FOLLOW US ON SOCIAL

  1. Home
  2. »
  3. ରାଜ୍ୟ
  4. »
  5. ଜିଲ୍ଲାସ୍ତରୀୟ ନିର୍ବାଚନ ପାଇଁ ପଠାଯାଉଛି ଇଭିଏମ୍ ମେସିନ

ଜିଲ୍ଲାସ୍ତରୀୟ ନିର୍ବାଚନ ପାଇଁ ପଠାଯାଉଛି ଇଭିଏମ୍ ମେସିନ

ଜିଲ୍ଲାସ୍ତରୀୟ ନିର୍ବାଚନ ପାଇଁ ପଠାଯାଉଛି ଇଭିଏମ୍ ମେସିନ
SHARE NOW :

ଭୁବନେଶ୍ୱର (ଲାଇଭ ଓଡିଶା ବ୍ୟୁରୋ):ଆସୁଛି ପୌର ନିର୍ବାଚନ ସେଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇସାରିଲାଣି । ପୌର ନିର୍ବାଚନ ପାଇଁ ଆଉ ପାଦେ ଆଗେଇଛନ୍ତି ରାଜ୍ୟ ସରକାର । ପ୍ରଥମ ପର୍ଯାୟ ଜିଲ୍ଲାସ୍ତର ନିର୍ବାଚନ ପାଇଁ ଆରମ୍ଭ ହେଲା ଇଭିଏମ୍ ମେସିନ ପଠାଯାଉଛି । ନିର୍ବାଚନ କମିଶନଙ୍କ ଅଫିସରୁ ଗତକାଲି ୫ଟି ଜିଲ୍ଲାକୁ ଇଭିଏମ ମେସିନ ପଠାଯାଇଛି । ଆଜି ୧୦ଟି ଜିଲ୍ଲାକୁ ପଠାଯାଇଛି । ପ୍ରଥମ ପର୍ଯାୟରେ ୧୫ଟି ଜିଲ୍ଲାକୁ ମେସିନ ପଠାଯାଉଛି ।
ସୂଚନାଯୋଗ୍ୟ, ପୌର ନିର୍ବାଚନ ପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତୁତି ଜୋରସୋରରେ ଚାଲିଛି । ସଂରକ୍ଷଣ ତାଲିକା ଚିଠା ମଧ୍ୟ କରାଯାଉଛି । ଏଥି ମଧ୍ୟରେ ବିଭିନ୍ନ ଦଳ ମଧ୍ୟ ନିଜର ପ୍ରସ୍ତୁତି ଆରମ୍ଭ କରିସାରିଲେଣି । ତେବେ ଅପେକ୍ଷା ଆଗାମି ନିର୍ବାଚନର ।

Leave a Reply

Your email address will not be published. Required fields are marked *

Related Posts