୁଜ): ଗତରବିବାର ମୋହନ ମାଝୀଙ୍କ ଉପରେ ହୋଇଥିବା ବୋମା ମାଡ଼ ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଥିବା ବେଳେ ଅଭିଯୁକ୍ତ ମାନଙ୍କୁ ତୁରନ୍ତ ଗିରଫ ଦାବିରେ ବିଜେପିର ନେତା ଓ କର୍ମୀ ମାନେ କେନ୍ଦୁଝର ଗାନ୍ଧୀ ଛକ ୪୯ ନମ୍ବର ଜାତୀୟ ରାଜପଥକୁ ଦୀର୍ଘ ସାତ ଘଣ୍ଟା ଧରି ଅବରୋଧ କରି ରଖିଥିଲେ । ଯାହା ଦ୍ୱାରା କେନ୍ଦୁଝର ମଧ୍ୟ ଦେଇ ଗାଡ଼ି ଚଳାଚଳ ସମ୍ପୂର୍ଣ୍ଣ ଠପ୍ ହୋଇ ପଡ଼ିଥିଲା । ପରିସ୍ଥିତି ଆୟତ ବାହାରକୁ ଯାଉଥିବା ଦେଖି ଖୋଦ୍ କେନ୍ଦୁଝର ଏସପି ଆନ୍ଦୋଳନ ସ୍ଥଳକୁ ଆସି ଉତ୍ୟକ୍ତ ବିଜେପି କର୍ମୀ ଙ୍କୁ ବୁଝା ସୁଝା କରିଥିଲେ । ଏହା ସହ ୨୪ ଘଣ୍ଟା ମଧ୍ୟରେ ଅଭିଯୁକ୍ତ ମାନଙ୍କୁ ଗିରଫ କରିବାର ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନ ହଟିଥିଲା । ଏସପି ଙ୍କ ପ୍ରତିଶ୍ରୁତୀ ର ୩୬ ଘଣ୍ଟା ବିତି ଯାଇଥିଲେ ବି ପୋଲିସ ହାତ ଖାଲି ରହିଛି । ଅଭିଯୁକ୍ତଙ୍କ ଟେର ପାଇବା ତ ଦୂରର କଥା ଅଭିଯୁକ୍ତ ବ୍ୟବହାର ବାଇକୁ ମଧ୍ୟ ଠାବ କରିବାରେ ବିଫଳ ହୋଇଛି । ଯାହାର ପ୍ରତିବାଦ ରେ ପୁଣି ବିଜେପିର ଶହ ଶହ କର୍ମୀ ଆଜି ସକାଳୁ କେନ୍ଦୁଝର ଗାନ୍ଧିଛକ ନିକଟରେ ରାଜ ରାସ୍ତା ଅବରୋଧ କରିଥିବା ଦେଖିବାକୁ ମିଳିଛି । ରାଜା ଚକ୍ର ଶାସକ ଦଳର ଜଣେ ବରିଷ୍ଠ ନେତା ହୋଇଥିବାରୁ ତାଙ୍କ ଉପରେ ପୋଲିସ ହାତ ମାରିବାକୁ ଭୟ କରୁଥିବା ଅଭିଯୋଗ ହୋଇଥିବା ବେଳେ ତୁରନ୍ତ ମୁଖ୍ୟ ଅଭିଯୁକ୍ତ ମାନଙ୍କୁ ଗିରଫ କରିବାକୁ ଦାବୀ କରି ଅଡି ବସିଛି ବିଜେପି । ତୁରନ୍ତ ଅଭିଯୁକ୍ତ ମାନଙ୍କୁ ଗିରଫ କରା ନଗଲେ ଆନ୍ଦୋଳନକୁ ଜୋରଦାର କରିବେ ବୋଲି ବିଜେପି ଚେତାବନୀ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *

Related Posts