- Home
- »
- Breaking News
- »
- ନକଲି ଡାକ୍ତରୀ ଛାତ୍ରଙ୍କ ୪୨୦ ଫର୍ମୂଲା, ଦେଢ଼ଶହ ଯୁବତୀଙ୍କୁ କରି ସାରିଲେଣି ଟାର୍ଗେଟ
ନକଲି ଡାକ୍ତରୀ ଛାତ୍ରଙ୍କ ୪୨୦ ଫର୍ମୂଲା, ଦେଢ଼ଶହ ଯୁବତୀଙ୍କୁ କରି ସାରିଲେଣି ଟାର୍ଗେଟ

SHARE NOW :
ଭୁବନେଶ୍ୱର(ଲାଇଭ ଓଡିଶା ନ୍ୟୁଜ) :ଷଷ୍ଠ ରୁ ନଷ୍ଠ ଡାକ୍ତର ବାବୁ । ପାଠ ପଢିଛନ୍ତି ଷଷ୍ଠ ହେଲେ ବାବୁ ଆମର ଡାକ୍ତର । ଆପଣ ଭାବୁଥିବେ ଶିକ୍ଷାଗତ ଯୋଗ୍ୟତା ଯଦି ଷଷ୍ଠ ତେବେ ଜଣେ ଡାକ୍ତର ହେଲା କେମିତି । କିନ୍ତୁ ଆମେ କୌଣସି ଡାକ୍ତର ନୁହେଁ ବରଂ ନିଜକୁ ଡାକ୍ତର କହି ବୁଲୁଥିବା ଏକ ନକଲି ଡାକ୍ତର ଙ୍କ କଥା କହୁଛୁ । ଭଲକରି ଦେଖନ୍ତୁ ଏହି ସୁଟ୍ ବୁଟ୍ ପିନ୍ଧା ଏହି ରସିକ ନାଗରଙ୍କୁ । ଇଏ ହେଉଛନ୍ତି କଟକର ପ୍ରେମିକ ପ୍ରବର ପ୍ରଭାସ ରାଜ । ଯିଏ ସୋଶିଆଲ୍ ମିଡିଆରେ ନିଜକୁ ଡାକ୍ତର ର ପରିଚୟ ଦେଇ ପାଖାପାଖି ୧୫୦ ରୁ ଉର୍ଦ୍ଧ ଯୁବତୀଙ୍କୁ ଲୁଟି ସାରିଲାଣି । ନିଜ ଚିକିଣିଆ ଚେହରା ଏବଂ ମିଛ ଶିକ୍ଷାଗତ ଯୋଗ୍ୟତା ଦେଖାଇ ପ୍ରଥମେ ପ୍ରେମ ଜାଲରେ ଫଶାଉଥିଲେ ଏବଂ ପରେ ସୁବିଧା ସୁଯୋଗର ଫାଇଦା ଉଠାଇ ଯୁବତୀଙ୍କ ପର୍ସ ଏବଂ ମୋବାଇଲ୍ ନେଇ ଚମ୍ପଟ ମାରୁଥିଲା ।
ଘର କଟକ ଜିଲ୍ଲା ବଡମ୍ବା ଅଞ୍ଚଳରେ । ଶିକ୍ଷାଗତ ଯୋଗ୍ୟତା କେବଳ ଷଷ୍ଠ । ହେଲେ ସୋଶିଆଲ୍ ମିଡିଆ ରେ ମିଛି ମିଛିକା ଡାକ୍ତର ସାଜିଥିଲେ ଏହି ରସିକ ନାଗର । ଏହି ଫଟ ଗୁଡିକୁ ଦେଖିଲେ କେହି ବି ବିଶ୍ୱାସ କରିବେନି ଯେ ଏହି ଯୁବକ ମାତ୍ର ଷଷ୍ଠ ପର୍ଯ୍ୟନ୍ତ ପାଠ ପଢିଛି । ଏପରିକି ଶୁଟ, ବୁଟ. ଏବଂ ଗୁଡ୍ ଲୁକିଙ୍ଗ ଚେହେରା ଦେଖାଇ ହାଇ ପ୍ରୋଫାଇଲ୍ ଯୁବତୀଙ୍କୁ ଠକୁଥିଲା । ଜଣେ କି ଦୁଇ ଜଣ ନୁହେଁ ବରଂ ପାଖାପାଖି ୧୫୦ ଜଣ ଯୁବତୀ ଙ୍କୁ ଫଶାଇଛି ନିଜ ପ୍ରେମ ଜାଲରେ । ପ୍ରଭାସଙ୍କ ହାବଭାବ, ଚାଲିଚଳଣୀ ଦେଖି ବହୁ ଯୁବତୀ ତାଙ୍କ ପ୍ରେମରେ ଉବୁଟୁବୁ ହେଉଥିଲେ। ଏହାପରେ ପ୍ରଭାସ ବି ନିଜକୁ ପ୍ରେମିକ ନଂ-୧ ସଜାଇବାରେ କୌଣସି ତ୍ରୁଟି ରଖୁ ନ ଥିଲେ। ସଚ୍ଚା ପ୍ରେମିକ ପରି ନିଜ ପ୍ରେମିକାଙ୍କୁ ଗିଫ୍ଟ ଦେବାକୁ ମଲ୍କୁ ତଥା ଖୁଆଇବାକୁ ବଡ଼ ବଡ଼ ହୋଟେଲକୁ ନେଉଥିଲେ।
ମଲ୍ରେ ଭଳିକି ଭଳି ଡ୍ରେସ ଅଫର କରୁଥିବା ବେଳେ ଯୁବତୀଜଣକ ବି ପ୍ରଭାସଙ୍କ ହାତରେ ନିଜ ମୋବାଇଲ, ପର୍ସ ଧରାଇ ମନଖୁସିରେ ଟ୍ରାଏଲ ରୁମ୍କୁ ଚାଲି ଯାଉଥିଲେ। ଏହାପରେ ପ୍ରେମିକା ଟ୍ରାଏଲ ସାରି ଫେରିବା ବେଳକୁ ପ୍ରଭାସ ଗାଏବ । ଏପରିକି ଲୋକଲଜ୍ଜା ଭୟରେ ଏନେଇ ସେମାନେ ବାହାରେ କିଛି କହୁ ନ ଥିବା ବେଳେ କାନମୁଣ୍ଡ ଆଉଁସି ରହୁଥିଲେ। ସେହିପରି ହୋଟେଲକୁ ଭଳିକି ଭଳି ସୁସ୍ୱାଦୁ ଖାଦ୍ୟ ଖୁଆଇବାକୁ ତଥାକଥିତ ପ୍ରେମିକାଙ୍କୁ ନେଇ ଯାଉଥିଲେ ପ୍ରଭାସ। ଏପରିକି ଯୁବଜୀଜଣକ ମଝିରେ ୱାଶରୁମ୍କୁ ଯିବା ବେଳେ ଏହି ସୁଯୋଗକୁ ହାତ ଛଡ଼ା କରି ନ ଥାନ୍ତି ପ୍ରଭାସ। ସମ୍ପୃକ୍ତ ଯୁବତୀଙ୍କ ମୋବାଇଲ, ପର୍ସ ଧରି ଏରିଆ ଛାଡ଼ି ଚମ୍ପଟ ମାରିଥାନ୍ତି।
ପ୍ରେମ ଜାଲରେ ଫସାଇ ପାଖାପାଖି ଦେଢଶରୁ ଅଧିକ ଯୁବତୀଙ୍କୁ ଏପରି ଲୁଟି ସାରିଛନ୍ତି ପ୍ରଭାସ । ହେଲେ ସବୁ ଦିନ ଚୋର ଘର ଅନ୍ଧାର ରୁହେନି । ଏ ନେଇ ପୁଲିସ୍ ପାଖରେ ଅଭିଯୋଗ ହେବା ପରେ ପୁଲିସ୍ ଶହୀଦନଗରରୁ ମାଡ଼ି ବସିଛି ପ୍ରଭାସଙ୍କୁ। ଗିରଫ ହେବା ପ୍ରଭାସଙ୍କ ପାଇଁ ନୂଆ ନୁହେଁ। ଏବଂ ପୋଲିସ ହାତରେ ଧରା ପଡିବା ପରେ ଗୋଟେ ପରେ ଗୋଟେ ନିଜ ପ୍ରେମର ତରିକା ପୋଲିସ ଆଗରେ ବଖାଣିଛି ପ୍ରଭାସ ରାଜ୍ । ଏହା ପୂର୍ବରୁ ମଧ୍ୟ ଏପରି ରେକର୍ଡ ରହିଛି ତାଙ୍କ ନାଁରେ। ପୂର୍ବରୁ କଟକ ଜିଲ୍ଲାର ବାଦାମବାଡ଼ି ଓ ଜଗତପୁର ଥାନାରେ ମଧ୍ୟ ପ୍ରଭାସଙ୍କ ନାଁରେ ମାମଲା ରୁଜୁ ହୋଇଥିବା ବେଳେ ୩ ଥର ଗିରଫ ହୋଇ ସାରିଲେଣି ସେ। ଏବେ ପୁଲିସ୍ ହାବୁଡରେ ପଡ଼ିଥିବା ପ୍ରଭାସ ଜେଲ୍ରୁ ବାହାରିବା ପରେ ନିଜ ପ୍ରକୃତି ବଦଳାଇ ଦେଉଛନ୍ତି, ନା ପରବର୍ତ୍ତୀ ଟାର୍ଗେଟ ସନ୍ଧାନରେ ଲାଗି ପଡ଼ୁଛନ୍ତି ତାହା ଦେଖିବାକୁ ବାକି ରହିଲା।