ଶୁଣୁନି ପ୍ରଶାସନ ନଦୀ ଆଁ ରେ ଚାଷ ଜମି

SHARE NOW :
କେନ୍ଦ୍ରାପଡା(ଲାଇଭ ଓଡିଶା ନ୍ୟୁଜ): ବର୍ଷକୁ ବର୍ଷ ନଦୀରେ ଆସୁଛି ବନ୍ୟା ଆଉ ପାଇକା ନଦୀ ଆଁ ରେ ଦୁଇ ପଞ୍ଚାୟତ ର ଶତାଧିକ ହେକ୍ଟର ଚାଷଜମି । ନା ଶୁଣୁଚି ପ୍ରଶାସନ ନା ଦେଖୁଛନ୍ତି ସ୍ଥାନୀୟ ରାଜନେତା । ଆମେ କହୁଛୁ କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ବ୍ଲକ ଅନ୍ତର୍ଗତ ଅମେଇପାଳ ଓ ତିଖିରି ପଞ୍ଚାୟତର କଥା । ଦୀର୍ଘଦିନର ସମସ୍ୟାରେ ଏହି ଦୁଇଟି ପଞ୍ଚାୟତର ଚାଷୀଙ୍କ କଥା । ପ୍ରତିବର୍ଷ ଆସୁଛି ଆସୁଛି ବନ୍ୟା ଆଉ ଧିରେ ଧିରେ ଅତଡ଼ା ଖସି ନଦୀରେ ଲୀନ ହେଉଛି ଗାଁ ରେ ଥିବା ନଳଦିଆ ପାଳନ୍ଦା ର ଶତାଧିକ ହେକ୍ଟର ଚାଷ ଜମି । ଅପର ପକ୍ଷରେ ଲାଗିକି ଥିବା ଜଗତସିଂହପୁର ଜିଲ୍ଲା ପ୍ରଶାସନ ନଦିକଡରେ ପଥର ପ୍ୟାକିଂ କରିଥିବାବେଳେ ପାଣିର ସୁଅ ସିଧାସଳଖ ମାଡ଼ ହେଉଛି ଏହି ଗାଁ ର ଥିବା ନଦୀ କୂଳରେ । ବାରମ୍ବାର ବ୍ଲକ୍ ଓ ଜିଲ୍ଲା ପ୍ରଶାସନ ଙ୍କୁ ଅବଗତ କରୁଥିଲେ ମଧ୍ୟ ଏହି ଘଟଣାକୁ ଗୁରୁତ୍ବ ଦେଉନାହାନ୍ତି । ଯାହାଫଳରେ ନିଜର ଭିଟା ମାଟି ହରାଉଛନ୍ତି ଲୋକେ । ଏପଟେ ପ୍ରଶାସନ ଏହି ଜମିରେ କାଜୁ ଚାରା ରୋପଣ କରିବା ଲାଗି ଆର୍ଥିକ ସହାୟତା ଯୋଗାଇ ଥିବା ବେଳେ ସେହି କାଜୁ ଚାରା ନଦୀରେ ଲୀନ ହେଉଛି । ଯଦି ତୁରନ୍ତ ଏହାର ପଦକ୍ଷେପ ପ୍ରଶାସନ ନ ନିଅନ୍ତି ତେବେ ଆଗାମୀ ପଞ୍ଚାୟତ ନିର୍ବାଚନ ରେ ଭୋଟ ବର୍ଜନ କରିବେ ବୋଲି ସିଧାସଳଖ ଚେତାବନୀ ଦେଇଛନ୍ତି ।