FOLLOW US ON SOCIAL

  1. Home
  2. »
  3. Breaking News
  4. »
  5. ଫେସବୁକ୍ ରୁ ମେଟା

ଫେସବୁକ୍ ରୁ ମେଟା

ଫେସବୁକ୍ ରୁ ମେଟା
SHARE NOW :

(ଲାଇଭ ଓଡିଶା ନ୍ୟୁଜ): ଫେସବୁକର ନୂଆ ନାଁ । ସୋସିଆଲ ମିଡିଆରେ “ମେଟା “ ନାମରେ ପରିଚିତ ହେବ ଫେସବୁକ । ଏନେଇ ଘୋଷଣା କରିଛନ୍ତି ଫେସବୁକ ସିଇଓ ମାର୍କ ଜୁକରବର୍ଗ । ଗିକିଛିଦିନ ଧରି ଫେସବୁକ ନୂଆ ନାଁ ସହ ରିବ୍ରାଣ୍ଡ କରିବ ବୋଲି ଚର୍ଚ୍ଚା ହୋଇ ଆସୁଥିଲା । ଶେଷରେ ଫେସବୁକ୍ ସିଇଓ ମାର୍କ ଜୁକରବର୍ଗ ଘୋଷଣା କରିଛନ୍ତି ଯେ, ସୋସିଆଲ ମିଡ଼ିଆ ବାହାରେ ଭର୍ଚୁଆଲ ରିଆଲିଟି ପରି କ୍ଷେତ୍ରରେ ମେଟାଭର୍ସ କରିବା ପାଇଁ ଫୋକସ୍ କରୁଛି। ନୂତନ ନାମ ସୋସିଆଲ ମିଡ଼ିଆ ବାହାରେ କମ୍ପାନୀର ବଢ଼ୁଥିବା ଅଭିଳାଷକୁ ପ୍ରତିଫଳିତ କରେ। ଆମର ବ୍ରାଣ୍ଡ ଗୋଟିଏ ଉତ୍ପାଦ ସହିତ ଏତେ ଦୃଢ଼ଭାବେ ସଂଯୁକ୍ତ ଯେ ଭବିଷ୍ୟତକୁ ଛାଡ଼ି ଆଜି ଆମେ କରୁଥିବା ସମସ୍ତ କାର‌୍ୟ୍ୟକୁ ଏହା ସମ୍ଭବତ ପ୍ରତିନିଧିତ୍ୱ କରିପାରିବା ନାହିଁ। ଆମର ବିଶ୍ୱାସ ଯେ ମେଟାଭର୍ ମୋବାଇଲ ଇଣ୍ଟରନେଟର ଉତ୍ତରାଧିକାରୀ ହେବ ବୋଲି ଗୁରୁବାର ଦିନ କମ୍ପାନୀର ବାର୍ଷିକ କନେକ୍ଟ ସମ୍ମିଳନୀ ଷ୍ଟ୍ରିମିଂ ସମୟରେ ଜୁକରବର୍ଗ କହିଛନ୍ତି।

Leave a Reply

Your email address will not be published. Required fields are marked *

Related Posts