FOLLOW US ON SOCIAL

  1. Home
  2. »
  3. ରାଜ୍ୟ
  4. »
  5. ଷ୍ଟେଟ ବ୍ୟାଙ୍କ ପକ୍ଷରୁ ବିଦାୟକାଳୀନ ସଭା

ଷ୍ଟେଟ ବ୍ୟାଙ୍କ ପକ୍ଷରୁ ବିଦାୟକାଳୀନ ସଭା

ଷ୍ଟେଟ ବ୍ୟାଙ୍କ ପକ୍ଷରୁ ବିଦାୟକାଳୀନ ସଭା
SHARE NOW :

ଭୁବନେଶ୍ୱର ,୨୬.୯ (ଲାଇଭ୍ ଓଡିଶା ନ୍ୟୁଜ୍‌): ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଅଫିସ୍ ଆସୋସିଏସନ ଭୁବନେଶ୍ୱର ସର୍କଲ ପକ୍ଷରୁ ହୋଟେଲ ଏକ୍ସିଲେନସି ରେ ଏକ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି।

ଏଥିରେ SBIOA ଜେନେରାଲ ସେକ୍ରେଟାରୀ ଶ୍ରୀ ସବ୍ୟସାଚୀ ସ୍ୱାଇଁ , ପୂର୍ବତମ ଜେନେରାଲ ସେକ୍ରେଟାରୀ ଶ୍ରୀ ସଂବିତ ମିଶ୍ର ଓ ଡେପୁଟି ଜେନେରାଲ ସେକ୍ରେଟାରୀ ଶ୍ରୀ ଡିଏସପି ମିଶ୍ର ଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଦିଆଯାଇଥିଲା।
ମୁଖ୍ୟ ଅତିଥି ଭାବେ AIBOC( ଆଇବୋକ) ର ଜେନେରାଲ ସେକ୍ରେଟାରୀ ଶ୍ରୀ ସୌମ୍ୟ ଦତ୍ତ ଯୋଗ ଦେଇ ବ୍ୟାଙ୍କ ବଚାଓ ଦେଶ ବଚାଓ ଉପରେ ଆଲୋଚନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜୋନାଲ ସେକ୍ରେଟାରୀ ଅମିତାଭ ଦାସ, ନବକିଶୋର ସାହୁ, ସୌଭାଗ୍ୟ ପଣ୍ଡା, ଦୁର୍ଗା ପ୍ରସାଦ ମହାପାତ୍ର, ସଦାଶିବ ବିଶି, ବିଚିତ୍ରାନନ୍ଦ ବେହେରା, ରମାକାନ୍ତ ଅଗସ୍ତି, ଜଗନ୍ନାଥ ସାମନ୍ତରାୟ ଙ୍କ ସହ ଅନେକ ବ୍ୟାଙ୍କ ଅଧିକାରୀ ମାନେ ଉପସ୍ଥିତ ଥିଲେ। ଶେଷରେ ଆସୋସିଏସନ ର ସଭାପତି ଶ୍ରୀ ଅରୁଣ କୁମାର ବିଷୋୟୀ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ।

Leave a Reply

Your email address will not be published. Required fields are marked *

Related Posts